PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଭୟଙ୍କର ଫଙ୍ଗସ ରୋଗ Candida Auris କୁ ନେଇ ଚିନ୍ତାରେ ଆମେରିକା, ନେଇପାରେ ରୋଗୀଙ୍କ ଜୀବନ

https://www.forbes.com

ଓ୍ବାଶିଂଟନ୍,୨୪।୭: କରୋନା ମହାମାରୀ ଭିତରେ ଆଜିକାଲି ଅନେକ ନୂଆ ନୂଆ ରୋଗ ବିଶ୍ବବାସୀଙ୍କୁ ଡରାଉଛି। ଏବେ ଆମେରିକାର ହେଲଥ୍ ଅଫିସରମାନେ ଡଲାସର ଦୁଇଟି ହସ୍ପିଟାଲ ଓ ଓ୍ବାଶିଂଟନ୍ ଡିସିରେ ଏକ ନର୍ସିଂ ହୋମ୍‌ରେ ଚିକିତ୍ସା ହୋଇପାରୁନଥିବା ଫଙ୍ଗସର ମାମଲା ସମ୍ପର୍କରେ ସୂଚନା ଦେଇଥିଲେ। ତାହା ହେଲା କ୍ୟାଣ୍ଡିଡ୍ ଓରିସ୍ (Candida Auris), ୟିଷ୍ଟର ଏକ ବିପଦଜନକ ରୂପ ଓ ଏହା ଗମ୍ଭୀର ମେଡିକାଲ ସମସ୍ୟା ଥିବା ନର୍ସିଂ ହୋମ୍ ଓ ହସ୍ପିଟାଲର ରୋଗୀଙ୍କ ପାଇଁ ବଡ ବିପଦ। ଏହି ଫଙ୍ଗସ୍ ରକ୍ତପ୍ରବାହରେ ସଂକ୍ରମଣର କାରଣ ହୋଇପାରେ। ଏପରିକି ଏଥିରେ ମଧ୍ୟ ମୃତ୍ୟୁ ହୋଇପାରେ।

ସିଡିସିର ମେଘନ ରୟାନ କହିଛନ୍ତି, ଓ୍ବାଶିଂଟନ୍ ଡିସି ନର୍ସିଂ ହୋମରେ ମିଳିଥିବା ୧୦୧ କ୍ୟାଣ୍ଡିଡ୍ ଓରିସ୍ ମାମଲାର ସମୁହରେ ତିନୋଟି ମାମଲା ଆସିଥିଲା, ଯାହାଉପରେ ସମସ୍ତ ତିନି ପ୍ରକାର ଆଣ୍ଟିଫଙ୍ଗଲ ଔଷଧର ପ୍ରଭାବ ହୋଇନଥିଲା। ଡଲାସର ଦୁଇଟି ହସ୍ପିଟାଲରେ ୨୨ କ୍ୟାଣ୍ଡିଡ୍ ଓରିସ୍ ମାମଲାର କ୍ଲଷ୍ଟର ରିପୋର୍ଟ କରାଯାଇଥିଲା। ଏଥିରେ ଦୁଇଟି ମାମଲା ମଲ୍ଟିଡ୍ରଗ୍ ପ୍ରତିରୋଧୀ ମିଳିଥିଲା, ଏହାପରେ ସିଡିସି ଜାଣିପାରିଥିଲା  ଯେ, ସଂକ୍ରମିତ ରୋଗୀଠାରୁ ରୋଗ ବ୍ୟାପୁଛି। 

ୟୁଏସ ସେଣ୍ଟର ଫର ଡିଜିଜ୍ କନଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି)ର ସୂଚନା ଅନୁସାରେ, ବିପଦଜନକ କ୍ୟାଣ୍ଡିଡ୍ ଓରିସରେ ସଂକ୍ରମିତ ତିନି ଜଣଙ୍କ ଭିତରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥାଏ।  ଆମେରିକାର ସ୍ବାସ୍ଥ୍ୟ ଏଜେନ୍ସି ଏହି ଫଙ୍ଗଲକୁ ଏକ ଗମ୍ଭୀର ରୋଗ ବୋଲି କହିଛନ୍ତି। ସିଡିସି ମଧ୍ୟ ଏହି ଫଙ୍ଗଲକୁ ନେଇ ଚିନ୍ତିତ, କାରଣ ଏହା ଉପରେ ମଲ୍ଟିଡ୍ରଗ୍ସର କୌଣସି ପ୍ରଭାବ ନାହିଁ। ଯାହାର ଅର୍ଥ ହେଉଛି ଏହି ଇମ୍ପେକସନର ଟ୍ରୀଟମେଣ୍ଟ ପାଇଁ ବ୍ୟବହାର କରାଯାଉଥିବା ବହୁ ଆଣ୍ଟି ଫଙ୍ଗଲ ଔଷଧ ପ୍ରତିରୋଧୀ  ଅଟେ। ଏହି କାରଣରୁ ତାକୁ ଚିକିତ୍ସା ବିହୀନ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର