ପ୍ରମୁଖ ଖବର
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ଏବେଠୁ ଜଳିଲାଣି ସାରା ଓଡ଼ିଶା, ଦିନ ସାଢେ ୧୧ଟାରେ ଟପିଗଲା ୩୬ ଡିଗ୍ରୀ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପିରେ ଟିକଟ କସରତ: ଆଜି ଆସିପାରେ ଦ୍ୱିତୀୟ ପର୍ଯ୍ୟାୟ ତାଲିକା, କୋର୍ କମିଟି ବୈଠକରେ ଚୂଡ଼ାନ୍ତ
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

ଲାଲୁଙ୍କ ପରିବାରରେ ଫାଟ; ଶ୍ବଶୂରଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଲାଲୁଙ୍କ ପୁଅ ତେଜପ୍ରତାପ

ପାଟନା ୨୯।୩: ଲାଲୁ ଯାଦବଙ୍କ ପରିବାରରେ ବିବାଦ ଦିନକୁ ଦିନ ବଢିଚାଲିଛି । ବିଶେଷକରି ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନୋମାଳିନ୍ୟ ବଢ଼ିବାରେ ଲାଗିଛି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଛାତ୍ର ସଂଗଠନର ମୁଖ୍ୟ ପଦ ଛାଡିବା ପରେ ନିର୍ବାଚନରେ ସ୍ୱାଧୀନପ୍ରାର୍ଥୀ ଭାବେ ଲଢିବାର ସଂକେତ ଦେଇଛନ୍ତି । ସେ ବିହାରର ସରନ ଆସନରୁ ଲଢିବାର ସଂକେତ ଦେଇଛନ୍ତି ।

{"id":9676,"width":735,"height":412}

କିନ୍ତୁ ମଜାକଥା ହେଉଛି ଯେ ଏହି ଆସନରୁ ତାଙ୍କ ଶ୍ୱଶୂର ଚନ୍ଦ୍ରିକା ରାୟ ଛିଡା ହେବେ ବୋଲି ତେଜସ୍ୱୀ ଗତ କାଲି ଘୋଷଣା କରିଥିଲେ । ଏହି କାରଣରୁ ତେଜପ୍ରତାପ ଅସନ୍ତୁଷ୍ଟ ଅଛନ୍ତି । ଏହି ଆସନଟି ଲାଲୁ ପ୍ରସାଦ ଯାଦବଙ୍କ ଆସନ । ସେ ଏଠାରୁ ୪ ଥର ଜିତିଥିଲେ । ଏହି ଆସନକୁ ଅନ୍ୟକୁ ଦେଇଦେବା ତାଙ୍କ ପିତାଙ୍କ ଅପମାନ ବୋଲି ସେ ମନେ କରୁଛନ୍ତି ।

{"id":9677,"width":740,"height":454}

ଏହାର ପ୍ରତିବାଦ କରି ତେଜପ୍ରତାପ ଗତକାଲି ଦଳର ଛାତ୍ର ସଂଗଠନର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏକ ଟ୍ବିଟ କରି ସେ ଲେଖିଥିଲେ ଯେ ଯେଉଁମାନେ ତାଙ୍କୁ ମୁର୍ଖ ବୋଲି ଭାବୁଛନ୍ତି ସେମାନେ ନିଜେ କିଛି ଜାଣିନାହାନ୍ତି । ସେ ତାଙ୍କ ଭାଇ ତେଜସ୍ବୀଙ୍କୁ ଏକଥା କହିଥିବା ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.