ଭାରତ-ଦକ୍ଷିଣ କୋରିଆ ମଧ୍ୟରେ ୬ଟି ଚୁକ୍ତି ସ୍ବାକ୍ଷର

ସିୟୋଲ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତରେ ତିବା ବେଳେ ଆଜି ଦୁଇ ଦେଶ ମଧ୍ୟରେ ୬ଟି ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷର ହୋଇଛି, ଯାହାଦ୍ବାରା ପ୍ରମୁଖ କ୍ଷେତ୍ରରେ ସହଯୋଗ ବଢାଯାଇ ହେବ। ଏହା ମଧ୍ୟରେ ଭିତ୍ତି ସଂରଞ୍ଚନାର ବିକାଶ , ଗଣମାଧ୍ୟମ, ଷ୍ଟାଟଅପ୍ ଓ ସୀମା ପାର ଏବଂ ଅନ୍ତର୍ଜାତୀୟ ଅପରାଧର ମୁକାବିଲ କରିବା ସାମିଲ ରହିଛି। ମୋଦିଙ୍କର ଦକ୍ଷିଣ କୋରିଆ ଗସ୍ତର ମୁଖ୍ୟ ଲକ୍ଷ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କକୁ ମଜବୁତ କରିବା।
’ଦ ବ୍ଲୁ ମୁନ୍ ହାଉସ୍’ରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହା ହେଉଛି ସିଓଲରରେ ରାଷ୍ଟ୍ରପତି ମୁନଙ୍କ ଜେଡ୍ ଇନର କାର୍ଯ୍ୟକାରୀ କାର୍ଯ୍ୟାଳୟ ସରକାରୀ ବାସଭବନ। ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ତଥା ସୁରକ୍ଷା ଭଳି ଅନେକ ଦ୍ବିପାକ୍ଷିକ ସହଯୋଗ ବଢାଇବା ନେଇ ରଚନାତ୍ମକ ଆଲୋଚନା ପରେ ଚୁକ୍ତି ସ୍ବାକ୍ଷର କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଦୁଇ ନେତାଙ୍କ ଉପସ୍ଥିତିରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ୬ଟି ଚୁକ୍ତି ସ୍ବାକ୍ଷର ହୋଇଛି।ପୂର୍ବରୁ ୭ଟି ଚୁକ୍ତି ସ୍ବାକ୍ଷର ହେବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲେ ମଧ୍ୟ ୬ଟି ଚୁକ୍ତି ସ୍ବାକ୍ଷର ହୋଇଛି।