PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ଚୀନ୍‌ ସୀମାରେ ଲଗାଯିବ ଗୁଇନ୍ଦା କ୍ୟାମେରା, ଅତ୍ୟାଧୁନିକ ସେଲଟର ନିର୍ମାଣ ପାଇଁ କରାଯାଉଛି ଚିନ୍ତା

ନୂଆଦିଲ୍ଲୀ ୨୫/୧୨: ଚୀନ୍‌ ସଂଲଗ୍ନ ସୀମାରେ ଅତ୍ୟାଧୁନିକ ଏବଂ ଶକ୍ତିଶାଳୀ ଗୁଇନ୍ଦା କ୍ୟାମେରା ଲଗାଇବାକୁ ଭାରତ ଯୋଜନା କରୁଛି । ସେହିପରି ଚୀନ୍‌ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଭାରତର ଯୁଦ୍ଧବିମାନ ଗୁଡିକ ପାଇଁ ଅତ୍ୟାଧୁନିକ ସେଲଟର ନିର୍ମାଣ ପାଇଁ ବି ଚିନ୍ତା କରାଯାଉଛି । ପ୍ରତିରକ୍ଷା ସହ ସମ୍ପର୍କିତ ଏକ ସଂସଦୀୟ କମିଟିର ରିପୋର୍ଟରୁ ଏନେଇ ଖୁଲାସା ହୋଇଛି । ଉକ୍ତ କମିଟି ଗତ ଶୁକ୍ରବାର ଏହି ରିପୋର୍ଟ ଲୋକସଭା ବାଚସ୍ପତିଙ୍କୁ ପ୍ରଦାନ କରିଛି ।

ଏଥିରେ କୁହାଯାଇଛି କି କମିଟିର ସଦସ୍ୟମାନେ ନଭେମ୍ବର ୪ରୁ ୯ ତାରିଖରେ ଉତ୍ତର-ପୂର୍ବ ରାଜ୍ୟଗୁଡିକ ଗସ୍ତ କରିଥିଲେ। ସେହି ସମୟରେ ଚୀନ୍‌ ସଂଲଗ୍ନ ସୀମାରେ ଅତ୍ୟାଧୁନିକ ଗୁଇନ୍ଦା କ୍ୟାମେରା ଲଗାଯିବାର ଆବଶ୍ୟକତା ରହିଛି ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା । ଏବେ ଏପରି ୧୬ଟି କ୍ୟାମେରାର ଆବଶ୍ୟକତା ରହିଛି ବୋଲି ସେମାନଙ୍କୁ କୁହାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହାକୁ କ୍ରୟ କରିପାରିବ । ନଚେତ ସ୍ଥଳସେନାର ଉପମୁଖ୍ୟଙ୍କୁ ଦିଆଯାଇଥିବା ଜରୁରୀକାଳୀନ କ୍ଷମତାର ବ୍ୟବହାର କରି ଏହି କ୍ୟାମେରା କିଣାଯାଇପାରିବ । ମାତ୍ର ଏଭଳି ବ୍ୟବସ୍ଥା ସତ୍ତେ୍ୱ ଏପର୍ଯ୍ୟନ୍ତ ଗୁଇନ୍ଦା କ୍ୟାମେରା କ୍ରୟ କରାଯାଇନାହିଁ । ସୀମା ସୁରକ୍ଷା ସହ ଜଡିତ ପ୍ରସଙ୍ଗଗୁଡିକୁ ଅଣଦେଖା ନକରିବା ଏବଂ ତୁରନ୍ତ ଏହି ଗୁଇନ୍ଦା କ୍ୟାମେରା କିଣିବାକୁ କମିଟି ମତ ଦେଇଛି ।

କମିଟି ମଧ୍ୟ କହିଛି କି ଉତ୍ତର-ପୂର୍ବରେ ଶତ୍ରୁର ବୋମା ମାଡ଼ରୁ ନିଜର ଯୁଦ୍ଧବିମାନକୁ ରକ୍ଷା କରିବା ପାଇଁ ଯଥେଷ୍ଟ ପରିମାଣର ଅତ୍ୟାଧୁନିକ ସେଲଟର ନିର୍ମାଣ କରାଯାଇନାହିଁ । ଏଭଳି ସେଲଟର ମଧ୍ୟ ବିମାନଗୁଡିକୁ ପକ୍ଷୀ ସହିତ ମାଡ଼ ହେବା ଏବଂ ବର୍ଷା ତଥା ପ୍ରତିକୂଳ ପାଣିପାଗରୁ ରକ୍ଷା କରିଥାଏ । ବାୟୁସେନା ତରଫରୁ କମିଟିକୁ କୁହାଯାଇଥିଲା କି ପୂର୍ବରୁ ପାକିସ୍ତାନ ସଂଲଗ୍ନ ସୀମାରେ ଏଭଳି ସେଲଟର ନିର୍ମାଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଉଥିଲା । ଏବେ ଉତ୍ତର-ପୂର୍ବରେ ବି ଏଭଳି ପଦକ୍ଷେପ ନିଆଯାଉଛି । ୟା’ର ଜବାବରେ ଏଭଳି ସେଲଟର ନିର୍ମାଣ ପ୍ରକ୍ରିୟା ତ୍ୱାରାନ୍ୱିତ କରାଯିବା ପାଇଁ ସଂସଦୀୟ କମିଟି କହିଛି ।