PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଓଏସଡି ଓ ପରାମର୍ଶଦାତାଙ୍କ ଘର ସହିତ ୫୦ଟି ସ୍ଥାନରେ ଆୟକର ବିଭାଗର ଚଢଉ

ଭୋପାଳ,୭।୪: ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ସହଯୋଗୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ କରାଯାଇଛି ଚଢଉ। କମଲନାଥଙ୍କ ଓଏସଡି ଏବଂ ପରାମର୍ଶଦାତାଙ୍କ ଘର ସହିତ ଦିଲ୍ଲୀ,ଭୋପାଳ, ଗୋଆ ଏବଂ ଇନ୍ଦୋର ସହିତ ଦେଶର ପ୍ରାୟ ୫୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏହି ଚଢଉ ହୋଇଛି। କମଲନାଥଙ୍କ ଏହି  ୨  ସହଯୋଗୀ ହେଉଛନ୍ତି ପ୍ରବୀଣ କକ୍କର ଓ ଆରକେ ମିଗଲାନି । ଏହି କାର୍ଯ୍ୟାନୁଷ୍ଠାନରେ କମଲନାଥଙ୍କ ଭଣଜା ରାତୁଲ ପୁରୀଙ୍କ ଘରେ, ଆମିରା ଓ ମୋଜର ବିୟର କମ୍ପାନୀରେ ମଧ୍ୟ ଚଢଉ ହୋଇଛି।

source: https://www.bhaskar.com/

କକ୍କର ହେଉଛନ୍ତି ପୂର୍ବତନ ପୋଲିସ ଅଧିକାରୀ। ୨୦୦୪ରେ ଚାକିରି ଚାଡିବା ପରେ କଂଗ୍ରେସ ନେତା କାନ୍ତିଲାଲ ଭୂରିୟାଙ୍କ ଓଏସଡି ହୋଇତିଲେ। ଗତ ଡିସେମ୍ବର ୨୦୧୮ରେ କମଳନାଥଙ୍କ ଓଏସଡି ହୋଇଥିଲେ। କକ୍କରଙ୍କୁ ପୂର୍ବରୁ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ମଧ୍ୟ ମିଳିସାରିଛି। ତେବେ ଚାକିରିରେ ଥିବା ବେଳେ ତାଙ୍କ ବିରୋଧରେ କିଛି ମାମଲାର ତଦନ୍ତ ଚାଲିଛି। ସେଭଳି ମିଗଲାନି କମଲନାଥଙ୍କ ସହିତ ପ୍ରାୟ ୩୦ ବର୍ଷ ହେବ ସମ୍ପର୍କରେ ଅଛନ୍ତି। ଯେତେବେଳେ କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ ସେ ତାଙ୍କର ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ।

source: https://www.dnaindia.com

କମଲନାଥଙ୍କ ଓଏସଡିଙ୍କ ଘର ସମେତ ଅନ୍ୟ ଠିକଣାରେ ରେଡ୍ କରିଛି ଆଇଟି ବିଭାଗ।କମଲନାଥଙ୍କ ଓଏସଡି ପ୍ରବୀଣ କକ୍କରଙ୍କ ଭୋପାଳ ଓ ଇନ୍ଦୋରସ୍ଥିତ ବାସଭବନରେ ମଧ୍ୟ ଚଢଉ କରାଯାଇଛି। ସେଭଳି ସମାନ ଢଙ୍ଗରେ  ମିଗଲାନିଙ୍କ ଭୋପାଲ ଓ ଦିଲ୍ଲୀ ବାସଭବନରେ  ରେଡ୍ ହୋଇଛି। ଉଲ୍ଳେଖନୀୟ ଯେ, ଲୋକସଭା ନିର୍ବାଚନ ଆଗରୁ ଏହି ରେଡରେ ୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି। ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଣ୍ଠି ପରିଚାଳନାରେ ବାଧା ସୃଷ୍ଟି କରିବା ପାଇଁ ଏଭଳି ଷଡଯନ୍ତ୍ର କରାଯାଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ସିଆରପିଏଫ୍ ଜବାନଙ୍କ ସହାୟତାରେ ରାତି ପ୍ରାୟ ୩ଟା ବେଳେ ଆୟକର ବିଭାଗ ଏହି ରେଡ୍ କରିଥିଲା।

ସମ୍ବନ୍ଧିତ ଖବର