ବାଲକୋଟରେ ପୁଣି ସକ୍ରିୟ ହେଲେଣି ୫୦୦ ଆତଙ୍କବାଦୀ,ଏୟାର ଷ୍ଟ୍ରାଇକ୍ ନେଇ ଏଭଳି କହିଲେ ସେନା ମୁଖ୍ୟ

ଚେନ୍ନାଇ,୨୩।୮:  ବାଲକୋଟରେ ଥିବା ଆତଙ୍କବାଦୀଙ୍କ କ୍ୟାମ୍ପକୁ ଭାରତୀୟ ସେନା ଏୟାରଷ୍ଟ୍ରାଇକ୍ କରି ନଷ୍ଟ କରିବା ପରେ ମଧ୍ୟ ପୁଣିଥରେ ପାକିସ୍ତାନ ପକ୍ଷରୁ ସେଠାରେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଚେନ୍ନାଇରେ ଆୟୋଜିକ ଏକ କାର୍ଯ୍ୟକ୍ରମରେ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏୟାରଷ୍ଟ୍ରାଇକରେ ବାଲକୋର୍ଟ ଆତଙ୍କୀ କ୍ୟାମ୍ପ ଧ୍ବଂସ କରିଦିଆଯାଇଥିଲା। କିନ୍ତୁ ଗତ ୮ ମାସରେ ପାକିସ୍ତାନ ଏହି ସ୍ଥାନରେ ପୁଣିଥରେ ଆତଙ୍କୀ ଗତିବିଧି ଜାରି ରଖିଛନ୍ତି। ସେନା ମୁଖ୍ୟଙ୍କୁ ଯେତେବେଳେ ପଚରା ଯାଇଥିଲା ଏଥର ମଧ୍ୟ ଭାରତୀୟ ସେନା ପୁଣିଥରେ ଏୟାରଷ୍ଟ୍ରାଇକ କରିବ କି? ଏହାଠାରୁ ଆଗକୁ କାହିଁକି ଯାଇ ପାରୁନାହାନ୍ତି। ଏହାର ଉତ୍ତରରେ ସେନା ମୁଖ୍ୟ କହିଥିଲେ ସେନା ସୀମାରେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ଓ ନିୟନ୍ତ୍ରଣ ରେଖାରେ ମଧ୍ୟ ମୁତୟନ କରାଯାଇଛି।  କିନ୍ତୁ   ଦରକାର ପଡିଲେ ସେମାନେ ବାଲକୋଟ୍ରୁ  ଆାଗକୁ ଯାଇପାରିବ।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବାପରେ ପାକିସ୍ତାନ ଏବେ ରାଗରେ ବାଉଳି ହେଉଛି ତେଣୁ ଖୋଲାଖୋଲି ଭାବରେ ଭାରତକୁ ଆତଙ୍କବାଦୀ ଆକ୍ରମଣ ଧମକ ଦେଉଛି। ପାକିସ୍ତାନର ଏହି ଧମକ ପରେ ଆଜି ସେନା ମୁଖ୍ୟ  ଜେନେରାଲ ବିପିନ ରାଓ୍ବତ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଭାରତୀୟ ସେନା ସୀମାକୁ ଜଗି ରହିଛନ୍ତି କିନ୍ତୁ ଦରକାର ପଡିଲେ ଭାରତ ବାଲକୋଟର ଆଗକୁ ଯାଇପାରେ। ଏଭଳି କହି ସେ ଆଉ ଏକ ସର୍ଜିକାଲଷ୍ଟ୍ରାଇକର ମଧ୍ୟ ପରୋକ୍ଷରେ ଧମକ ଦେଇଛନ୍ତି। ରାଓ୍ବତ କହିଛନ୍ତି, ଅତି କମରେ ୫୦୦ ଜଣ ଆତଙ୍କବାଦୀ ପିଓକେରୁ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ସମୟରେ ସେନା ମୁଖ୍ୟ କହିଥିଲେ, ଇସ୍ଲାମକୁ ଭୁଲ ଭାବରେ ବ୍ୟବହାର କରାଯାଉଛି। ଇସଲାମାମର ଭୁଲ ବାଖ୍ୟା କରି   ଅବ୍ୟବସ୍ଥା ସୃଷ୍ଟି କରାଯାଉଛି ତେଣୁ ଧର୍ମ ଗୁରୁଙ୍କୁ ଇସଲାମର ପ୍ରକୃତ କର୍ଥ କହିବା ଦରକାର। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପରେ ପାକିସ୍ତାନ ଖୋଲାଖୋଲି ଭାବରେ କହିଛି, ଆମେ ଆତଙ୍କବାଦୀ ପଠାଇବୁ।ଏହି କାରଣରୁ ପାକିସ୍ତାନ ସବୁ​‌ବେଳେ ସଂଘର୍ଷ ବିରାମ ନୀତି ଉଲଂଘନ କରୁଛି, ଯାହାଫଳରେ ଆତଙ୍କବାଦୀମାନେ ସହଜରେ ଭାରତରେ ଅନୁପ୍ରବେଶ କରିପାରି​‌ବ।    

   ସମ୍ବନ୍ଧିତ ଖବର


ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

କୁମାର ପୁନେଇଁ ଜହ୍ନ ଗୋ… ଫୁଲ ବଉଳ ବେଣୀ: ଆଜି ସନ୍ଧ୍ୟାରେ କୁମାରୀ ପାଳିବେ କୁମାର ପୂର୍ଣ୍ଣମା