PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାରବାଟୀରେ ପହଞ୍ଚିଲେ ୨ ଦଳ: ଆଜିର ଲଢେଇରେ ଇଣ୍ଡିଆ ହାରିଲେ ବି ରହିବ ୨୦୧୯ର ନମ୍ବର ୱାନ୍ ଟିମ୍

କଟକ ୨୨/୧୨: ଭାରତ ଓ ୱେଷ୍ଟଇଣ୍ଡିଜ୍ ୱନଡେ ସିରିଜ ଏବେ ଶେଷ ପର୍ଯ୍ୟାୟରେ । ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି ଉଭୟ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । କଡା ସୁରକ୍ଷା ବଳୟରେ ୨ ଦଳକୁ ଷ୍ଟାଡିୟମ୍ ନିଆଯାଇଛି । ଅପରାହ୍ନ ୧ଟା ୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ ।

ଆଜି ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ୍ ୱନଡେ ସିରିଜ ଏବେ ଶେଷ ପର୍ଯ୍ୟାୟରେ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଜାରି ୩ ମ୍ୟାଚର ସିରିଜର ଏହା ତୃତୀୟ ଓ ନିର୍ଣ୍ଣୟକ ମ୍ୟାଚ୍ । ଉଭୟ ଟିମ୍ ଏପର୍ଯ୍ୟନ୍ତ ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ସିରିଜ୍ ୧-୧ରେ ବରାବରିରେ ଅଛନ୍ତି । ଯେଉଁ ଟିମ୍ ତୃତୀୟ ମ୍ୟାଚ୍ ଜିତିବ, ସେ ଟ୍ରଫି କବଜା କରିବ । କିନ୍ତୁ ଏହା ତ ସିରିଜ କଥା । ଯଦି ଆମେ ୨୦୧୯ରେ ହୋଇଥିବା ୱନଡେ ମ୍ୟାଚ୍ କଥା କହିବା ତ ଭାରତୀୟ ଟିମର ନମ୍ବର ୧ ରହିବା ସୁନିଶ୍ଚିତ ।

ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ମଧ୍ୟରେ ୩ ମ୍ୟାଚର ସିରିଜର ପ୍ରଥମ ମ୍ୟାଚ୍ ୧୫ ଡିସେମ୍ବରରେ ଖେଳା ଯାଇଥିଲା । ୱେଷ୍ଟଇଣ୍ଡିଜ୍ ଏହି ମ୍ୟାଚ୍ ୮ ୱିକେଟରେ ଜିତିଥିଲା । ଭାରତ ଏହି ହାରର ପ୍ରତିଶୋଧ ବିଶାଖାପାଟଣାରେ ୱନଡେରେ ନେଇଥିଲା । ୧୦୭ରନରେ ହରାଇଥିଲା ଟିମ୍ । ପ୍ରଥମ ୱନଡେରେ ୱେଷ୍ଟଇଣ୍ଡିଜର ୨ ବ୍ୟାଟ୍ସମ୍ୟାନ୍ ଶତକ କରିଥିଲେ । ଦ୍ୱିତୀୟ ୱନଡେରେ ଭାରତର ୨ ବ୍ୟାଟ୍ସମ୍ୟାନ୍ ଶତକ ଲଗାଇଥିଲେ ।

ଏବେ ଉଭୟ ଟିମ୍ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ହେବ । ଏହି ମ୍ୟାଚ୍ ଦ୍ୱିପ୍ରହର ସାଢେ ୧ରେ ଆରମ୍ଭ ହେବ । ଭାରତ ଚଳିତ ବର୍ଷର ଗୋଟିଏ ବି ୱନଡେ ସିରିଜ ହାରିନି । ନିଜ ବିଜୟକୁ ବଜାୟ ରଖିବା ପାଇଁ ଟିମ୍ ଚେଷ୍ଟା କରିବ । ୱେଷ୍ଟଇଣ୍ଡିଜ, ଭାରତ ଠାରୁ ଜୁଲାଇ-ଅଗଷ୍ଟରେ ହାରିଥିଲା ତେଣୁ ପ୍ରତିଶୋଧ ପାଇଁ ଚେଷ୍ଟା କରିବ ଟିମ୍ ।

ସିରିଜ ବାଦ୍ ଯଦି ଆମେ ୨୦୧୯ ୱନଡେ ମ୍ୟାଚ୍ କଥା କହିବା ତ ଏକ ମଜାଦାର କଥା ସାମ୍ନାକୁ ଆସିଛି । ଚଳିତ ବର୍ଷ ଭାରତ ଓ ୱେଷ୍ଟଇଣ୍ଡିଜ୍ ୨୭-୨୭ ୱନଡେ ମ୍ୟାଚ୍ ଖେଳିଛି । ଏହି ୨ ବର୍ଷରେ ସବୁଠାରୁ ଅଧିକ ୱନଡେ ମ୍ୟାଚ୍ ଖେଳିବା ମାମଲାରେ ସଂଯୁକ୍ତ ଭାବେ ନମ୍ବର ୧ କିନ୍ତୁ ଗୋଟେ ବଡ ଅନ୍ତର ରହିଛି । ଭାରତ ଯେଉଁଠି ୨୭ ମଧ୍ୟରୁ ୧୮ ୱନଡେ ମ୍ୟାଚ୍ ଜିତିଛି ଅନ୍ୟପଟେ ଇଣ୍ଡିଜ୍ ୧୦ ମ୍ୟାଚ୍ ଜିତିଛି । ଅର୍ଥାତ୍ ଭାରତର ସଫଳତା ଦର ୬୬.୬୬ ପ୍ରତିଶତ । ଅନ୍ୟପଟେ ୱେଷ୍ଟଇଣ୍ଡିଜର ସଫଳତା ଦର ୪୦ ପ୍ରତିଶତରୁ ମଧ୍ୟ କମ୍ ।

ଭାରତ ୨୦୧୯ରେ ସବୁଠାରୁ ଅଧିକ ୱନଡେ ମ୍ୟାଚ୍ ଜିତିଥିବା ଟିମ୍ । ବର୍ଷରେ ସବୁଠାରୁ ଅଧିକ ୱନଡେ ମ୍ୟାଚ୍ ଜିତିବା ମାମଲାରେ ଅଷ୍ଟ୍ରେଲିଆ ଦ୍ୱିତୀୟ ନମ୍ବରରେ ଅଛି । ୨୩ରୁ ୧୬ ମ୍ୟାଚ୍ ଜିତିଛି ଅଷ୍ଟ୍ରେଲିଆ । ଚଳିତ ବର୍ଷ ବିଶ୍ୱକପ୍ ଜିତିଥିବା ଇଂଲଣ୍ଡ ଏହି ମାମଲାରେ ତୃତୀୟ ନମ୍ବରରେ ଅଛି । ୨୨ରୁ ୧୪ ୱନଡେ ମ୍ୟାଚ୍ ଜିତିଛି ଇଂଲଣ୍ଡ । ନ୍ୟୁଜିଲାଣ୍ଡ ୪ର୍ଥ, ଦକ୍ଷିଣ ଆଫ୍ରିକା ୫ମ, ୱେଷ୍ଟଇଣ୍ଡିଜ୍ ୬ଷ୍ଠ ଏବଂ ପାକିସ୍ତାନ ୭ମ ନମ୍ବରରେ ଅଛି ।

ତେବେ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ସାରିଛନ୍ତି ଉଭୟ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି । କଡା ସୁରକ୍ଷା ବଳୟରେ ୨ ଦଳକୁ ଷ୍ଟାଡିୟମ୍ ନିଆଯାଇଛି । ଅପରାହ୍ନ ୧ଟା ୩୦ ମିନିଟରେ ମ୍ୟାଚ୍ ଆରମ୍ଭ ହେବ । ମ୍ୟାଚ ପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସମ୍ବନ୍ଧିତ ଖବର