ଲକ୍‌ଡାଉନ୍‌ ପରେ ବଦଳିବ ଆଇଟି ଶିଳ୍ପର ଚିତ୍ର, ଘରୁ କାମ କରିବେ ୧୦ ଲକ୍ଷ କର୍ମଚାରୀ

ବାଙ୍ଗାଲୋର ୨୮/୪: କରୋନା ଲକ୍‌ଡାଉନ୍‌ ସ୍ଥିତି ସ୍ୱାଭାବିକ ହେବାପରେ ମଧ୍ୟ ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ବ ସୂଚନା ପ୍ରଯୁକ୍ତି(ଆଇଟି) କର୍ମଚାରୀ ଘରୁ କାମ କରିବେ(ୱାର୍କ ଫ୍ରମ୍‌ ହୋମ୍‌) । ଆଇଟି ଶିଳ୍ପ ବିଶେଷଜ୍ଞ ସେନାପତି ଗୋପାଳକ୍ରିଷ୍ଣନ୍‌ ଏଭଳି ସୂଚନା ଦେଇଛନ୍ତି ।

କନ୍‌ଫେଡେରେସନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ)ର ଏହି ପୂର୍ବତନ ସଭାପତି କହିଛନ୍ତି, ବର୍ତ୍ତମାନର ଷ୍ଟେ’ ଆଟ୍‌ ହୋମ ବା ଲକ୍‌ଡାଉନ୍‌ ଅବଧିରେ ଆଇଟି ଶିଳ୍ପ ନିଜର କାର୍ଯ୍ୟ ଜାରି ରଖିବାରେ ସମର୍ଥ ହୋଇଛି । ‘ୱାର୍କ ଫ୍ରମ୍‌ ହୋମ୍‌’ ଜରିଆରେ ଏ ଶିଳ୍ପ ନିଜ କାମକୁ ସଫଳତାର ସହ ପରିଚାଳନା କରିପାରିଛି ।

କର୍ମଚାରୀଙ୍କ ଦ୍ୱାରା ‘ୱାର୍କ ଫ୍ରମ୍‌ ହୋମ୍‌’କୁ ସଫଳ କରାଇବା କୌଣସି ସାମାନ୍ୟ କାମ ନୁହେଁ । ଏଥିପାଇଁ ଟେକ୍ନୋଲୋଜି ଭିତ୍ତିଭୂମି ସହ ବହୁ ସଂଖ୍ୟକ ଲୋକଙ୍କ ସମର୍ଥନ ଆବଶ୍ୟକ । କ୍ଲାଏଣ୍ଟର ଅନୁମତି ସହ ବ୍ୟବସାୟ ପ୍ରକ୍ରିୟାକୁ ବି ପରିବର୍ତ୍ତନ କରିବାକୁ ପଡ଼ିଥାଏ ବୋଲି ଇନ୍‌ଫୋସିସ୍‌ର ଏହି ସହ-ପ୍ରତିଷ୍ଠାତା କହିଛନ୍ତି ।

ଗୋପାଳକ୍ରିଷ୍ଣନ୍‌ କହିଛନ୍ତି, ବର୍ତ୍ତମାନ ସମୟରେ ଦେଶର ବହୁ ବଡ଼ ଆଇଟି କମ୍ପାନିର ୯୦ରୁ ୯୫% କର୍ମଚାରୀ ଘରୁ କାମ କରୁଛନ୍ତି । ଏହାସହ କମ୍ପାନିର କାର୍ଯ୍ୟ ବେଶ୍‌ ଆରାମରେ ଚାଲିଛି ଓ ତତ୍କାଳ ମଧ୍ୟ ହେଉଛି । ଏଣୁ ଆଗାମୀ ଦିନରେ ‘ୱାର୍କ ଫ୍ରମ୍‌ ହୋମ୍‌’ ଏ ଶିଳ୍ପ ବ୍ୟବସାୟର ଏକ ଅଂଶରେ ପରିଣତ ହେବ ।

ସେହିପରି ସେ କହିଛନ୍ତି, ଏବେ ବହୁ କ୍ଷୁଦ୍ର ଭାରତୀୟ ଷ୍ଟାର୍ଟଅପ୍‌ ମଧ୍ୟ ସେମାନଙ୍କ କାମକୁ ଘରୁ ଥାଇ ବେଶ୍‌ ଦକ୍ଷ ଭାବେ ପରିଚାଳନା କରିପାରୁଛନ୍ତି । ଏଣୁ ସେମାନେ ନିଜର କାର୍ଯ୍ୟ ପାଇଁ ସ୍ଥାୟୀ ଅଫିସର ଆବଶ୍ୟକତା ନ ଥିବା ମନେ କରୁଛନ୍ତି।
ଗୋପାଳକ୍ରିଷ୍ଣନ୍‌ କହିଛନ୍ତି, ଭାରତରୁ ଲକ୍‌ଡାଉନ୍‌ ଉଠିଯିବା ପରେ ଓ ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ୨୦-୩୦% ଆଇଟି କର୍ମଚାରୀ ଘରୁ କାମ କରିବା ଜାରି ରଖିବେ । ଏହା ଅର୍ଥ, ୪୦ ଲକ୍ଷ ପେସାଦାର ଥିବା ଭାରତୀୟ ଆଇଟି ଓ ବିପିଓ ଶିଳ୍ପର ପ୍ରାୟ ୧୨ ଲକ୍ଷ ଘରୁ କାମ କରିବେ। ବହୁ କମ୍ପାନି ୱାର୍କ ଫ୍ରମ୍‌ ହୋମ୍‌କୁ ଅଗ୍ରାଧିକାର ଦେବେ । ମୁଖ୍ୟତଃ କ୍ଷୁଦ୍ର କମ୍ପାନିଗୁଡ଼ିକ ଏଭଳି କାର୍ଯ୍ୟ ପ୍ରକ୍ରିୟାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବେ । ଫଳରେ ସେମାନେ ଘର ଭଡ଼ାରୁ ବଡ଼ ଧରଣର ଆଶ୍ୱସ୍ତି ପାଇପାରିବେ ।

ଇନ୍‌ଫୋସିସ୍‌ର ଏହି ପୂର୍ବତନ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ କହିଛନ୍ତି, ଆଇଟି ଶିଳ୍ପରେ ଛଟେଇ ହେବାର ଆଶଙ୍କା ବହୁତ କମ୍‌ । କମ୍ପାନିଗୁଡ଼ିକ ନିଜର କର୍ମଚାରୀଙ୍କୁ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିବେ । ତେବେ କର୍ମଚାରୀଙ୍କ ବେତନ ହ୍ରାସ ଦେଖାଦେଇପାରେ । ବିଭିନ୍ନ କମ୍ପାନି କର୍ମଚାରୀଙ୍କ ଦରମା ୫ରୁ ୨୫% ପର୍ଯ୍ୟନ୍ତ କମାଇ ପାରନ୍ତି ବୋଲି ସେ ସଙ୍କେତ ଦେଇଛନ୍ତି । ଯେହେତୁ କରୋନା ଭୂତାଣୁ ସଂକ୍ରମଣର ପ୍ରଭାବ ୧୨-୧୮ ମାସ ଯାଏ ଅନୁଭୂତ ହେବ, ଆଗାମୀ ଦିନରେ ନୂଆ ନିଯୁକ୍ତିର ସମ୍ଭାବନା କ୍ଷୀଣ । ଅତିକମ୍‌ରେ ବର୍ଷେରୁ ଦେଢ଼ ବର୍ଷ ଯାଏଁ ଆଇଟି ଶିଳ୍ପରେ ନୂଆ ନିଯୁକ୍ତି ଦେଖିବାକୁ ମିଳି ନ ପାରେ । ଏହା ହିଁ ଦେଶର ଯୁବପିଢ଼ିକୁ ସର୍ବାଧିକ ପ୍ରଭାବିତ କରିବ ବୋଲି ଗୋପାଳକ୍ରିଷ୍ଣନ୍‌ କହିଛ

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ