PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ଏନକାଉଣ୍ଟରରେ ନିହତ ୪ ଅଭିଯୁକ୍ତଙ୍କ ମୃତଦେହ ସଢିଗଲାଣି,ପୁଣି ପୋଷ୍ଟମର୍ଟମ କରିବାରେ ହୋଇପାରେ ଅସୁବିଧା

ହାଇଦ୍ରାବାଦ,୨୨।୧୨: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ​‌ରେ ପୋଲିସ ଏନକାଉଣ୍ଟରେ ନିହତ ୪ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ ପ୍ରାୟତଃ ସଢିବାରେ ଲାଗିଛି। ୨ ସପ୍ତାହରୁ ଅଧିକ ହେବ ଦିନ ହେବ ସେମାନଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏପର୍ଯ୍ୟନ୍ତ ଦାହ ସଂସ୍କାର ହୋଇନଥିବାରୁ ନଷ୍ଟ ହେବାରେ ଲାଗିଛି। ଏହା ଭିତରେ ତେଲେଙ୍ଗାନା ହାଇକୋର୍ଟ ପୁଣିଥରେ ମୃତଦେହର ପୋଷ୍ଟ ମର୍ଟମ କରିବାର ନିର୍ଦେଶ ଦେଇଛନ୍ତି। ଏଥିପାଇଁ ଏଆଇଆଇଏମଏସ୍ ଡାକ୍ତର ସୁଧୀର ଗୁପ୍ତାଙ୍କ ନେତୃତ୍ବରେ ୩ ଜଣ ଡାକ୍ତରଙ୍କ ଟିମ୍ ଆଜି ହାଇଦ୍ରାବାଦରେ ପହଁଞ୍ଚିଛନ୍ତି।

ଉଲ୍ଲେଖନୀୟ ଯେ, ମହିଳା ଭେଟନାରୀ ଡାକ୍ତରଙ୍କୁ ଏହି ୪ ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ତାଙ୍କୁ ପେଟ୍ରୋଲ ପକାଇ ଜୀଅନ୍ତା ଜାଳି ଦେଇଥିଲେ। ୬ ଡିସେମ୍ବରରେ ଏହି ୪ଜଣଙ୍କୁ ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି।  ସେହି ଦିନ ତାଙ୍କର ବଡି ପୋଷ୍ଟମର୍ଟମ କରାଯାଇଥିଲା। ଏହାପରେ ୪ ଜଣଙ୍କ ମୃତଦେହ ହସ୍ପିଟାଲର ଶବଗୃହରେ  ରଖାଯାଇଛି।

ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଡାକ୍ତର ଶ୍ରବଣ କୁମାର କୋର୍ଟରେ କହିଛନ୍ତି ଯେ, ଭିତରକୁ ମୃତଦେହ ପ୍ରାୟତଃ ସଢି ସାରିଲାଣି ଓ ଆଗାମୀ କିଛି ଦିନ ଭିତରେ ସ୍ଥିତି ଆହୁରି ଖରାପ ହୋଇଯିବ। ଏଭଳି ସ୍ଥିତିରେ ଡାକ୍ତରଙ୍କ ପାଇଁ ପୋଷ୍ଟମର୍ଟମ କରିବା ସହଜ ହେବ ନାହିଁ। ଅନ୍ୟପକ୍ଷେ ତେଲେଙ୍ଗାନା ହାଇକୋର୍ଟ ଦ୍ବିତୀୟ ପୋଷ୍ଟମର୍ଟମ ରିପୋର୍ଟ ୨୩ ଡିସେମ୍ବର ସୁଦ୍ଧା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟ ପୋଷ୍ଟମର୍ଟମ ପାଇଁ କିଛି ଗାଇଡଲାଇନ୍ସ ଜାରି କରିଛନ୍ତି। ଏହା ଅନୁସାରେ ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ କରାଯିବ।

ସମ୍ବନ୍ଧିତ ଖବର