ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଦୁନିଆର ଏକମାତ୍ର ବୋଲର, ଯିଏ ଶେଷ ଦିନିକିଆରେ ନେଇଛନ୍ତି ହ୍ୟାଟ୍ରିକ୍ ଓ୍ଵିକେଟ୍

ନୂଆଦିଲ୍ଲୀ,୧୬/ ୦୧: କ୍ରିକେଟ ଇତିହାସରେ ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି ଖେଳାଳି। କିଛି ଖେଳାଳି ନୂଆ ରେକର୍ଡ କରୁଛନ୍ତି ତ କେଉଁ ଖେଳାଳି ପୁରୁଣା ରେକର୍ଡର ସମକକ୍ଷ ହେଉଛନ୍ତି। ଏସବୁ ମଧ୍ୟରେ ଏକ ଅଜଣା ରେକର୍ଡ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ଦିନିକିଆ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ବହୁ ଖେଳାଳି ଡେବ୍ୟୁ କରିଛନ୍ତି। ହେଲେ ସେ ମଧ୍ୟରୁ ମାତ୍ର ୪ ଜଣ ଖେଳାଳି ନିଜର ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେବାରେ ସଫଳ ହୋଇଛନ୍ତି। ଅପରପକ୍ଷେ ଦିନିକିଆ କ୍ରିକେଟ ଇତିହାସରେ କେବଳ ଜଣେ ହିଁ ବୋଲର ଯିଏ ନିଜର ଶେଷ ଦିନିକିଆ ମ୍ୟାଚରେ ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେଇ ବିଶ୍ବ ରେକର୍ଡ କରିଛନ୍ତି। ଏହି ବୋଲର ଜଣକ ହେଲେ ଅଷ୍ଟ୍ରେଲିଆର ଆନ୍ଥୋନି ଷ୍ଟୁଆର୍ଟ।

୧୯୯୭ ମସିହାରେ ଆନ୍ଥୋନି ଷ୍ଟୁଆର୍ଟ ମେଲବର୍ଣ୍ଣ ଦିନିକିଆରେ ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ନେଇଥିଲେ। ୧୬ ଜାନୁଆରୀ ୧୯୯୭ ମସିହାରେ ଖେଳା ଯାଇଥିବା ଏହି ମ୍ୟାଚ୍‌ ଅନ୍ଥୋନିଙ୍କ କ୍ୟାରିୟରର ଶେଷ ମ୍ୟାଚ୍‌ ଥିଲା। ସୂଚନାଥାଉକି ଷ୍ଟୁଆର୍ଟ ତାଙ୍କ ଦିନିକିଆ କ୍ୟାରିୟରରେ କେବଳ ୩ଟି ମ୍ୟାଚ୍‌ ଖେଳିଥିଲେ ଓ ୮ଟି ଓ୍ବିକେଟ୍‌ ନେଇଥିଲେ।

ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ଆନ୍ଥୋନି ୧୦ ଓଭର ବୋଲିଂ କରି ୨୬ ରନ୍‌ ଦେଇ ୫ ଓ୍ବିକେଟ୍‌ ନେଇଥିଲେ। ଏଥିସହିତ ଆନ୍ଥୋନି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। କ୍ୟାରିୟରର ଶେଷ ଦିନିକିଆରେ ଷ୍ଟୁଆର୍ଟ ପାକିସ୍ତାନର ଏଜାଜ ଅହମଦ, ମହମ୍ମଦ ଓ୍ବାସିମ ଓ ମୋଇନ୍‌ ଖାନ୍‌ଙ୍କୁ ପ୍ୟାଭିଲିଅନ୍‌ ପଠାଇ ନିଜର ହ୍ୟାଟ୍ରିକ୍‌ ଓ୍ବିକେଟ୍‌ ପୂରଣ କରିଥିଲେ।

wp:embed {"url":"https://twitter.com/Zohaib1981/status/1350231291241742337","type":"rich","providerNameSlug":"twitter","responsive":true,"className":""}
https://twitter.com/Zohaib1981/status/1350231291241742337
/wp:embed

ଦିନିକିଆ କ୍ରିକେଟରେ ଡେବ୍ୟୁ କରି ଏହି ସବୁ ଖେଳାଳି ନେଇଛନ୍ତି ହ୍ୟାଟ୍ରିକ୍‌ ଓ୍ବିକେଟ୍:
ଦିନିକିଆ କ୍ରିକେଟରେ ବାଂଲାଦେଶର ତୈଜୁଲ ଇସଲାମ, ଦକ୍ଷିଣ ଆଫ୍ରିକାର କୋଗିସୋ ରବାଡା, ଶ୍ରୀଲଙ୍କାର ବାନିଦୁ ଇସରଙ୍ଗା ଓ ଶହନ ମଧୁଶଙ୍କା ନିଜର ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ୍‌ ଓ୍ବିକେଟ ନେଇଛନ୍ତି। ଏପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ବୋଲରମାନେ ନେଇଛନ୍ତି ୪୯ ହ୍ୟାଟ୍ରିକ୍‌ ଓ୍ବିକେଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.