ଜେଲରେ ପରିବା ଚାଷ କରୁଛନ୍ତି ରାମରହିମ; ଦୈନିକ ମିଳୁଛି ୪୦ ଟଙ୍କାର ପାରିଶ୍ରମିକ

ରୋହତକ ୨୬/୮ : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ୨ ବର୍ଷ ତଳେ ୨୦୧୭ ମସିହା ଅଗଷ୍ଟ ୨୫ ତାରିଖରେ ଜେଲରେ ବନ୍ଦୀ ହୋଇଥିଲେ । ବଳାତ୍କାର ଓ ହତ୍ୟା ମାମଲାରେ ଦଣ୍ଡିତ ହୋଇ କଏଦୀ ନମ୍ବର ୮୬୪୭ ଭାବେ ହରିୟାନାର ସୁନରିୟା ଜେଲରେ ସେ ଏବେ ଜୀବନ ବିତାଉଛନ୍ତି ।

ଦିନେ ରାଜକୀୟ ଜୀବନ ବିତାଉଥିବା ରାମ ରହିମ ଏବେ ଅତି ସାଧାରଣ ମଣିଷର ଜୀବନ ବଞ୍ଚୁଥିବା ଜଣାପଡ଼ିଛି । ସେ ଦୈନିକ ୪୦ ଟଙ୍କା ମଜୁରୀରେ ଜେଲ ପରିସରରେ ଥିବା ଖାଲି ପଡ଼ିଆରେ ପନିପରିବା ଚାଷ କରୁଛନ୍ତି । ୨ ବର୍ଷ ମଧ୍ୟରେ ପରିବା ଚାଷ କରି ସେ ୧୮ ହଜାରରୁ ଊଦ୍ଧ୍ୱର୍ ଟଙ୍କା ରୋଜଗାର କରିସାରିଲେଣି । ଦିନ ଥିଲା ସେ ଦୈନିକ ନିଜ ପିଚ୍ଛା ୧୮ ହଜରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିଲେ । ଝାଳବୁହା ପରିଶ୍ରମର ପରିଣାମ ସ୍ୱରୂପ ଇତି ମଧ୍ୟରେ ରାମରହିମଙ୍କ ଓଜନ ୧୫ କିଲୋ କମି ଯାଇଛି । ଜେଲ ଯିବା ପୂର୍ବରୁ ତାଙ୍କ ଓଜନ ୧୦୫ କିଲୋ ଥିବା ବେଳେ ଏବେ ତାହା ୯୦ କିଲୋରେ ପହଞ୍ଚିଯାଇଛି ।

ସୁନରିୟା ଜେଲର ଏକ ସ୍ୱତନ୍ତ୍ର କୋଠରୀରେ ଅନ୍ୟ କଏଦୀମାନଙ୍କଠାରୁ ଦୂରରେ ରାମରହିମଙ୍କୁ ରଖାଯାଇଛି । ସେ ରହିବା ପରଠାରୁ ଏହି ଜେଲକୁ ଅତି ସମ୍ବେଦନଶୀଳ ଜେଲରେ ପରିଣତ କରାଯିବା ସହ ସୁରକ୍ଷା ପାଇଁ ପାରା ମିଲିଟାରୀ ଫୋର୍ସଙ୍କୁ ମୁତୟନ କରାଯାଇଛି । ଜେଲ୍‌ଠାରୁ ୩ କିମି ପରିସର ମଧ୍ୟରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଜେଲର ଜନୈକ ଅଧିକାରୀଙ୍କ କହିବା ଅନୁଯାୟୀ, ରାମରହିମ ଜେଲରେ ବନ୍ଦୀ ହେବାର କିଛି ଦିନ ପର୍ଯ୍ୟନ୍ତ ଗରମ ଯୋଗୁ ଶୋଇପାରୁନଥିଲେ । କିନ୍ତୁ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହୋଇଯାଇଛି ।

ତାଙ୍କର ପୋଷ୍ୟ କନ୍ୟା ହନିପ୍ରିତ୍‌ ୨ ବର୍ଷ ମଧ୍ୟରେ ମାତ୍ର ଥରୁଟିଏ ରାମ ରହିମ୍‌ଙ୍କୁ ଦେଖା କରିବାକୁ ଆସିଥିବା ବେଳେ ତାଙ୍କ ଘରଲୋକ ପ୍ରତି ସପ୍ତାହରେ ତାଙ୍କୁ ଭେଟିବାକୁ ଆସୁଥିବା ଜେଲ୍‌ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ଇତିମଧ୍ୟରେ ପାରୋଲରେ ବାହାରିବାକୁ ରାମରହିମ ଦୁଇଦୁଇଥର ଆବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି