ଗୁଗୁଲରେ ବିଜ୍ଞାପନ ଦେବା ମାମଲାରେ ବିଜେପି ଶୀର୍ଷରେ, କଂଗ୍ରେସ ୬ଷ୍ଠ ସ୍ଥାନରେ

ନୂଆଦିଲ୍ଲୀ,୪।୪: ଲୋକସଭା ନିର୍ବାଚନ ସମୟରେ ସର୍ଚ ଇଞ୍ଜିନ୍ କମ୍ପାନୀ ଗୁଗଲରେ ବିଜ୍ଞାପନ ଦେବା ମାମଲାରେ ସମସ୍ତ ରାଜନୈତିକ ଦଳକୁ ପଛରେ ପକାଇଛି ଭାରତୀୟ ଜନତା ପାର୍ଟି ଅର୍ଥାତ ବିଜେପି।   ତେବେ ଏହି ମାମଲାରେ କଂଗ୍ରେସ ଷଷ୍ଠ ସ୍ଥାନରେ ରହିଛି । ଭାରତୀୟ ପାରିଦର୍ଶିତା ରିପୋର୍ଟ ଅନୁଯାୟୀ, ୨୦୧୯ ମସିହା ଫେବୃଆରୀ ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ ଏବଂ ସହଯୋଗୀ ଦଳ ଗୁଗଲ ବିଜ୍ଞାପନ ବାବଦକୁ ୩.୭୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଭାରତୀୟ ଜନତା ପାର୍ଟି ବିଜ୍ଞାପନ ପାଇଁ ୧.୨୧ କୋଟି ଟଙ୍କା ଖର୍ଚ୍ଚ କରିବା ସହ ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଯାହା ଗୁଗଲର ମୋଟ ବିଜ୍ଞାପନ ଖର୍ଚ୍ଚର ପ୍ରାୟ ୩୨ ପ୍ରତିଶତ।

ଅନ୍ୟପକ୍ଷେ ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛି। କଂଗ୍ରେସ ଦଳ ଗୁଗଲ ବିଜ୍ଞାପନ ପାଇଁ ୫୪ ହଜାର ୧୦୦ ଟଙ୍କା ଖର୍ଚ୍ଚ କରିଛି। ରିପୋର୍ଟ ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବଧୀନ ୱାଇଏସଆର କଂଗ୍ରେସ ଦଳ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଗୁଗଲ ବିଜ୍ଞାପନ ପାଇଁ ଏହି ଦଳ ମୋଟ ୧.୦୪ କୋଟି ଟଙ୍କା ଖର୍ଚ୍ଚ କରିଛି । ୱାଇଏସଆର କଂଗ୍ରେସ ଦଳର ପ୍ରଚାରକ ପମ୍ମୀ ସାଈ ଚରଣ ରେଡ୍ଡୀ ପ୍ରାର୍ଥୀଙ୍କ ପାଇଁ ୨୬ ହଜାର ୪୦୦ ଟଙ୍କା ଖର୍ଚ୍ଚ କରିଛନ୍ତି ।

ରିପୋର୍ଟରେ କୁହାଯାଇଛି ତେଲଗୁ ଦେଶମ ପାର୍ଟି (ଟିଡିପି) ଓ ଏହାର ପ୍ରମୁଖ ଦଳ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଚାର କରୁଥିବା ‘ପ୍ରମାଣ୍ୟ ଷ୍ଟ୍ରାଟେଜି କନସଲଟିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ୮୫.୨୫ ଲକ୍ଷ ଖର୍ଚ୍ଚ କରି ଏହି ସୂଚୀରେ ତୃତୀୟ ସ୍ଥାନରେ ରହିଛି। ନାଇଡୁଙ୍କ ପ୍ରଚାର କରୁଥିବା ଆଉ ଏକ ପାର୍ଟି ‘ଡିଜିଟାଲ କନସଲଟିଂ ପ୍ରାଇଭେଟ୍ ଲିମିଟେଡ୍’ ୬୩.୪୩ ଳକ୍ଷ ଖର୍ଚ୍ଚ କରି ୪ର୍ଥ ସ୍ଥାନରେ ରହିଛି। ତେବେ ଗୁଗୁଲ ଦେଶର ୧୧ଟି ରାଜନୈତିକ ବିଜ୍ଞାପନଦାତାଙ୍କର ବିଜ୍ଞାପନ ବନ୍ଦ କରିଦେଇଛି।

   ସମ୍ବନ୍ଧିତ ଖବର


ରେଡ୍ ଲାଇଟରୁ ଉଦ୍ଧାର ହୋଇଥିବା ଓଡିଆ କିଶୋରୀଙ୍କୁ ମିଳିଲା ୯ ଲକ୍ଷ

ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ଅହମ୍ମଦ ପଟେଲଙ୍କ ପରଲୋକରେ ଗାନ୍ଧି ପରିବାରରେ ଶୋକ: ଟୁଇଟ୍ କରି ଦୁଃଖ ପ୍ରକାଶ କଲେ ସୋନିଆ, ରାହୁଲ ଓ ପ୍ରିୟଙ୍କା

ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’