୫ ବର୍ଷରେ ହୋଇଛି ୩ଥର ଏୟାରଷ୍ଟ୍ରାଇକ୍, ଦୁଇଟିର ସୂଚନା ଦେବି, ତୃତୀୟଟିର ଦେବି ନାହିଁ: ରାଜନାଥ

ନୂଆଦିଲ୍ଲୀ: ପୁଲଓ୍ବାମା ଆକ୍ରମଣ ପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଉପରେ ଚାଲିଥିବା ରାଜନୀତି ଏବେ ବି ଥମିନାହିଁ। ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି,ଗତ ୫ ବର୍ଷରେ ଭାରତୀୟ ସେନା ସୀମା ପାର କରି ପଡ଼ୋଶୀ ଦେଶରେ ୩ଥର ସଫଳତାର ସହିତ ଷ୍ଟ୍ରାଇକ୍ କରି ଫେରିଥିବା ଦାବି କରିଛନ୍ତି । ସେ ଏଥିରୁ ୨ଟି ବାବଦରେ କହିବେ ଏବଂ ଅନ୍ୟଟି କହିବେ ନାହିଁ ବୋଲି ସ୍ପଷ୍ଟ କରିଦେଛନ୍ତି।କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରି ରାଜନାଥ ୨୦୧୬ ମସିହାର ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ବାଲାକୋଟ୍ ଷ୍ଟ୍ରାଇକ୍ ସମ୍ପର୍କରେ କହିଛନ୍ତି।
ରାଜନାଥ କହିଛନ୍ତି ଯେତେବେଳେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ଜମମୁ-କଶ୍ମୀରର ଉରିରେ ଶୋଇଥିବା ଅବସ୍ଥାରେ ଆରମ ଯବାନଙ୍କ ଉପରେ ଆକ୍ରମଣ କରିଥିଲା ସେଥିରେ ୧୭ ଜଣ ଯବାନ ଶହୀଦ ହୋଇଥିଲେ। ସେତେବେଳେ ଆମେ ପ୍ରଥମ ଥର ପାଇଁ ସୀମା ପାର କରି ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲୁ। ସେଭଳି ପୁଲଓ୍ବାମା ଆକ୍ରମଣ ପରେ ଆମେ ଦ୍ବିତୀୟ ଥର ପାଇଁ ପାକିସ୍ତାନରେ ପଶି ଏୟାର ଷ୍ଟ୍ରାଇକ୍ କରିଛୁ। ତେବେ ସେ ତୃତୀୟ ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ।ସୂଚନାଯୋଗ୍ୟ ଯେ, ଗତ ମାସ ୧୪ ତାରିଖରେ ପୁଲ୍ୱାମାଠାରେ ଜୈଶ-ଇ-ମହମ୍ମଦର ଆତ୍ମଘାତୀ ହମ୍ଲାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହେବାର କିଛି ଦିନ ପରେ ଭାରତୀୟ ବାୟୁସେନା ବାଲାକୋଟ୍ଠାରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।