ଭାରତର ବ୍ୟାଡ଼ମିଣ୍ଟନ ଖେଳାଳି ସାତ୍ତ୍ୱିକ୍‌ଙ୍କୁ କରୋନା

ହାଇଦ୍ରାବାଦ୍‌, ୨୮/୦୮: ଭାରତର ପ୍ରତିଭାବାନ ବ୍ୟାଡ଼ମିଣ୍ଟନ ଖେଳାଳି ସାତ୍ତ୍ୱିକ୍‌ସାଇରାଜ ରଙ୍କିରେଡ୍ଡୀଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ସେ ଟ୍ୱିଟ୍‌ କରି ଏବିଷୟରେ ସୂଚନା ଦେଇଛନ୍ତି । ପୂର୍ବରୁ ସାତ୍ତ୍ୱିକ୍‌ଙ୍କ ପ୍ରଥମ ରିପୋର୍ଟ ପଜିଟିଭ୍‌ ଆସିଥିଲା ।

ଚଳିତ ବର୍ଷ ସେ ‘ଅର୍ଜୁନ’ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କରୋନା ସଂକ୍ରମିତ ଥିବାରୁ ସେ ଜାତୀୟ କ୍ରୀଡ଼ା ଦିବସରେ ଆୟୋଜିତ ହେବାକୁ ଥିବା ଭର୍ଚୁଆଲ୍‌ ପୁରସ୍କାର ଉତ୍ସବରୁ ଦୂରେଇ ରହିବେ । ସାତ୍ତ୍ୱିକ୍‌ଙ୍କ ସମେତ କ୍ରୀଡ଼ା ପୁରସ୍କାର ତାଲିକାରେ ସାମିଲ ଥିବା ଅନ୍ୟ ଦୁଇଜଣ କ୍ରୀଡ଼ାବିତ୍‌ ମଧ୍ୟ କରୋନାରେ ସଂକ୍ରମିତ ରହିଛନ୍ତି । ଏହି ତିନି କ୍ରୀଡ଼ାବିତ୍‌ ପୁରସ୍କାର ଉତ୍ସବରେ ଯୋଗ ଦେବେନି ବୋଲି ସାଇ ପକ୍ଷରୁ କୁହାଯାଇଛି ।

ସାତ୍ତ୍ୱିକ୍‌ ଟ୍ୱିଟରରେ ଲେଖିଛନ୍ତି, ମୋର ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ୍‌ ଆସିଛି । ମୋ ଠାରେ କରୋନା ଲକ୍ଷଣ ନାହିଁ। ଏବେ ମୁଁ ସଙ୍ଗରୋଧରେ ରହିଛି । ସବୁଠୁ ଦୁଃଖର ବିଷୟ ହେଲା, ମୁଁ ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବରେ ଯୋଗ ଦେଇପାରିବିନି । ମୋ’ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।’ ଚଳିତ ବର୍ଷ ମୋଟ ୭୪ଜଣ ୭ଟି ବର୍ଗରେ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ସେଥିମଧ୍ୟରୁ ୬୫ଜଣ ପୁରସ୍କାର ଉତ୍ସବରେ ସାମିଲ ହେବେ। ଅନ୍ୟମାନେ ୯ଜଣ ଅସୁସ୍ଥତା, କରୋନା ଏବଂ ସଙ୍ଗରୋଧ ନିୟମ ଯୋଗୁ ଉତ୍ସବରୁ ଦୂରେଇ ରହିବେ । ଚଳିତ ଥର ୫ଜଣ କ୍ରୀଡ଼ାବିତ୍‌ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ‘ଖେଳରତ୍ନ’ ପାଇବେ। ଭାରତର ଦୁର୍ଦ୍ଧର୍ଷ ଓପନର ରୋହିତ ଶର୍ମା, ରେସଲର ଭିନେଶ ଫୋଗଟ, ମହିଳା ହକି ତାରକା ରାଣୀ ରାମପଲ, ମହିଳା ଟିଟି ଖେଳାଳି ମନିକା ବାତ୍ରା ଓ ପାରା ଅଲିମ୍ପିଆନ୍‌ ମାରିୟାପ୍ପନ ଥଙ୍ଗଭେଲୁ ‘ଖେଳରତ୍ନ’ ପୁରସ୍କାର ପାଇବେ।

   ସମ୍ବନ୍ଧିତ ଖବର


ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ମାକ୍ସଓ୍ବେଲ କାହିଁକି କେଏଲ ରାହୁଲଙ୍କୁ ମାଗିଲେ କ୍ଷମା? ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା

ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ