କରୋନା ଭୟ: ମନ୍ଦିରରେ ଶିବଲିଙ୍ଗଙ୍କୁ ପିନ୍ଧାଗଲା ମାସ୍କ, ପୂଜାରୀ ଓ ଭକ୍ତ ମଧ୍ୟ ସଚେତନ

ବାରଣାସୀ,୧୧।୩: କରୋନା ଭାଇରସ୍ କାରଣରୁ ସାରାଦେଶରେ ଲୋକଙ୍କୁ ଅଧିକ ସଚେତନ ହୋଇ ରହିବା ପାଇଁ କୁହାଯାଇଛି। ସଂକ୍ରମଣରୁ ବଞ୍ଚିବାପାଇଁ ସଚେତନତା ସୃଷ୍ଟି କରାଯାଉଚି। ସେଭଳି ବହୁ ସ୍ଥାନରେ ଲୋକମାନେ ନିଜକୁ କରୋନା ଭାଇରସରୁ ବଞ୍ଚାଇବା ପାଇଁ ମାସ୍କ ଓ ସାନେଟାଇଜର ବ୍ୟବହାର କରୁଛନ୍ତି। ଏହା ଭିତରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଶିବଲିଙ୍ଗ ଉପରେ ମାସ୍କ ଲଗାଯାଇଛି।

ଏହି ଫଟୋଟି ବାରଣାସୀର ଏକ ମନ୍ଦିରର ହୋଇଥିବା ବେଳେ ପୂଜାରୀ ଜଣକ ଶିବଲିଙ୍ଗରେ ମାସ୍କ ଲଗାଇ ଦେଇଛନ୍ତି। ଏ ବିଷୟରେ ପୂଜାରୀଙ୍କୁ ପଚାରିବାରୁ ସେ କହିଛନ୍ତି, କରୋନା ଭାଇରସ୍ ସାରା ଦେଶରେ ବ୍ୟାପୀ ଗଲାଣୀ। ଏହି କାରଣରୁ ଶିବଲିଙ୍ଗରେ ମାସ୍କ ଲଗାଇଛି। ଲୋକଙ୍କୁ ସଚେତନ କରିବା ପାଇଁ ଆମେ ମାସ୍କ ଲଗାଇଛୁ। ଯେଉଁଭଳି ଭାବରେ ଆମେ ଦେବା-ଦେବୀଙ୍କ ପ୍ରତିମାକୁ କପଡା ପିନ୍ଧାଇଥାନ୍ତି ପିନ୍ଧାଉ, ଶୀଶତ ହେଲେ ଗରମା ପୋଷାକ, ଗରମ ହେଲେ ପଙ୍ଖା କିମ୍ବା ଏସିର ବ୍ୟବହାର କରିଥାଉ ଠିକ୍ ସେଭଳି ଆମେ ମାସ୍କ ଲଗାଇଛୁ।’

ମନ୍ଦିରର ପୂଜାରୀ ଜଣକ କେବଳ ମାସ୍କ ପିନ୍ଧାଇଛନ୍ତି ତାହା ନୁହେଁ ଶିବଲିଙ୍ଗ ଛୁଇଁବାକୁ ମଧ୍ୟ ମନା କରିଛନ୍ତି। ସେ କହିଛନ୍ତି, ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ, କୌଣସି ଭଗବାନଙ୍କ ମୂର୍ତ୍ତିକୁ ହାତ ଲଗାନ୍ତୁ ନାହିଁ, କାରଣ ଏହାଦ୍ବାରା ଭାଇରସ୍ ବ୍ୟାପୀଥାଏ। ଯଦି ଲୋକମାନେ ପ୍ରତିମାକୁ ଛୁଁଅନ୍ତି ତେବେ ଭାଇରସ୍ ବ୍ୟାପୀବା ଓ ଅଧିକ ଲୋକଙ୍କୁ ହେବାର ସମ୍ଭାବନା ରହିଛି। ଏବେ ମନ୍ଦିରର ପୂଜାରୀ ଓ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇ ପୂଜା କରୁଥିବାର ଦେଖିବାକୁ ମିଳୁଛନ୍ତି।

   ସମ୍ବନ୍ଧିତ ଖବର


ଇଣ୍ଟେରିୟର ଡିଜାଇନିଂ ନାଁରେ ଭର୍ଚୁଆଲ ସେକ୍ସ ରାକେଟ୍ : ଅନ୍‌ଲାଇନ୍‌ରେ ଅଙ୍ଗ ପ୍ରଦର୍ଶନ ପାଇଁ ଦିଆଯାଉଥିଲା ତାଲିମ୍, ପର୍ଦ୍ଦାଫାଶ କଲା ପୋଲିସ

୬ ଦିନରେ ୫୩% ଖସିଲା ଲକ୍ଷ୍ମୀ ବିଳାସ ବ୍ୟାଙ୍କ ସେୟାର

ନୂଆବର୍ଷରୁ ନୂଆ ବ୍ୟବସ୍ଥା: ଏଣିକି ଲ୍ୟାଣ୍ଡଫୋନ୍‌ରୁ ମୋବାଇଲକୁ କଲ୍‌ କଲେ ନମ୍ବର ପୂର୍ବରୁ ଲାଗିବ ‘୦’

ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ