PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭୁବନେଶ୍ବରରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଟିମ୍: ମେ ଫେୟାରରେ ହେଲା ଭବ୍ୟ ସ୍ବାଗତ୍

ଭୁବନେଶ୍ବର ୧୯/୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟ୍ ଟିମ୍ । ଏକ ସ୍ବତନ୍ତ୍ର ବିମାନ ଯୋଗେ ଉଭୟ ଦଳର ଖେଳାଳିମାନେ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହା ପରେ ଉଭୟ ଦଳର ଖେଳାଳିମାନେ ସ୍ୱତନ୍ତ୍ର କାରକେଡ୍‌ ସୁରକ୍ଷା ଭିତରେ ହୋଟେଲ୍ ମେ ଫେୟାରକୁ ନିଆଯାଇଛି। ସେଠାରେ ଖେଳାଳିମାନଙ୍କୁ ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ହୋଟେଲରେ ସ୍ବାଗତ କରାଯାଇଛି।

ମେ ଫେୟାରରେ ୮୫ଟି ରୁମ୍ ବୁକ୍ ରହିଛି। ଏଥି ସହିତ ମନ ପସନ୍ଦର ରୁମ୍ ଖେଳାଳିଙ୍କ ପାଇଁ ଆଲର୍ଟ କରାଯାଇଛି । ଯେମିତି ମେନ୍ ଇନ୍ ବ୍ଲୁ ଦଳର ଅଧିନାୟକ ବିରାଟ କୋହଲି ରହିବେ ୧୩୪ ନମ୍ବର ରୁମରେ । ହୋଟେଲର ସ୍ବତନ୍ତ୍ର ମେନ୍ୟୁ ବି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସି ଫୁଡ ସହ ହେଲଥ ଡ୍ରିଙ୍କ୍ସ ଓ କିଛି ସ୍ପେଶାଲ ଡେଜର୍ଟ ଆଇଟମକୁ ସାମିଲ କରାଯାଇଛି।

ବାରବାଟି ଦିନିକିଆ ମ୍ୟାଚ୍ ପାଇଁ ପୁଲିସ୍‌ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଖେଳାଳିଙ୍କ ସୁରକ୍ଷା ପାଇଁ ୧୦୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଏଥିରୁ ୬୫ ପ୍ଲାଟୁନ୍‌ ବାରବାଟି ପଡ଼ିଆରେ, ୨୫ ପ୍ଲାଟୁନ୍‌ ଭୁବନେଶ୍ୱର ମେଫେୟାର ହୋଟେଲ୍‌ ଓ ବିଭିନ୍ନ ଛକରେ ନିୟୋଜିତ ହେବେ । ବାକି ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ କରାଯାଇଛି।