କ୍ୱାରେଣ୍ଟାଇନ୍‌ରେ ଥାଇ ବାହାରେ ବୁଲୁଥିଲେ ଯୁୁବକ, ଗିରଫ କରି ଏସ୍‌ସିବିରେ ଭର୍ତ୍ତି କଲା ପୁଲିସ

ଚନ୍ଦକା ୨୬/୩: ବାରଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ହୋମ୍‌ କ୍ୱାରେଣ୍ଟାଇନରେ ଥାଇ ବାହାରେ ବୁଲିବା ଯୋଗୁଁ ତାଙ୍କୁ ବାରଙ୍ଗ ଥାନା ପୁଲିସ ଗିରଫ କରି କଟକ ବଡ଼ ମେଡିକାଲ ପଠାଇଛି । ବ୍ୟକ୍ତି ଜଣକ ନିକଟରେ ବିଦେଶ ଗସ୍ତ କରିଥିଲେ । ସେଠାରୁ ଫେରିବା ପରେ ସେ ନିଜ ଘରେ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିଲେ ।

ଆଜି ସେ ବାରଙ୍ଗ ବଜାରରେ ବୁଲୁଥିଲେ । ଏନେଇ ପୁଲିସକୁ ସ୍ଥାନୟ ଲୋକେ ଖବର ଦେଇଥିଲେ । ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରି କଟକ ବଡ଼ ମେଡିକାଲ ପଠାଇଛନ୍ତି । ପୁଲିସ କହିଛି ଯେ, ସେ ବିଦେଶରୁ ଫେରିବା ସମୟରେ ତାଙ୍କୁ ଡାକ୍ତର ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସେ ଏହାକୁ ଅବମାନନା କରି ବାହାରକୁ ବୁଲିବା ପାଇଁ ଯାଇଥିଲେ ।

   ସମ୍ବନ୍ଧିତ ଖବର


ନନ୍ଦନକାନନରେ ଶାଗୁଣା ମୃତ: ରଣପୁରରୁ ହୋଇଥିଲା ଉଦ୍ଧାର

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ବ୍ୟାଙ୍କ ମ୍ୟାନେଜରଙ୍କୁ ମହଙ୍ଗା ପଡିଲା ଅନ୍‌ଲାଇନ୍‌ରେ ମଦ କିଣା, ୧୯ ହଜାର ଠକିନେଲେ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ