PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ନବମ ଶ୍ରେଣୀ ସାହିତ୍ୟ ଓ ଭୂଗୋଳ ବହିରେ ତ୍ରୁଟି ପୂର୍ଣ୍ଣ ତଥ୍ୟ: ପିଲାଙ୍କୁ‌ ପଢ଼ା ଯାଉଛି ଭୁଲ୍ ପାଠ

ଭୁବନେଶ୍ୱର,୦୯/୦୮: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ନବମ ଶ୍ରେଣୀ ପାଠ୍ୟ ପୁସ୍ତକରେ ତ୍ରୁଟି ରହିଛି । ସାହିତ୍ୟ ଓ ଭୂଗୋଳ ବହିରେ ଭୁଲ୍‌ ପରିଲିକ୍ଷିତ ହେଉଛି । ଯେଉଁଥିପାଇଁ ପିଲାମାନେ ଭୁଲ୍‌ ପାଠ ପଢୁଛନ୍ତି । ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ନବମ ଶ୍ରେଣୀ ସାହିତ୍ୟ ଧାରା ବହିର ୯୫, ୯୬ ଓ ୯୭ ପୃଷ୍ଠାରେ ସନ୍ଥ କବି ଭୀମଭୋଇଙ୍କୁ ଭକ୍ତ କବି ଭୀମଭୋଇ ବୋଲି ଲେଖାଯାଇଛି । ସେହିପରି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କୁ କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ବୋଲି ପ୍ରକାଶ କରାଯାଇଛି । ଖାଲି ଏତିକି ନୁହେଁ, ଉତ୍କଳ ଘଣ୍ଟ ଯଦୁମଣିଙ୍କ ପରିବର୍ତ୍ତେ ତାଙ୍କୁ କେବଳ ଯଦୁମଣି ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ବଦଳରେ କେବଳ ଉପେନ୍ଦ୍ର ଭଞ୍ଜ ବୋଲି ଉଲ୍ଲେଖ ହୋଇଛି ।

ବହିରେ ଏଭଳି ଲେଖା ଦ୍ୱାରା ବରପୁତ୍ରମାନଙ୍କୁ ଅସମ୍ମାନ କରାଯାଉଛି । ଏହାସହ ପିଲାମାନେ ଭୁଲ୍‌ ପାଠ ମଧ୍ୟ ପଢୁଛନ୍ତି । ହେଲେ ମୁଖ୍ୟ କଥା ହେଉଛି ଏପର୍ଯ୍ୟନ୍ତ ଏହା କ’ଣ କାହାରି ନଜରକୁ ଆସିନାହିଁ । ଶିକ୍ଷକ ପଢ଼ାଇବା ସମୟରେ ଏ ତ୍ରୁଟିକୁ ଜାଣିପାରୁନାହାନ୍ତି ନା ପୁସ୍ତକ ତିଆରି ସମୟରେ ଏହା ଠିକ୍‌ରେ ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା ହେଉନାହିଁ । ଏଭଳି ପ୍ରଶ୍ନ କରିଛନ୍ତି ଅଭିଭାବକ ।

ନବମ ଶ୍ରେଣୀ ଭୂଗୋଳ ବହିର ପ୍ରାକୃତିକ ବିଭାଗ ବିଷୟରେ ୧୮ ନମ୍ବର ପୃଷ୍ଠାରେ ମଧ୍ୟ ଓଡ଼ିଶା ସମ୍ବନ୍ଧରେ ଭୁଲ୍‌ ତଥ୍ୟ ରହିଛି । ଏଥିରେ ଉଲ୍ଲେଖ ରହିଛି ଯେ ଓଡ଼ିଶାକୁ ୩୦ ଜିଲ୍ଲାରେ ବିଭକ୍ତ କରାଯାଇଛି । ଜିଲ୍ଲାଗୁଡ଼ିକ ୫୮ଟି ସବ୍‌ଡିଭିଜନ୍‌ରେ ଓ ପ୍ରତ୍ୟେକ ସବ୍‌ଡିଭିଜନ୍‌କୁ ୧୭୧ଟି ତହସିଲ ଏବଂ ଏହି ତହସିଲ ଗୁଡିକୁ ୩୧୪ଟି ବ୍ଲକ୍‌ ଓ ପ୍ରତ୍ୟେକ ବ୍ଲକ୍‌କୁ ୬୨୩୪ଟି ଗ୍ରାମପଞ୍ଚାୟତରେ ବିଭକ୍ତ କରାଯାଇଛି । କିନ୍ତୁ ଏହି ତଥ୍ୟରେ ତ୍ରୁଟି ରହିଛି । ଠିକ୍‌ ଅର୍ଥାତ୍‌ ସରକାରୀ ତଥ୍ୟ ଅନୁସାରେ ରାଜ୍ୟର ସମୁଦାୟ ୩୧୭ଟି ତହସିଲ ଏବଂ ୯୭୯୮ଟି ଗ୍ରାମପଞ୍ଚାୟତ ଅଛି । ପୂର୍ବରୁ ଏ ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସଂଶୋଧନ ହୋଇନାହିଁ । ଏ ସମ୍ପର୍କରେ ଅଭିଭାବକ ସୁଶାନ୍ତ ନାୟକ କହିଛନ୍ତି, ବହିରେ ଯାହା ଲେଖା ଥିବ ପିଲା ତାହା ପଢ଼ିବେ ।

ଏଭଳି ଭୁଲ୍‌ ତଥ୍ୟ ରହିଲେ ସେମାନେ ଭୁଲ୍‌ କଥା ଜାଣିବେ । ଏ ସମ୍ପର୍କରେ ବିଭାଗ ପକ୍ଷରୁ କଡ଼ା ନଜର ଦିଆଯାଉ । ତୁରନ୍ତ ଏହାର ସଂଶୋଧନ ହେଉ । ଖାଲି ଏହି ବହି ନୁହେଁ ଅନେକ ବହିରେ ଭୁଲ୍‌ ତଥ୍ୟ, ବନାନ ଆଦିରେ ତ୍ରୁଟି ରହୁଛି । ତେଣୁ ବହି ତିଆରି ପରେ ଏହାକୁ ବିଶେଷଜ୍ଞମାନେ ତନତନ କରି ପଢ଼ନ୍ତୁ । ଠିକ୍‌ ଭାବେ ସମୀକ୍ଷା ହେବା ପରେ ଏହାର ସଂସ୍କରଣ କରାଯାଉ ।