PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ବୁଲା ଗୋରୁ ଗାଈ କୁକୁରଙ୍କୁ ଖାଦ୍ୟ ପ୍ରଦାନ ଲାଗି ତୃତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ପ୍ରଦାନ କଲେ ୬୭ ଲକ୍ଷ ୫୨ ହଜାର ଟଙ୍କା

ଭୁବନେଶ୍ୱର – ଲକ୍‌ଡାଉନ୍‌ ସମୟରେ ବୁଲା ଗୋରୁ ଗାଈ କୁକୁରଙ୍କୁ ଖାଦ୍ୟ ପ୍ରଦାନ ଲାଗି ରାଜ୍ୟ ସରକାର ୬୭ ଲକ୍ଷ ୫୨ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ହୋଟେଲ୍‌ ଦୋକାନ ବଜାର ଏବଂ ଲୋକଙ୍କ ଚଳପ୍ରଚଳ ବନ୍ଦ ରହୁଥିବାରୁ ଏହି ବୁଲା ପ୍ରାଣୀ ମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଥାଆନ୍ତି ।

ଏହି ଅସହାୟ ପ୍ରାଣୀଙ୍କ ଖାଦ୍ୟ ବନ୍ଦୋବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଏହି ଟଙ୍କା ମଞ୍ଜୁର କରାଯାଇଛି । ୪ଟି ମହାନଗର ନିଗମ ଦିନକୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ରାଜଧାନୀରେ ୨୦ ହଜାର ଟଙ୍କା ଖର୍ଚ୍ଚ କରାଯାଇପାରିବ । ଅନ୍ୟ ୪୮ଟି ପୌରସଂସ୍ଥା ଦିନକୁ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ ।

ବିଜ୍ଞାପିତ ପରିଷଦ ଅଞ୍ଚଳ ଦୈନିକ ୨ ହଜାର ଟଙ୍କା ବୁଲା ପ୍ରାଣୀଙ୍କ ଖାଇବା ପାଇଁ ଖର୍ଚ୍ଚ କରିବେ । ପୂର୍ବରୁ ମୋଟ୍‌ ଏକ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ଏଥିପାଇଁଖର୍ଚ୍ଚ କରାଯାଇଛି ।

ଓଡିଶା ସରକାର ଦୁଇଟି ପର୍ଯ୍ୟାୟରେ ଏଥିପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଏବେ ତୃତୀୟ ପର୍ଯ୍ୟାୟରେ ଏହାକୁ ପ୍ରଦାନ କରିଛନ୍ତି ।