ବୟାନ ବଦଳାଇଲା ପାକିସ୍ତାନ: ଜୈଶ ମୁଖ୍ୟାଳୟ ଉପରେ ଚଢାଉ ହୋଇନି

ଲାହୋର,୨୪।୨: ପାକିସ୍ତାନ ସରକାର ବହାବଲପୁର ସ୍ଥିତ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟକୁ ନିଜର ଅକ୍ତିଆରରେ ନେଇଥିବା ଘୋଷଣା କରିଥିଲେ। କିନ୍ତୁ ମାତ୍ର ୨୪ ଘଣ୍ଟା ନପୂରୁଣୁ ପାକିସ୍ତାନ ନିଜର ବୟାନ ବଦଳାଇ ଦେଇଛି। ଶନିବାର ପାକିସ୍ତାନର ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧରି ଜୈଶ ହେଡକ୍ବାଟରକୁ ନିୟନ୍ତ୍ରଣରେ ନିଆଯାଇଥିବା ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଜୈଶ ହେଡକ୍ବାଟରକୁ ସରକାର ନିୟନ୍ତ୍ରଣରେ ନେବା କଥା ଭାରତୀୟ ଗଣମାଧ୍ୟମ ମିଛ ଖବର ପ୍ରକାଶ କରିଛି। ଯେଉଁଠି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଏକ ମଦ୍ରାସା , ଏହାର ପୁଲଓ୍ବାମା ଆକ୍ରମଣ ଘଟଣା ସହ କୌଣସି ସମ୍ପର୍କ ନାହିଁ।

source: https://abpnews.abplive.in

ତେବେ ଗତ  ଶୁକ୍ରବାର ଗୃହମନ୍ତ୍ରଣାଳୟର ବୟାନରେ କୁହାଯାଇଥିଲା  ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ  ହୋଇଥିବା ରାଷ୍ଟ୍ରୀୟ ସୁରକ୍ଷା ସମିତିର ବୈଠକରେ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଜୈଶ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣା ଗଣମାଧ୍ୟରେ ପ୍ରକାଶ ହେବା ପରେ ଖୁବ୍ ଚର୍ଚାରେ ରହିଥିଲା। କିନ୍ତୁ ମାତ୍ର କିଛି ଘଣ୍ଟାର ବ୍ୟବଧାନରେ ଇମ୍ରାନ୍ ଖାନ୍ ସରକାର ନିଜର ମନ୍ତବ୍ୟରୁ ଓହରି ଯାଇଛନ୍ତି।

   ସମ୍ବନ୍ଧିତ ଖବର


ଚାଷୀଙ୍କ ପାଇଁ ମାଗାଣାରେ ବୋରୱେଲ୍‌ ଖୋଳାଇବେ – ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି

ଅନଲକ୍‌-୫ରେ ଖୋଲିପାରେ ସିନେମା ହଲ୍‌ ସହ ଏହି ସବୁ ଜିନିଷ

ନଭେମ୍ବର ୩ରେ ବାଲେଶ୍ଵର ଓ ତିର୍ତ୍ତୋଲ୍ ଭୋଟ୍

ଆର୍ମେନିଆ-ଆଜରବୈଜନ ଲଢ଼େଇ: ରୁଷ୍‌ ଏବଂ ତୁର୍କୀ ମୁହାଁ ମୁହିଁ

ଲଦାଖରେ ବ୍ରହ୍ମୋସ, ନିର୍ଭୟ, ଆକାଶ ମିସାଇଲ ମୁତୟନ

ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ