PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ନାଦାଲ-ମେଡୱେଡ୍‌ ୟୁଏସ୍‌ ଓପନର ଫାଇନାଲ୍‌ରେ ଟାଇଟଲ ପାଇଁ ଲଢ଼େଇ

ନ୍ୟୁୟର୍କ ୮/୯ : ୟୁଏସ୍‌ ଓପନର ପୁରୁଷ ସିଙ୍ଗଲ୍ସର ଫାଇନାଲ୍‌ ଲାଇନଅପ୍‌ ଚୂଡ଼ାନ୍ତ ହୋଇଯାଇଛି । ସ୍ପେନ୍‌ର ପ୍ରସିଦ୍ଧ ଖେଳାଳି ରାଫେଲ୍‌ ନାଦାଲ ଓ ରୁଷିଆର ଉଦୀୟମାନ ତାରକା ଡାନିଲ୍‌ ମେଡ୍‌ୱେଡ୍‌ ଟାଇଟଲ ପାଇଁ ଲଢ଼ିବେ । ଉଭୟଙ୍କ ପାଇଁ ଫାଇନାଲ୍‌ ସ୍ମରଣୀୟ ହୋଇ ରହିବ । ୧୮ ଥର ଗ୍ରାଣ୍ଡସ୍ଲାମ୍‌ ବିଜେତା ନାଦାଲଙ୍କ ପାଖରେ କ୍ୟାରିୟରର ଚତୁର୍ଥ ୟୁଏସ୍‌ ଓପନ ଟାଇଟଲ ଜିତିବାର ସୁଯୋଗ ରହିଛି । ସେହିପରି ମେଡୱେଡ୍‌ ପ୍ରଥମ ଥର କୌଣସି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିବାର ଗୌରବ ଅର୍ଜନ କରିଛନ୍ତି । ସେ କ୍ୟାରିୟରର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ୍‌ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ।

ନାଦାଲ ବନାମ ବାରେଟିନି: ନାଦାଲ ଚଳିତ ୟୁଏସ୍‌ ଓପନରେ ନିଜ ଦବ୍‌ଦବା ଜାରି ରଖିଛନ୍ତି । ସେମିରେ ସେ ସିଧାସଳଖ ୭-୬ (୮/୬), ୬-୪, ୬-୧ ସେଟ୍‌ରେ ଇଟାଲୀର ମାଟିଓ ବାରେଟିନିଙ୍କୁ ପରାସ୍ତ କରିଥିଲେ । ବିଜୟ ପାଇଁ ତାଙ୍କୁ ୨ ଘଣ୍ଟା ୩୯ମିନିଟ୍‌ ସମୟ ଲାଗିଥିଲା । ଏହି ମ୍ୟାଚ୍‌ର ପ୍ରଥମ ସେଟ୍‌ରେ ନାଦାଲଙ୍କୁ କଡ଼ା ଟକ୍କର ଦେଇଥିଲେ ବାରେଟିନି । ପ୍ରତି ପଏଣ୍ଟ ପାଇଁ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ଟାଇବ୍ରେକରରେ ନାଦାଲ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ । ପରବର୍ତ୍ତୀ ସେଟ୍‌ରେ ନାଦାଲ ଲୟ ବଜାୟ ରଖି ୬-୪ରେ ବିଜୟୀ ହୋଇଥିଲେ । ତୃତୀୟ ସେଟ୍‌ ଆରମ୍ଭରୁ ବାରେଟିନି ଏକପ୍ରକାର ଆତ୍ମସମର୍ପଣ କରିଥିଲେ । ସ୍ପେନ୍‌ ତାରକା ୬-୧ ସେଟ୍‌ରେ ବିଜୟୀ ହୋଇ ଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ ।

ନାଦାଲ କ୍ୟାରିୟରର ପଞ୍ଚମ ଥର ପାଇଁ ୟୁଏସ୍‌ ଓପନ ଏବଂ ୨୭ତମ ଥର ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସେ ୧୯ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିବା ନେଇ ଆଶାବାଦୀ ରହିଛନ୍ତି । ମେଡୱେଡ୍‌ଙ୍କ ବିପକ୍ଷରେ ନାଦାଲଙ୍କ ରେକର୍ଡ଼ ୧-୦ ରହିଛି । ଗତ ମଣ୍ଟ୍ରିଲ ଓପନ ଫାଇନାଲ୍‌ରେ ସେ ମେଡ୍‌ୱେଡ୍‌ଙ୍କୁ ପରାସ୍ତ କରିଥିଲେ । ତେଣୁ ରୁଷିଆ ଖେଳାଳିଙ୍କ ବିପକ୍ଷରେ ନାଦାଲଙ୍କ ପଲା ଭାରି ରହିବ ।

ଦିମିତ୍ରୋଭ ବନାମ ମେଡୱେଡ୍‌: ଏହି ମ୍ୟାଚ୍‌ରେ ମେଡୱେଡ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ସିଧାସଳଖ ୭-୬ (୭-୫), ୬-୪, ୬-୩ ସେଟ୍‌ରେ ବୁଲଗେରିୟାର ଗ୍ରେଗୋର ଦିମିତ୍ରୋଭଙ୍କୁ ପରାଜିତ କରିଥିଲେ । ମେଡ୍‌ୱେଡ୍‌ ପ୍ରଥମଥର କୌଣସି ଗ୍ରାଣ୍ଡସ୍ଲାମ୍‌ ଫାଇନାଲ୍‌ ପ୍ରବେଶ କରିବାରେ ସଫଳ ହୋଇଥିଲେ । ସେ ମାରାତ ସାଫିନ୍‌ଙ୍କ ପରେ ପ୍ରଥମ ରୁଷିଆ ଖେଳାଳି ଭାବେ ପୁରୁଷ ସିଙ୍ଗଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ସାଫିନ୍‌ ୨୦୦୫ରେ ଅଷ୍ଟ୍ରେଲିଆ ଓପନ ଟାଇଟଲ ଜିତିଥିଲେ । ସେହିପରି ସେ ୨୦୦୦ ମସିହାରେ ୟୁଏସ୍‌ ଓପନ ଚାମ୍ପିଅନ୍‌ ହୋଇଥିଲେ ।

ଦିମିତ୍ରୋଭ୍‌ଙ୍କ ବିପକ୍ଷ ସେମି ମୁକାବିଲାରେ ମେଡୱେଡ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୨ ଘଣ୍ଟା ୪୧ମିନିଟ୍‌ ସମୟ ନେଇ ଦିମିତ୍ରୋଭଙ୍କୁ ପରାସ୍ତ କରିଥିଲେ । ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ୭-୬ (୭-୫)ରେ ଜିତିବା ପରେ ପରବର୍ତ୍ତୀ ଦୁଇଟି ସେଟ୍‌ରେ ସହଜ ବିଜୟ ହାସଲ କରିଥିଲେ ।

ସମ୍ବନ୍ଧିତ ଖବର