ପ୍ରମୁଖ ଖବର
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ଏସବୁ ଦେଶରେ ନାହିଁ ରେଳପଥ; ଲୋକେ ସଡ଼କ ପଥରେ କରନ୍ତି ଯାତାୟତ

ନୂଆଦିଲ୍ଲୀ, ୨୦।୫: ପୃଥିବୀର ଅନେକ ଦେଶରେ ରେଳପଥକୁ ଦେଶର ଲାଇଫ୍ ଲାଇନ୍ ବା ଜୀବନ ରେଖା ବୋଲି କୁହାଯାଏ । ସେହିଭଳି ବିଶ୍ୱର ବୃହତ୍ତମ ରେଳ ନେଟୱର୍କ ଥିବା ଦେଶ ମଧ୍ୟରେ ୪ର୍ଥ ସ୍ଥାନରେ ରହିଛି ଭାରତ । ତେବେ ଜାଣନ୍ତି କି ବିଶ୍ୱରେ ଏମିତି କେତୋଟି ଦେଶ ଅଛି, ଯେଉଁଠି ଆଦୌ ରେଳପଥ ନାହିଁ ବା ରେଳ ଚଳାଚଳ କରେନାହିଁ । ଆସନ୍ତୁ ଜାଣିବା ସେହି ସବୁ ଦେଶ ବିଷୟରେ । 

ଭୁଟାନ୍ :

ଭାରତର ପଡ଼ୋଶୀ ଏବଂ ଦକ୍ଷିଣ ଏସିଆର କ୍ଷୁଦ୍ରତମ ଦେଶ ଭୁଟାନ୍ । ଆଜି ବି ଏହି ଦେଶରେ ରେଳ ଯୋଗାଯୋଗ ନାହିଁ । ତେବେ ଆଗକୁ ଭୁଟାନର ଦକ୍ଷିଣାଞ୍ଚଳ ଭାରତୀୟ ରେଳ ନେଟୱର୍କ ସହ ଯୁକ୍ତ ହେବ ବୋଲି ଯୋଜନା ହୋଇଛି । ଜନସଂଖ୍ୟା ଦୃଷ୍ଟିରୁ ୟୁରୋପୀୟ ଦେଶ ଆଣ୍ଡୋରା ବିଶ୍ୱର ୧୧ତମ କ୍ଷୁଦ୍ରତମ ଦେଶ । ଭୂମିର ଆୟତନ ଦିଗରୁ ଏହା ୧୬ତମ କ୍ଷୁଦ୍ରତମ ଦେଶ । ଏହି ଦେଶରେ ଏବେ ଯାଏ କୌଣସି ରେଳ ଯୋଗଯୋଗ ନାହିଁ । ଏଠାକାର ଲୋକମାନଙ୍କର ଟ୍ରେନରେ ବସିବାର ସ୍ୱପ୍ନ ଆଜ ବି ପୂରଣ ହୋଇପାରିନାହିଁ । 

ଆଣ୍ଡୋରା :

ଆଣ୍ଡୋରାର ନିକଟତମ ରେଳ ଷ୍ଟେସନଟି ରହିଛି ଫ୍ରାନ୍ସରେ । ସେଠାରେ ପହଞ୍ଚିବା ପାଇଁ ଆଣ୍ଡୋରାରୁ ବସ୍‌ରେ ଯିବାକୁ ହୋଇଥାଏ ।  

କୁଏତ୍ :    

ମଧ୍ୟପ୍ରାଚ୍ୟର ଏକ ଉପସାଗରୀୟ ଦେଶ କୁଏତ୍ । ଏହି ଦେଶଟି ଖଣିଜ ତେଲରେ ସମୃଦ୍ଧ । ଏହା ବିଶ୍ୱର ଧନୀ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହା ସତ୍ତ୍ୱେ ଏଠାରେ ରେଳପଥ ଅପେକ୍ଷା ସଡ଼କ ପଥ ଅଧିକ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ କୁଏତରେ କୌଣସି ରେଳପଥ ନାହିଁ, ତେବେ ବେଶ୍ କେତୋଟି ରେଳ ପ୍ରକଳ୍ପର ପରିକଳ୍ପନା କରାଯାଇଛି । 

ସାଇପ୍ରସ୍‌ :

ସାଇପ୍ରସ୍‌ରେ ବର୍ତ୍ତମାନ କୌଣସି ରେଳ ନେଟୱର୍କ ନାହିଁ । ଯଦିଓ ଆଗରୁ ୧୯୫୦ରୁ ୧୯୫୧ ମସିହା ପର୍ଯ୍ୟନ୍ତ ଏଠାରେ ରେଳ ଚଳାଚଳ କରୁଥିଲା, ଆର୍ଥିକ କାରଣରୁ ପରେ ତାହା ବନ୍ଦ ହୋଇଯାଇଛି । ପରେ ପୁନର୍ବାର ସାଇପ୍ରସ୍ ମାଇନ୍ସ କର୍ପୋରେସନ୍ ଆନୁକୂଲ୍ୟରେ ଆଉ ଏକ ରେଳପଥ ସଂପ୍ରସାରଣ ଆରମ୍ଭ ହୋଇଥିଲା । ଯାହା ୧୯୭୪ ମସିହାରେ ବନ୍ଦ ହୋଇଯାଇଥିଲା । ଏହା ପରଠାରୁ ଏହି ଦେଶଟିରେ ଆଉ କୌଣସି ରେଳ ଚଳାଚଳ କରିନାହିଁ । 

ଲିବିୟା :

ଲିବିୟାରେ ଆଗରୁ ବେଶ୍ କେତୋଟି ରେଳ ଲାଇନ୍ ଥିଲା । କିନ୍ତୁ, ବିଭିନ୍ନ କାରଣବଶତଃ ସେହି ସମସ୍ତ ରେଳ ଲାଇନ୍ ବନ୍ଦ ହୋଇଯାଏ ।୧୯୬୫ ମସିହାରୁ ଲିବିୟାରେ କୌଣସି ରେଳ ନେଟୱର୍କ ଚାଲୁ ହୋଇନାହିଁ । ଆଜି ବି ସେଠାରେ ରେଳ ନେଟୱର୍କର ଅନେକଗୁଡ଼ିଏ ପ୍ରକଳ୍ପ ଅଧାରେ ଅଟକି ରହିଛି । 

ପୂର୍ବ ତିମୁର :

ଦକ୍ଷିଣ-ପୂର୍ବ ଏସିଆର ଏକ ଛୋଟ ଦେଶ ପୂର୍ବ ତିମୁରରେ କୌଣସି ରେଳ ନେଟୱର୍କ ନାହିଁ । ଏଠାକାର ଲୋକେ କେବଳ ସଡ଼କ ପଥରେ ହିଁ ଯାତାୟତ କରନ୍ତି । ତେବେ ଆଗକୁ ଏକ ୩୧୦ ମାଇଲ୍ ଦୀର୍ଘ ବିଦ୍ୟୁତ୍ ଚାଳିତ ଏକକ ଟ୍ରାକ୍ ନେଟୱର୍କ ତିଆରି କରିବାର ପ୍ରସ୍ତାବ ରହିଛି ।ଏହି ପଥ ଭବିଷ୍ୟତରେ ଲସ୍ ପାଲୋସ ସହର ସହିତ ପୂର୍ବ ତିମୁରର ଆଉ ଏକ ସହର ବୋବୋନାରୋ ସହିତ ସଂଯୁକ୍ତ ହେବ । 

ତେବେ ଏସବୁ ଦେଶଗୁଡ଼ିକ ବ୍ୟତୀତ ମାଲ୍ଟା, ମରିସସ୍, କତାର, ସୋମାଲିଆ, ଓମାନ, ମକାଓ, ମାଳଦ୍ୱୀପ, ଆଇସଲ୍ୟାଣ୍ଡ ଭଳି ଦେଶଗୁଡ଼ିକରେ ମଧ୍ୟ କୌଣସି ପ୍ରକାର ରେଳ ନେଟୱର୍କ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ଏହି ଦେଶଗୁଡ଼ିକର ଭୌଗୋଳିକ ଅବସ୍ଥାନ ଏବଂ ଅର୍ଥାଭାବ । ଯେଉଁ କାରଣରୁ ଏଠାରେ ରେଳ ନେଟୱର୍କ ନାହିଁ ।     

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.