PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ପୁଲିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ବୋର୍ଡର ଖାମଖିଆଲ‌ ନୀତି, ବଦଳି ତାଲିକାରେ ରହିଛି ସ୍ବର୍ଗତ ପୁଲିସ୍‌ ଅଫିସରଙ୍କ ନାମ

କଟକ: ପରଲୋକଗତ ଜଣେ ପୁଲିସ ଅଧିକାରୀଙ୍କୁ ବଦଳି କରାଯାଇଛି । ରାଜ୍ୟ ପୁଲିସ୍‌ ବାହିନୀରେ ଏମିତିକା ଏକ ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଆଜି ଲୋକଲୋଚନକୁ ଆସିଛି । ପୁଲିସ ମୁଖ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ସଶସ୍ତ୍ର ବାହିନୀର ସୁବେଦାର ବଦଳି ତାଲିକାରେ ମୃତ ସୁବେଦାରଙ୍କ ନାଁ ରହିଛି । ଗତବର୍ଷ ମୃତ୍ୟୁ ବରଣ କରିଥିବା ସଶସ୍ତ୍ର ବାହିନୀର ଅଫିସର(ସୁବେଦାର) ସ୍ୱର୍ଗତ କାମପାଳ ନାୟକଙ୍କ ନାଁ ବଦଳି ତାଲିକାରେ ରହିବା ସମସ୍ତଙ୍କୁ ତାଜୁବ କରିଛି ।

ସ୍ୱର୍ଗତ ନାୟକଙ୍କୁ କୋରାପୁଟସ୍ଥିତ ସପ୍ତମ ସ୍ପେସାଲ୍‌ ଇଣ୍ଡିଆନ୍‌ ରିଜର୍ଭ ବାଟାଲିୟନ୍‌ (ଆଇଆରବି)ରୁ ପଞ୍ଚମ ବାଟାଲିୟନ୍‌ ବାରିପଦାକୁ ବଦଳି କରାଯାଇଛି । ଉକ୍ତ ବଦଳି ତାଲିକାକୁ ନେଇ ପୁଲିସ୍‌ ମୁଖ୍ୟାଳୟ ସମେତ ରାଜ୍ୟ ପୁଲିସ୍‌ ବାହିନୀରେ ହଇଚଇ ଖେଳିଛି । ରାଜ୍ୟ ପୁଲିସ ବାହିନୀର ବଦଳି ପ୍ରକ୍ରିୟାରେ ଯେ କିଭଳି ମନମାନି ଓ ଖାମଖିଆଲ୍‌ ନୀତି ଅନୁସରଣ କରାଯାଉଛି ତାର ପ୍ରମାଣ ଏହି ଘଟଣାରୁ ହିଁ ଜଣାପଡ଼ିଛି ବୋଲି କୁହାଯାଉଛି । ସ୍ୱର୍ଗତ ନାୟକ ଗତବର୍ଷ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ପରେ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥଲା । ଏମିତିକି ସହିଦ୍‌ ସ୍ମୃତି ଦିବସରେ ପୁଲିସ୍‌ ମୁଖ୍ୟାଳୟରେ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ୍‌ ଅଫିସରମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏତେସବୁ ପ୍ରକ୍ରିୟା ପରେ ମୃତ ସୁବେଦାର କାମପାଳଙ୍କ ନାଁ କିପରି ପୁଲିସ ବଦଳି ତାଲିକାରେ ରହିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପକ୍ଷରେ ଜଣେ ମୃତ ଅଧିକାରୀଙ୍କ ନାଁ କିପରି ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ(ପିଇବି)କୁ ବଦଳି ପାଇଁ ସୁପାରିସ କରାଗଲା ଏବଂ ଏଠାରେ କିପରି କର୍ମଚାରୀଙ୍କ ବାବଦରେ କୌଣସି ତଥ୍ୟ ସଂଗ୍ରହ କରାନଯାଇ ବା ତର୍ଜମା କରାନଯାଇ ବଦଳି ତାଲିକାରେ ମୋହର ମରାଗଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି ।