SOA ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର ୧୫।୮: କରୋନା କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ୭୪ ତମ ସ୍ୱାଧାନତା ଦିବସ । ଏହି ପ୍ରରିପେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭରସିଟିରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ୟୁନିଭରସିଟି କ୍ୟାମ୍ପସରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସୋଆ ୟୁନିଭରସିଟି ଭିସି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ।  କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଛି ।  ଏପରି ସମୟରେ ଦେଶବାସୀ କୋଭିଡ ନିୟମକୁ ପାଳନ କରି କରୋନାକୁ ପରାଜିତ କରିବା ସହ ନୂତନ ସଙ୍କଳ୍ପ ନେବା ଉଚିତ ବୋଲି ଶ୍ରୀଯୁକ୍ତ ମହାପାତ୍ର ନିଜ ଅଭିଭାଷଣରେ କହିଛନ୍ତି । କୋଭିଡ ଯୋଦ୍ଧାଙ୍କ ପାଇଁ ସୋଆ ବିଶ୍ୱ ବିଶ୍ୱବିଦ୍ୟାଳୟ ସମସ୍ତ ସଦସ୍ୟ ଏକ ମିନିଟର ନିରବ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

   ସମ୍ବନ୍ଧିତ ଖବର


୭ ବର୍ଷର ଝିଅକୁ ଧରି ପ୍ରେମିକ ସହ ଚମ୍ପଟ ମାରିଲେ ମହିଳା, ବିଚରା ସ୍ୱାମୀ ଥାନାରେ କରୁଛି ଗୁହାରୀ

କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ନାଗାର୍ଜୁନ ବେଶ ଆଉ ୩ ଦିନ: ବେଶ ଲାଗିରେ ରହିବେ ୨୨ ପୁଷ୍ପାଳକ ସେବକ

ଆଜିଠୁ ୨୭ ତାରିଖ ଯାଏଁ ମିଳିବ ମାଟ୍ରିକ୍ ‌ ସପ୍ଲିମେଣ୍ଟାରୀ ସାର୍ଟିଫିକେଟ୍‌

ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା