ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କଲେ ଶିଶୁ ଅଧିକାର ସୁରକ୍ଷା କମିସନ

କଟକ ୧୯/୯: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ଆଜି ଏସ୍‌ସିବି ପରିଦର୍ଶନ କରି ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଆନୁଧ୍ୟାନ କରିଛନ୍ତି । ଆଇସିୟୁରେ ଚିକିତ୍ସାଧୀନ କାଳିଆ ପାଖକୁ କମିସନ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନଙ୍କ ସମେତ ସଦସ୍ୟା ମନ୍ଦାକିନି କର ଓ ଗୀତାଞ୍ଜଳି ବସ୍ତିଆ ଯାଇ ତାର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କଠାରୁ ବୁଝିଥିଲେ । ସେହିପରି ଟିମ୍‌ର ସଦସ୍ୟାମାନେ ଜଗାର ଭଲମନ୍ଦ ସମ୍ପର୍କରେ ତାର ବାପ ମା’ଙ୍କଠାରୁ ବୁଝିଥିଲେ । ଜଗା-କାଳିଆଙ୍କ ସ୍ୱାସ୍ଥ୍ୟାସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଆସୁଛନ୍ତି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

ଜଗା ସହ କମିସନ ଅଧ୍ୟକ୍ଷା ଓ ସଦସ୍ୟାମାନେ କିଛି ସମୟ ବିତାଇବା ସହ କଥା ମଧ୍ୟ ହୋଇଥିଲେ । ଜଗା ଏବେ ସୁସ୍ଥ ଅଛି । ତାର ଏବେ ଖେଳିବା, ବୁଲିବା ସମୟ । ଦୀର୍ଘ ଦିନ ରହି ଗୋଟିଏ କୋଠରୀ ତଥା ଡାକ୍ତରଖାନା ପରିବେଶରେ ରହିବା ଜଣେ ଶିଶୁ କ୍ଷେତ୍ରରେ ଉପଯୁକ୍ତ ନୁହେଁ । ଜଗାର ମାନସିକ ବିକାଶ ଦୃଷ୍ଟିରୁ ସେ ଘରୋଇ ପରିବେଶରେ ଏବଂ ଅଭିଭାବକ ମେଳରେ ରହିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି ।

ପାଠ ପଢ଼ିବା ଲାଗି ଜଗାର ବୟସ ହୋଇଗଲାଣି । ଏବେ ତାର ମୁଣ୍ଡର ଖପୁରି ନଥିବାରୁ ଏଭଳି ସ୍ଥିତିରେ ସେ ସ୍କୁଲ୍‌ ଯିବା ଠିକ୍‌ ହେବ ନାହିଁ । ଆଉ କିଛି ମାସ ପରେ ସ୍କୁଲ୍‌ ଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ତଥାପି ଜଗାର ମାନସିକ ବିକାଶ ଲାଗି ଘରେ ରହି ପାଠ ପଢ଼଼ା ସୁବିଧା ବନ୍ଦୋବସ୍ତ କରିବା ଦିଗରେ କମିସନ ପଦକ୍ଷେପ ନେବେ ଓ ସରକାରଙ୍କୁ ଅବଗତ କରାଇବେ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ଜଗାର ଖେଳକୁଦ ପାଇଁ ଖେଳ ସାମଗ୍ରୀ ସମେତ ପାଠପଢ଼ା ଅଭ୍ୟାସ ପାଇଁ ବିଭିନ୍ନ ଉପକରଣ ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି କମିସନ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ପୁରୀ ବ୍ଲୁ ଫ୍ଲାଗ୍ ବିଚ୍‌ରେ ଭାସିଗଲେ ପର୍ଯ୍ୟଟକ, ଉଦ୍ଧାର କାର୍ଯ୍ୟ ଜାରି

ବଡ଼ଦେଉଳ ବାଇଶିପାହାଚର ହେବ ମରାମତି, ପୁରୁଣା ବଦଳରେ ଲାଗିବ ନୂଆ ପଥର !

ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ଗୋଟିଏ ରାତିରେ ସଟର ଭାଙ୍ଗି ୮ଟି ଦୋକାନ ଲୁଟିଲେ ଦୁର୍ବୃତ୍ତ: ନଗଦ ଟଙ୍କା ଓ ସମଗ୍ରୀ ଲୁଟ୍

ଭସାଣି ପୂର୍ବରୁ ଆକ୍ସନ୍ ମୋଡ୍‌ରେ ପୋଲିସ: ବେଆଇନ ମଦ କାରବାର ଆଡ୍ଡାରେ ଚଢ଼ଉ, ଦେଶୀ ଓ ବିଦେଶୀ ମଦ ଜବତ, ଜଣେ ଗିରଫ

ଆଜି ଭସାଣ ଉତ୍ସବ: ବିନା ରୋଷଣୀରେ, ବିନା ଶୋଭାଯାତ୍ରାରେ ମେଲାଣି ନେବେ ଜଗତଜନନୀ ମା’ଦୁର୍ଗା