ପାକିସ୍ତାନର ଏହି ସହରରେ ଅଛି ଭାରତର ହଜାର ହଜାର କୋଟିର ସମ୍ପତ୍ତି

ପାକିସ୍ତାନର କରାଚିଠାରେ ତିନୋଟି ସ୍ଥାନରେ ଏହିପରି ଚେତାବନୀ ବୋର୍ଡ ଲଗାଯାଇଛି। ଯେଉଁଥିରେ ଲେଖାହୋଇଛି କି, ଏହି ସମ୍ପତ୍ତିଗୁଡ଼ିକ ଭାରତ ସରକାରଙ୍କ। ଏଥିରେ ଅନଧିକାର ପ୍ରବେଶକାରୀଙ୍କୁ ଆଇନ ସମ୍ବନ୍ଧୀୟ ଦଣ୍ଡ ଦିଆଯିବ। ଏହି ସମ୍ପତ୍ତିଗୁଡ଼ିକ ଗତ ୨୫ ବର୍ଷ ହେବ ଦୟନୀୟ ଅବସ୍ଥାରେ ପଡ଼ିରହିଛି।

କରାଚୀରେ ଭାରତ ସରକାରଙ୍କ ଛଅଜଣ ସିପାହୀ ଅଛନ୍ତି। ଏହି ସିପାହୀମାନେ ଫତିମା ଜିତ୍ରା ରୋଡ ସ୍ଥିତ ଇଣ୍ଡିଆ ହାଉସ୍, କ୍ଲଫିଟନରେ ଇଣ୍ଡିଆ ଲଜ୍, କୁରୀ ରୋଡରେ ହିନ୍ଦୁସ୍ତାନ କୋର୍ଟ, ଫ୍ରେରେ ଟାଉନରେ ପଞ୍ଚଶୀଳ କୋର୍ଟ, ମେକନୀଲ ରୋଡରେ ଶିବାଲୀ କୋର୍ଟ ଏବଂ ହାକ୍ସ ବେ’ରେ ହଟରେ ଅଛନ୍ତି। ଏହି ରାସ୍ତା ଦେଇ ବହୁତ କମ୍ ଲୋକ ଯାଆସ କରନ୍ତି। ବର୍ତ୍ତମାନ ବଜାର ଦର ଆଧାରରେ ଏହିସବୁ ସମ୍ପତ୍ତିର ଆକଳନ କରାଯିବ ତ ଏହାର ଦର ହଜାର କୋଟିରୁ ଅଧିକ ହେବ। ମାତ୍ର ଏବେ ସମ୍ପତ୍ତି ସବୁ ବରବାଦ୍ ହେବାରେ ଲାଗିଛି। ଉକ୍ତ ଯାଗାରେ ଯେଉଁ ସବୁ ଘର ଅଛି କାହାର କବାଟ ଭାଙ୍ଗି ଗଲାଣି ତ କାହାର ଝରକା ସବୁ ହଲୁଛି।

ଭାରତ ସରକାର ଏହି ସମ୍ପତ୍ତିଗୁଡ଼ିକ ପାକିସ୍ତାନ ସରକାରଙ୍କ ଅନୁମତି କ୍ରମେ ୧୯୫୦ ଦଶକରେ ବ୍ୟକ୍ତିଗତ ଲୋକଙ୍କଠାରୁ କିଣି ଥିଲେ। ଏକ ସମୟରେ ଶିବାଲୀ କୋର୍ଟର ଲମ୍ବା ଚଉଡ଼ା ଥିବା ପରିସର ଭାରତୀୟ ବାଣିଜ୍ୟ ଦୁତାବାସ ଥିଲା ଏବଂ କ୍ଲଫିଟନ୍ ମହାବାଣିଜ୍ୟ ଦୂତଙ୍କ ଆବାସ ଥିଲା। ପଞ୍ଚଶୀଳ କୋର୍ଟ ଏକ ସୁନ୍ଦର ଆପାର୍ଟମେଣ୍ଟ ଅଟେ। ଏହି ବିଲ୍ଡିଂ ପୁରା ଭିନ୍ନ ପ୍ରକାର। ଏହି ଆପାର୍ଟମେଣ୍ଟ ପାଖାପାଖି ଅଢ଼େଇ ଦଶକରୁ ବନ୍ଦ ଅଛି। ଏହି ଘର ବାଣିଜ୍ୟ ଦୂତାବାସ କର୍ମଚାରୀଙ୍କ ପାଇଁ ଅଟେ।

ଏହି ଭାରତୀୟଙ୍କ ଘରେ ଭାରତୀୟ ବାଣିଜ୍ୟ ଦୂତ ରୁହନ୍ତି। ଏହା ମଧ୍ୟ ବନ୍ଦ ଅଛି। ଏକ ସମୟ ଥିଲା ଏହି ଗେଟକୁ ଖୋଲିବା ପାଇଁ ପ୍ରତିଦିନ ବାହାରେ ପ୍ରାୟ ଏକ ହଜାର ଅଧିକ ସଂଖ୍ୟକ ପାକସ୍ତାନୀ ଅପେକ୍ଷା କରୁଥିଲେ। କାରଣ ସେମାନେ ଭାରତୀୟ କି ନୁହେଁ ଏହା ଜାଣିବାକୁ ଚାହୁଁଥିଲେ। ୧୯୯୪ ମସିହା ଡିସେମ୍ବରରେ ପାକିସ୍ତାନୀ ସରକାର ଭାରତୀୟ ବାଣିଜ୍ୟ ଦୂତାବାସର କର୍ମଚାରୀଙ୍କୁ ଦେଶରୁ ବାହାରିଯିବା ଏବଂ ଅଫିସ ବନ୍ଦ କରିବା ପାଇଁ ଆଦେଶ ଦେଇଥିଲେ।

୧୯୯୦ ମସିହା ବେଳକୁ ପାକିସ୍ତାନ ସରକାର ଭାରତ ସରକାର ଉପରେ ଆରୋପ ଲଗାଇଥିଲେ। ଏହା ଏମିତି ଏକ ସମୟ ଥିଲା ଯେବେ ଏହି ସହରରେ ହଜାର ହଜାର ଲୋକଙ୍କୁ ମାରି ଦିଆଯାଇଥିଲା ଏବଂ କିଛି ଜଣଙ୍କୁ ଗାଏବ କରିଦିଆଯାଇଥିଲା। ସେହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ବେନଜିର ଭୁଟ୍ଟା।

ପରେ ସରକାର କିଛି ସମ୍ପତ୍ତି ଉପରେ କବ୍ଜା କରିବା ପାଇଁ ଚେଷ୍ଟା କରିଥିଲେ। ଏହାକୁ କିଛି ମାଫିଆ ଅନ୍ୟ ଜଣଙ୍କୁ ବିକି ଦେଇଥିଲେ। ଏହି କଥା ଭାରତ ସରକାର ଯେବେ ଜାଣିଲେ ବହୁ ଗଣ୍ଡଗୋଳ ହୋଇଥିଲା। ପୁଲିସ ତୁରନ୍ତ ଆସି ଏହାକୁ ଖାଲି କରିଦେଇଥିଲା। ବାଣିଜ୍ୟ ଦୂତାବାସର ମିଛ ଖରିଦ ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା। କୋର୍ଟରେ କୁହାଗଲା କି ଖରିଦ ସହିତ ସମ୍ବନ୍ଧିତ ସବୁ କାଗଜପତ୍ର ଫର୍ଜି କରାଯାଇଛି। ଏହି ସମ୍ପତ୍ତି ଏବେ ବି ଭାରତ ସରକାରଙ୍କ ପାଖରେ ଅଛି। ବିକ୍ରି କରିବା କଥା ମିଛ ଅଟେ।

ବର୍ତ୍ତମାନ ଏହି ଭବନର ସୁରକ୍ଷା କାମ ଏକ ବେସରକାରୀ ପାକିସ୍ତାନୀ ସୁରକ୍ଷା ଏଜେନ୍ସି କରୁଛି। ଏହି ସୁରକ୍ଷା ଏଜେନ୍ସିର ବ୍ୟକ୍ତିମାନେ ଏହି ପରିସର ଭିତରେ ରୁହନ୍ତି। ଏହା ପ୍ରାୟ ସବୁବେଳେ ବନ୍ଦ ରହିଥାଏ।