PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବାରବାଟୀରେ ଖେଳାଳିଙ୍କ ପାଇଁ ରେକର୍ଡ ସୁଯୋଗ, ଏହି ଖେଳାଳି ରଚି ପାରନ୍ତି ଇତିହାସ

କଟକ ୨୨/୧୨: ଆଜି ବାରବାଟୀ ଷ୍ଟାଡିୟମ୍‌ରେ ଥିବା ମ୍ୟାଚ୍ ଭାରତ ପାଇଁ ‘ଲକି’ ସାବ୍ୟସ୍ତ ହେବା ଆଶା କରାଯାଉଛି। ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଭାରତ ଏଠାରେ ସର୍ବାଦା ବିଜୟୀ ହୋଇ ଆସିଛି । ବାରବାଟରରେ ବିଜୟ ସହ ସିରିଜ୍‌ ଜିତିବାକୁ ଘରୋଇ ଦଳ ପ୍ରୟାସ କରିବ । ବାରବାଟୀରେ ସିରିଜ୍‌ ନିର୍ଣ୍ଣାୟକ ଦିନିକିଆ ଭାରତୀୟ ଖେଳାଳିଙ୍କ ପାଇଁ ଅନେକ ରେକର୍ଡ ସୁଯୋଗ ନେଇ ଆସିଛି ।

ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ପରସ୍ପରକୁ ୩ଥର ଭେଟିଛନ୍ତି। ସମସ୍ତ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ବାରବାଟୀରେ ଅନୁଷ୍ଠିତ ୧୮ଟି ଦିନିକିଆ ମଧ୍ୟରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୧୨ଟି ମ୍ୟାଚ୍‌ ଜିତିଛନ୍ତି ।

ଟିମ୍‌ ଇଣ୍ଡିଆ ବୋଲର କୁଲଦୀପ ଯାଦବ ବାରବାଟୀ ଷ୍ଟାଡିୟମ୍‌ରେ ୧୦୦ ତମ ଦିନିକିଆ ୱିକେଟ୍‌ ହାସଲ କରିବା ଆଶା କରାଯାଉଛି । ସେ ଇତି ମଧ୍ୟରେ ୫୫ଟି ଦିନିକିଆ ଖେଳି ୯୯ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ସେ ଭାରତର ୨୨ତମ ବୋଲର ଓ ଅଷ୍ଟମ ସ୍ପିନର ଭାବେ ୧୦୦ ଦିନିକିଆ ୱିକେଟ୍‌ କ୍ଲବ୍‌ରେ ସାମିଲ ହେବେ ।

ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ଭାରତୀୟ ଭାବେ ସର୍ବାଧିକ ୱିକେଟ୍‌ ନେବାରେ ବାମ ହାତି ସ୍ପିନର ରବିନ୍ଦ୍ର ଜାଡେଜା ରେକର୍ଡ କରିପାରନ୍ତି । ସେ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ ୪୦ଟି ୱିକେ୍‌ଟ୍‌ ନେଇ ସାରିଛନ୍ତି । ଆଉ ୪ଟି ୱିକେଟ୍‌ ନେଲେ ସେ କପିଳ ଦେବଙ୍କ ରେକର୍ଡ ଭାଙ୍ଗିବେ । ଭାରତ ପକ୍ଷରୁ କପିଳ ଦେବା ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ସର୍ବାଧିକ ୪୩ଟି ଓ ଅନୀଲ କୁମ୍ବଲେ ୪୧ଟି ୱିକେଟ୍‌ ନେଇଛନ୍ତି ।

ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍‌ ସଂଗ୍ରହ କରିବାରେ ରୋହିତ ଶର୍ମା ଆସନ୍ତା କାଲି ରେକର୍ଡ ସ୍ଥାପନ କରିବା ଆଶା କରାଯାଉଛି । ଓପନର ଭାବେ ରୋହିତ ଚଳିତ ବର୍ଷ ୩ଟି ଯାକ ଫର୍ମାଟ୍‌ରେ ମୋଟ୍‌ ୨୩୭୯ ରନ୍‌ ସଂଗ୍ରହ କରିସାରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ ରେକର୍ଡ ଶ୍ରୀଲଙ୍କାର ସନଥ ଜୟସୂରିୟାଙ୍କ ନାମରେ ରହିଛି । ସେ ୧୯୯୭ରେ ୨୩୮୭ ରନ୍‌ ସଂଗ୍ରହ କରିଥିଲେ ।

ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ନାମରେ କିଛି ରେକର୍ଡ ସୃଷ୍ଟି ହେବା ଆଶା କରାଯାଉଛି । ବାରବାଟୀରେ ଦିନିକିଆ ମ୍ୟାଚ୍‌ରେ କୋହଲି ୧୧୬ ରନ୍‌ ସଂଗ୍ରହ କଲେ ବିଶ୍ୱର ଷଷ୍ଠ ଅଧିନାୟକ ଭାବେ ୧୧,୦୦୦ ରନ୍‌ ପୂରଣ କରିବେ ।

୨୪୧ଟି ଦିନିକିଆ ଖେଳି କୋହଲି ୧୧,୫୨୪ ରନ୍‌ ସଂଗ୍ରହ କରିସାରିଛନ୍ତି । ଦିନିକିଆରେ ସର୍ବାଧିକ ରନ୍‌ ସ୍କୋରର୍‌ ତାଲିକାରେ କୋହଲି ଅଷ୍ଟମ ସ୍ଥାନରେ ରହିଛନ୍ତି । ୫୬ ରନ୍‌ ସଂଗ୍ରହ କଲେ ସେ ଦକ୍ଷିଣ ଆଫ୍ରିକାର ଜାକ୍‌ କାଲିସ୍‌ଙ୍କ ୧୧, ୫୭୯ ରନ୍‌ ରେକର୍ଡକୁ ଅତିକ୍ରମ କରିବେ ।

ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ କୋହଲି ମୋଟ୍‌ ୨୧୫୦ ରନ୍‌ ସଂଗ୍ରହ କରିସାରିଛନ୍ତି। ଆଜିର ମ୍ୟାଚ୍ ୭୧ ରନ୍‌ କଲେ କୋହଲି ଅନ୍ୟ ଏକ ରେକର୍ଡ ଭଙ୍ଗ କରିବେ। କୋହଲି ଶ୍ରୀଲଙ୍କା ବିପକ୍ଷରେ (କେବଳ ଦିନିକିଆରେ) ୨୨୨୦ ରନ୍‌ ସଂଗ୍ରହ କରିସାରିଛନ୍ତି ।

ବ୍ୟାଟିଂ ଯୋଡି ଭାବେ କୋହଲି ଓ ରୋହିତ ଆଜି ଆଉ ଏକ ରେକର୍ଡ ନିଜ ନାମରେ ଯୋଡିବା ଆଶା କରାଯାଉଛି। ଦିନିକିଆ କ୍ରିକେଟ୍‌ରେ ଏହି ଯୋଡି ମୋଟ୍‌ ୪୭୭୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଭାରତୀୟ ଯୋଡି ଭାବେ ସର୍ବାଧିକ ରନ୍‌ ରେକର୍ଡ ସଚିନ ତେନ୍ଦୁଲକର-ସୌରଭ ଗାଙ୍ଗୁଲିଙ୍କ ନାମରେ ରହିଛି । ଉଭୟଙ୍କ ଭାଗିଦାରୀରେ ମୋଟ୍‌ ୮୨୨୭ ରନ୍‌ ସଂଗୃୃହୀତ ହୋଇଛି। ଦ୍ୱିତୀୟ ସର୍ବାଧିକ ଭାଗିଦାରୀ ରହିଛି ରୋହିତ ଓ ଶିଖର ଧାୱନଙ୍କ ନାମରେ। ଉଭୟ ୪୭୫୩ ରନ୍‌ ସଂଗ୍ରହ କରିଛନ୍ତି।

ନଜରରେ ରୋହିତ ଦ୍ୱିତୀୟ ଦିନିକିଆରେ ଶତୀକୟ ଇନିଂସ ଖେଳିବା ପରେ ସମସ୍ତଙ୍କ ନଜର ଏବେ ରୋହିତ ଶର୍ମାଙ୍କ ଉପରେ । ବାରବାଟୀରେ ସେ ଆଉ ଏକ ବିଶାଳ ଶତକ ମାରି ବର୍ଷ ଶେଷ କରିବେ ବୋଲି ଆଶା କରାଯାଉଛି । ରୋହିତଙ୍କ ବ୍ୟତୀତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ସମ୍ବନ୍ଧିତ ଖବର