PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ବାରବାଟୀରେ ଓ୍ୱେଷ୍ଟଇଣ୍ଡିଜର ବିଶାଳ ସ୍କୋର: ଭାରତକୁ ୩୧୬ ରନର ଟାର୍ଗେଟ୍

କଟକ, ୨୨|୧୨:  କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଣ୍ଡିଜ୍ ନିର୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ୍ ହରାଇ ୩୧୫ ରନ୍ ସଂଗ୍ରହ କରିଛି। ଏହାସହ ଭାରତକୁ ବିଜୟ ହେବା ପାଇଁ ୩୧୬ ରନର ଟାର୍ଗେଟ୍ ଦେଇଛି।

ଆଜି ବହୁ ପ୍ରତିକ୍ଷୀତ ଐତିହାସିକ ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି। ଷ୍ଟାଡିୟମରେ ଭାରତୀୟ ପ୍ରଶଂସକଙ୍କ ଉନ୍ମାଦନା ଦେଖିବାକୁ ମିଳିଛି। ଭାରତକୁ ବିଜୟୀ ଭାବେ ଦେଖିବା ପାଇଁ ଦର୍ଶକ ଖେଳାଳିଙ୍କୁ ଉତ୍ସାହିତ କରୁଥିବା ମଧ୍ୟ ନଜର ଆସିଛି। ତେବେ ଟସ୍ ପଡିବା ବେଳକୁ ଷ୍ଟାଡିୟମ ଭରପୁର ହୋଇଯାଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା କାରବିଆନ୍ ଦଳ ପାଇଁ ଓପନିଂ ଭାର ସମ୍ଭାଳିଥିଲେ ଆଭନ୍ ଲୁଇସ୍ ଓ ସାଇ ହୋପ୍। ଏହି ପାର୍ଟନରସିପ୍ ୫୭ ରନ୍ ଯାଏଁ ଚାଲିଥିଲା। ପ୍ରଥମେ ଆଭନ୍ ଲୁଇସ୍ ଆଉଟ ହୋଇଥିଲେ। ଏହାପରେ ସାଇ ହୋପ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। କିନ୍ତୁ ସେ ମଧ୍ୟ ୪୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରୋଷ୍ଟନ୍ ଚେଜ୍ ୩୮ ରନର ପାଳି ଖେଳିଥିଲେ। ସେହିପରି ସିମରନ୍ ହେଟମାୟର ୩୭ ରନ୍ କରି ଆଉଟ୍ ହୋଇଥିଲେ। ତେବେ ନିକୋଲସ୍ ପୁରନ ଓ କିରଣ ପୋଲର୍ଡ ଦଳର ରନ୍ ରେଟକୁ ବଢାଇ ଚାଲିଥିଲେ। ଭଭୟେ ପଞ୍ଚମ ଓ୍ୱିକେଟରେ ଶତକୀୟ ରନର ପାର୍ଟନରସିପ୍ କରିଥିଲେ। ଯାହା ଦଳକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ପୁରନ୍ ୮୯ ରନ୍ କରି ଆଉଟ ହୋଇଥିଲେ। ପୋଲାର୍ଡ୍ ଅପରାଜିତ ୭୪ ରନ୍ କରିଥିଲେ। ଫଳରେ ଦଳ ୩୧୫ରେ ପହଁଚି ଥିଲା।

ତେବେ ଭାରତ ପକ୍ଷରୁ ନବଦୀପ ସାଇନୀ ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି, ଶର୍ଦ୍ଦୁଳ ଠାକୁର୍ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି।