କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

କେରଳ ୦୩/୦୪: ଲକ୍‌ଡାଉନ ଯୋଗୁ ମଦ ନ ମିଳିବା କାରଣରୁ କେରଳରେ ମଦ ସହ ଆସକ୍ତ ଥିବା ୯ ଜଣ ଲୋକ ଆତ୍ମହତ୍ୟା କରିଥିବା ଜଣାପଡିବା ପରେ କେରଳ ସରକାର ଏ ନେଇ କେତେକ କଟକଣାକୁ କୋହଳ କରିଥିଲେ । ଯେଉଁ ଲୋକମାନଙ୍କୁ ମଦ ପିଇବାକୁ ଡାକ୍ତରୀ ଅନୁମତି ମିଳିଛି ସେମାନଙ୍କ ନିମନ୍ତେ ମଦ ଉପଲବ୍ଧ ହେବ ବୋଲି କେରଳ ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ଉପରେ କେରଳ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି । ୩ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ବି ବ୍ୟକ୍ତିକୁ ମଦ ବିକ୍ରି କରାଯିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଡାକ୍ତରୀ ଅନୁମତିପ୍ରାପ୍ତ ବ୍ୟକ୍ତିମାନଙ୍କୁ ମଦ କିଣିବା ନିମନ୍ତେ ପାସ୍‌ ମିଳିବ ବୋଲି ଗତ ମାର୍ଚ୍ଚ ୩୦ ତାରିଖରେ କେରଳ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଏହାକୁ ବିରୋଧ କରି କେରଳ ହାଇକୋର୍ଟରେ ୩ଟି ପିଟିସନ ଦାଖଲ ହୋଇଥିଲା । ରାଜ୍ୟ ମେଡିକାଲ ଅଫିସର ସଂଘ ଏହାକୁ ବିରୋଧ କରି ସରକାରଙ୍କ ନିକଟକୁ ଚିଠି ଲେଖି ଜଣାଇଥିଲେ ଯେ, ମଦ ସହ ଆସକ୍ତ ଲୋକମାନଙ୍କ ଉପଚାର ନିମନ୍ତେ ମଦକୁ ଔଷଧ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ । ରାଜ୍ୟ ସରକାର ନିଜ ଚିନ୍ତାଧାରା ପରିବର୍ତ୍ତନ କରିବା ଆବଶ୍ୟକ ।

ଏଭଳି ଆଭିମୁଖ୍ୟ ଭବିଷ୍ୟତରେ ରାଜ୍ୟରେ ମଦୁଆଙ୍କ ସଂଖ୍ୟା ବୃଦ୍ଧିର କାରଣ ହୋଇପାରେ ବୋଲି ସେମାନେ ଚିଠିରେ ଆଶଙ୍କା ବ୍ୟକ୍ତ କରିଥିଲେ । ସୂଚନାଥାଉ କି, ମଦ କିଣିବା ନିମନ୍ତେ ଲୋକମାନେ ପାସ୍‌ ଆବେଦନ କରିବା ଆବଶ୍ୟକ ବୋଲି ସରକାର ନିର୍ଦ୍ଦେଶ ଜାରି କରିବା ରାଜ୍ୟବ୍ୟାପୀ ଅନେକ ସଂଖ୍ୟାରେ ଲୋକ ପାସ୍‌ ପାଇଁ ଆବେଦନ କରିଥିଲେ । କିନ୍ତୁ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଉକ୍ତ ଆବେଦନଗୁଡିକୁ ଆଉ ଗ୍ରହଣ କରାଯିବ ନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

   ସମ୍ବନ୍ଧିତ ଖବର


BOEING 777 : ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ବିଳାସପୂର୍ଣ୍ଣ ବିମାନର ଫଟୋ

WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ସାଙ୍ଗ ମାନଙ୍କ ସହ ନିଜ ସ୍ତ୍ରୀଙ୍କର ଗଣଦୁଷ୍କର୍ମ କଲା ସ୍ୱାମୀ ! କାନ୍ଦୁଥିଲା ୫ ବର୍ଷିୟ ଶିଶୁ ପୁତ୍ର

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଟ୍ରମ୍ପଙ୍କ ଭିଡିଓକୁ ବ୍ଲକ୍‌ କଲା ଟ୍ୱିଟର