PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଦ୍ୱିତୀୟ ଟେଷ୍ଟ ସିରିଜ୍‌ କବ୍‌ଜା କଲା ଭାରତ: ୨୫୭ ରନ୍‌ରେ ଜିତିଲା

କିଙ୍ଗଷ୍ଟନ ୩/୯: ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅପରାଜେୟ ସାବ୍ୟସ୍ତ ହୋଇଛି ଟିମ୍‌ ଇଣ୍ଡିଆ । ଟି-ଟ୍ୱେଣ୍ଟି (୩-୦) ଓ ଦିନିକିଆ ସିରିଜ୍‌(୨-୦) ଦଖଲ ପରେ କୋହଲି ବାହିନୀ ଟେଷ୍ଟରେ ମଧ୍ୟ ଆଧିପତ୍ୟ ଜାହିର କରିଛି । ଉଭୟ ଟେଷ୍ଟକୁ ବିଶାଳ ରନ୍‌ ବ୍ୟବଧାନରେ ଜିତି କୋହଲି ସଫଳ ଅଧିନାୟକ ସାବ୍ୟସ୍ତ ହୋଇଛନ୍ତି । ମହେନ୍ଦ୍ର ସିଂ ଧୋନିଙ୍କ ୨୭ ଟେଷ୍ଟ ବିଜୟ ରେକର୍ଡକୁ ମଧ୍ୟ ଭଙ୍ଗ କରିଛନ୍ତି ।

ସାବିନା ପାର୍କ ଗ୍ରାଉଣ୍ଡ୍‌ରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟକୁ ଭାରତ ୨୫୭ ରନ୍‌ରେ ଜିତି ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ତାଲିକାର ଏକକ ଶୀର୍ଷତ୍ୱ ବଜାୟ ରଖିଥିଲା । ୪୬୮ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଇନିଂସରେ ୨୧୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ୨ଟି ଟେଷ୍ଟରୁ ଭାରତ ମୋଟ୍‌ ୧୨୦ ପଏଣ୍ଟ ହାସଲ କରିଛି ।

ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଓ ଜଶପ୍ରୀତ ବୁମରାଙ୍କ (ହ୍ୟାଟ୍ରିକ୍‌)୬ ୱିକେଟ୍‌ ପରେ ଦ୍ୱିତୀୟ ଇନିଂସରେ ଶୃଙ୍ଖଳିତ ବୋଲିଂ ଓ ଚମତ୍କାର ଫିଲ୍ଡିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ୱେଷ୍ଟଇଣ୍ଡିଜ୍‌କୁ ଅଲ୍‌ ଆଉଟ୍‌ କରିବାରେ ପ୍ରତ୍ୟେକ ବୋଲରଙ୍କ ଅବଦାନ ରହିଥିଲା । ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିପରି ଈଶାନ୍ତ ଶର୍ମା ୨ଟି ଓ ଜଶପ୍ରୀତ ବୁମରା ଗୋଟିଏ ୱିକେଟ୍‌ ନେଇଥିଲେ । ଏହା ବ୍ୟତୀତ ବିରାଟ କୋହଲିଙ୍କ ରନ୍‌ ଆଉଟ୍‌ ବେଶ୍‌ ଆକର୍ଷଣୀୟ ରହିଥିଲା । ପ୍ରଥମ ଇନିଂସରେ ଶତକ(୧୧୧) ଓ ଦ୍ୱିତୀୟ ଇନିଂସରେ ଅପରାଜିତ ୫୩ ରନ୍‌ କରିଥିବା ହନୁମା ବିହାରୀ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଏହି ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ପ୍ରଥମ ଇନିଂସରେ ୪୧୯ ରନ୍‌ କରିଥିଲା । ଦଳ ପକ୍ଷରୁ ହନୁମା ବିହାରୀ ୧୧୧ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ । ଏହା ତାଙ୍କ କ୍ୟାରିୟର୍‌ର ପ୍ରଥମ ଅନ୍ତର୍ଜାତୀୟ ଶତକ ରହିଥିଲା । ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଇନିଂସରେ ମାତ୍ର ୧୧୭ ରନ୍‌ କରିଥିଲା । ବୁମରା ହ୍ୟାଟ୍ରିକ୍‌ ସହ ୬ଟି ୱିକେଟ୍‌ ଅକ୍ତିଆର କରିଥିଲେ । ୨୯୯ ରନ୍‌ରେ ପ୍ରଥମ ଇନିଂସ ଆଗୁଆ ଥାଇ ଭାରତ ଦ୍ୱିତୀୟ ଇନିଂସରେ ୪/୧୬୮ ରନ୍‌ କରି ପାଳି ଘୋଷଣା କରିବା ସହ ମୋଟ୍‌ ୪୬୭ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ୪୬୮ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ୱେଷ୍ଟ ଇଣ୍ଡିଜ୍‌ ଦ୍ୱିତୀୟ ଇନିଂସରେ ମୋଟ୍‌ ୨୧୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ୨ଟି ଟେଷ୍ଟ ବିଜୟ ସହ ଭାରତ ଆଇସିସି ଟେଷ୍ଟ ଚାମ୍ପିଅନ୍‌ସିପ୍‌ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବାଜୟ ରଖିଛି ।

ସମ୍ବନ୍ଧିତ ଖବର