PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଏବେ ଡୋକଲାମ ଉପରେ ଆଖି ଉଠାଇ ଚାହିଁବନି ଚୀନ, ଭାରତ ପ୍ରସ୍ତୁତ କଲା ଏହି ଯୋଜନା

ନୂଆଦିଲ୍ଲୀ, ୨୯|୧୨:  ଡୋକଲାମକୁ ନେଇ ଭାରତ ଓ ଚୀନର ଯବାନଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ଏହି ଅଞ୍ଚଳ ଭାରତର ହୋଇଥିବା ବେଳେ ଚୀନ ବାରମ୍ବାର ଏହା ମଧ୍ୟକୁ ପଶି ଆସୁଛି।ଏହାକୁ ନେଇ ୨୦୧୭ରେ ପ୍ରାୟ ୭୩ ଦିନ ଧରି ଉଭୟ ସେନା ମଧ୍ୟରେ କନ୍ଦଳ ଲାଗି ରହିଥିଲା। ଏବେ ଏଠାରେ ଭାରତ ସରକାର ବିକାଶର ଗାଡି ଗଡେଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି।

ସୀମା ସଡକ ସଙ୍ଗଠନ ୨୦୧୯ରେ ପ୍ରାୟ ୬୦ହଜାର କିମିର ରାସ୍ତା ନିର୍ମାଣ କରିଛି। ଯେଉଁଥିରେ ଡୋକଲାମରେ ପ୍ରାୟ ୧୯ କିମି ରହିଛି। ଫଳରେ ଭାରତୀୟ ସେନା ସହଜରେ ଡୋକଲାମ ପହଁଚି ପାରିବ। ଏବେ ସେନାକୁ ଏଠାରେ ପହଁଚିବା ପାଇଁ ୪୦ ମିନିଟ୍ ଲାଗିବ, ପୂର୍ବରୁ ପ୍ରାୟ ୭ ଘଣ୍ଟା ଲାଗୁଥିଲା।

ଏହି ରାସ୍ତାକୁ ସମସ୍ତ ଋତୁରେ ବ୍ୟବହାର କରାଯିବ। ଏଥିରେ ଭାରି ଯାନ ଚଳାଚଳ ପାଇଁ ମଧ୍ୟ ଅନୁମତି ରହିଛି। ୨୦୧୭ରେ ଚୀନ ସେନା ସହ ଭାରତୀୟ ସେନାର ବିବାଦ ମଧ୍ୟରେ ଏହି ରାସ୍ତା ନିର୍ମାଣ ହୋଇପାରି ନଥିଲା। ତେବେ ଏହି ସଡକର ଗୁରୁତ୍ୱ ବୃଦ୍ଧି ପାଇଛି।

ରାସ୍ତା କାମ ଚାଲିଥିବା ବେଳେ ଚୀନ ଏହାକୁ ପ୍ରଥମେ ରୋକିଥିଲା। ପରେ ଭୁଟାନ ସହ ହୋଇଥିବା ବୁଝାମଣାରେ ଏହି ରାସ୍ତା ନିର୍ମାଣ ଆଗେଇଥିଲା।

ଏହା ବ୍ୟତୀତ ସୀମା ସଡକ ସଂଗଠନ ବ୍ରହ୍ମପୁତ୍ର ନଦୀରେ ପାଣି ମଧ୍ୟରେ ଏକ ସୁଡଙ୍ଗ ବିକଶିତ କରୁଛି। ଏହ ସହ ସଂଗଠନ ଜମ୍ମୁ-କାଶ୍ମୀରରେ ୨୯୭ କିମିର ଆଉ ଏକ ସଡକ ନିର୍ମାଣ କରୁଛି।