PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ମହାତ୍ମା ଗାନ୍ଧି ୩୫ ବର୍ଷରେ ୭୯ ହଜାର କିଲୋମିଟର ପାଦରେ ଯାତ୍ରା କରିଛନ୍ତି

ନୂଆଦିଲ୍ଲୀ,୨୬।୩: ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ଗାନ୍ଧି ମ୍ୟୁଜିୟମରେ ସୁରକ୍ଷିତ ଭାବରେ ରଖାଯାଇଥିବା ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଏକ ଫାଇଲ ପ୍ରଥମ ଥର ପୁସ୍ତକର ରୂପ ନେଇଛି। ’ଗାନ୍ଧି ଆଣ୍ଡ ହେଲଥ୍@୧୫୦’ ଶୀର୍ଷକ ପ୍ରକାଶିତ ଏହି ପୁସ୍ତକରେ ଖୁଲାସା କରାଯାଇଛି ଯେ  ଗାନ୍ଧିଜୀ ୩୫ ବର୍ଷରେ ୭୯ ହଜାର କିଲୋମିଟର ପାଦରେ ଯାତ୍ରା କରିଛନ୍ତି। ଯଦି ଏହି ଦୂରତ୍ବକୁ ମାପିବା ତେବେ ଏହା ପୃଥୀବିର ଗୋଲେଇ ଠାରୁ  ପ୍ରାୟ ଦୁଇଗୁଣା ଅଧିକ।

ଯେହେତୁ ସେ ଶୁଦ୍ଧ ଶାକାହାରୀ ଥିଲେ ତେଣୁ ଦୁବ୍ଧ ଜାତୀୟ ଖାଦ୍ୟ ଖାଇ ନିଜର ଯାତ୍ରା ଶେ​‌ଷ କରୁଥିଲେ। ତାଙ୍କୁ ହାଇବ୍ଲଡ ପ୍ରେସର ଥିଲା। ୨୬ ଅକ୍ଟୋବର ୧୯୩୭ରେ ୧୯୪/୧୩୦ ଓ ୧୯ ଫେବୃଆରୀ ୧୯୪୦ରେ ୨୨୦/୧୧୦ ରହିଥିଲା। ଏତେ ଅଧିକ ବ୍ଳଡ ପ୍ରେସର ରହିଥିବା ପରେ ମଧ୍ୟ ସେ ସବୁବେଳେ ଶାନ୍ତ ରହୁଥିଲେ। ଏପରିକି ନିଜର ବ୍ଳଡ ପ୍ରେସରକୁ ନିୟନ୍ତ୍ରଣରେ ରଖି ନିଜକୁ ଫିଟ୍ ରଖିପାରୁଥିଲେ। ୧୬୬ ପୃଷ୍ଠାର ଏହି ବହିରେ ଉଲ୍ଳେଖ କରାଯାଇଛି ଯେ, ବାପୁ ପ୍ରତିଦିନ ୧୮ କିଲୋମିଟର ପାଦରେ ଯାତ୍ରା କରୁଥିଲେ।

ବହିରେ ମହାତ୍ମ ଗାନ୍ଧିଙ୍କ ଜନ୍ମକୁଣ୍ଡଳୀ ସମ୍ପର୍କରେ କୁହାଯାଇଛି। ଏହା ଅନୁସାରେ ତାଙ୍କର ଜନ୍ମ ୨ ଅକ୍ଟୋବର ୧୮୬୯ ସକାଳ ୭ଟା ୪୫ ମିନିଟରେ ପୋରବନ୍ଦରରେ ହୋଇଥିଲା ବାପୁଙ୍କ ଜନ୍ମ ସମୟରେ  ଶୁକ୍ର,ବୁଧ ଓ ମଙ୍ଗଳର ଅନ୍ତଃର୍ଦଶା ଯୋଗ ରହିଥିଲା। ଯାହାକି ତାଙ୍କୁ ସଂଘର୍ଷଶୀଳ ଯୋଦ୍ଧା କରିଛି। ଜ୍ୟୋତିଷଙ୍କ ମତରେ ଏହି ଯୋଗ କାରଣରୁ ବାପୁଙ୍କୁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ ହୋଇଥିଲା ଓ ମହାନ ଜନନେତା ହୋଇପାରିଥିଲେ।