PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

India at Tokyo: ସିନ୍ଧୁ, ଦୀପିକା, ରୋଇଂ ଯୋଡ଼ିଙ୍କ ଉପରେ ନଜର

https://www.amarujala.com

ଟୋକିଓ: ବୁଧବାର ଅଲିମ୍ପିକ୍ସର ପଞ୍ଚମ ଇଭେଣ୍ଟ ଦିବସ । ପ୍ରଥମ ୪ ଦିନରେ ମୀରାବାଇ ଚାନୁଙ୍କୁ ଛାଡ଼ିଦେଲେ ଅନ୍ୟ ସ ମ ସ୍ତ ଭାରତୀୟ ପ୍ରତିଯୋଗୀ ନିରାଶ କରିଛନ୍ତି। ବୁଧବାର ଭାରତୀୟ ପ୍ରତିଯୋଗୀଙ୍କର କୌଣସି ପଦକ ଇଭେଣ୍ଟ ନାହିଁ । ତଥାପି କିଛି ଖେଳାଳି ପଦକ ନିକଟତର ହେବାକୁ ଆଜି ପ୍ରୟାସ କରିବେ। ପଦକ ଦୌଡରେ ଆଗରେ ରହିବେ ବ୍ୟାଡମିଣ୍ଟନ ଖେଳାଳି ପି ଭି ସିନ୍ଧୁ, ଦୀପିକା କୁମାରୀ ଓ ତୀରନ୍ଦାଜ ଦଳ, ମହିଳା ହକି ଦଳ ଓ ପଦାର୍ପଣ କରିଥିବା ବକ୍ସର ପୂଜା ରାଣୀ।

ମହିଳା ହକି ଦଳ ବୁଧବାର ବ୍ରିଟେନକୁ ଭେଟିବ । ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତ ଯଥାକ୍ରମେ ନେଦରଲାଣ୍ଡ୍‌ସ ଓ ଜର୍ମାନୀ ଠାରୁ ପରାଜିତ ହୋଇ ସାରିଛି। ପରବର୍ତ୍ତୀ ମ୍ୟାଚ୍‌ ଗୁଡ଼ିକ ଭାରତୀୟ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ବୁଧବାର ବ୍ରିଟେନ୍‌ ବିପକ୍ଷରେ ଭାରତକୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଅର୍ଜୁନ ଲାଲ ଜଟ୍‌ ଓ ଅରବିନ୍ଦ ସିଂହଙ୍କୁ ନେଇ ଗଠିତ ଭାରତୀୟ ରୋୟର ଯୋଡି ଲାଇଟ୍‌ୱେଟ୍‌ ଡବଲ ସ୍କଲ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ବୁଧବାର ସେମି ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ ହେବ ।ଗ୍ରୁପ୍‌ ଜେ’ରେ ପ୍ରଥମ ମ୍ୟାଚ ଜିତିବା ପରେ ପିଭି ସିନ୍ଧୁ ବୁଧବାର ଦ୍ୱିତୀୟ ମ୍ୟାଚ୍‌ରେ ହଂକଙ୍ଗ୍‌ର ନଗାନ ୟି ଚେଉଙ୍ଗଙ୍କୁ ଭେଟିବେ । ସେହିପରି ପୁରୁଷ ସିଙ୍ଗଲ୍ସରେ ବି ସାଇ ପ୍ରଣିତ(ଗ୍ରୁପ ଡି) ନେଦରଲାଣ୍ଡ୍‌ସର ମାର୍କ କାଲଜୋଙ୍କୁ ଭେଟିବେ । ତୀରନ୍ଦାଜୀରେ ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟରେ(ରାଉଣ୍ଡ-୬୪) ଦୀପିକା କୁମାରୀ ଭୁଟାନ୍‌ର ଭୁ କର୍ମାଙ୍କୁ ଭେଟିବେ। ସେହିପରି ପ୍ରବୀଣ ଯାଦବ ରୁଷୀୟ ଅଲିମ୍ପିକ୍‌ କମିଟିର ଗାଲସାନ ବାଜାର୍ଝାପୋଭଙ୍କୁ ସାମ୍ନା କରୁଥିବାବେଳେ ରୁଣଦୀପ ରାଏ ୟୁକ୍ରେନର ଓଲେକ୍ସି ହୁନବିନଙ୍କ ସହ ଲଢେଇ କରିବେ। ଅଲିମ୍ପିକ ପଦାର୍ପଣ କରିଥିବା ମହିଳା ବକ୍ସର ପୂଜା ରାଣୀ ମିଡିଲୱେଡ୍‌(୭୫କିଲୋ) ବର୍ଗରେ ବୁଧବାର ଆଲଜେରିଆର ଇଚରକ ଚାଇବଙ୍କୁ ଭେଟିବେ।

ସମ୍ବନ୍ଧିତ ଖବର