ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

ନୂଆଦିଲ୍ଲୀ – ଶୀତ ଆସିବା ସହିତ ହିମାଳୟରେ ବରଫ ଜମିବା ଆରମ୍ଭ କଲାଣି। ଏଥିସହିତ ଲଦାଖ ଅଞ୍ଚଳରେ ମଧ୍ୟ ପଇଁତରା ମାରୁଥିବା ସୈନ୍ୟଙ୍କ ପାଇଁ ସ୍ଥିତି ଅଧିକ ଚ୍ୟାଲେଞ୍ଜିଂ ହେବାକୁ ଯାଉଛି। ତେବେ ଶୀତ ପୂର୍ବରୁ ହିମାଳୟର ଉଚ୍ଚତାକୁ ଆରୋହଣ କରିଛି ଭାରତର T 90 ଭୀଷ୍ମ ଏବଂ T72 ଟ୍ୟାଙ୍କ। ଅଜୟ ଅପରାଜୟ ଭୀଷ୍ମର ବଜ୍ର ରୂପ ଦେଖାଉଛନ୍ତି ଭାରତୀୟ ସୈନ୍ୟ। ୧୪ ହଜାର ୫ଶହ ଫୁଟ ଉଚ୍ଚ ବିଶ୍ବର ସବୁଠାରୁ ଉଚ୍ଚା ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସେନା ତାର ସ୍ଥିତି ମଜଭୁତ କରୁଛି ।  କେତେବେଳେ ନତ ମସ୍ତକ ହୋଇ ଠିଆ ହୋଇଛି ଭୀଷ୍ମ ତ ଆଉ କେତେବେଳେ ଶତ୍ରୁରର ସବୁ ଦର୍ପ ଚୁରମାର କରିବାକୁ ଆଗକୁ ବଢୁଛି ।

Indian Army has deployed T-90 & T-72 tanks along with BMP-2 Infantry Combat Vehicles at LAC

 ହିମାଳୟର ପୂର୍ବ ଲଦାଖ ଅଞ୍ଚଳରେ ଭାରତୀୟ ସେନା T 90 ଏବଂ T72 ଟ୍ୟାଙ୍କ ଶକ୍ତି ବୃଦ୍ଧି କରିବାରେ ଲାଗିଛି । କାରଣ  ଆଗକୁ ଆସୁଛି  ହାଡ଼ଭଙ୍ଗା  ଶୀତ। ସ୍ଥିତି ଜଟିଳ ହେବା ପୂର୍ବରୁ ସେଠାରେ ଭାରତୀୟ ସେନା ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି। ଯେମିତିକି ଚୀନ ସେନା କିଛି ବି ସୁଯୋଗ ପାଇବନି ।

ମାଇନସ ୪୦ ଡିଗ୍ରୀ  ତାପମାତ୍ରା  ହେଲେ ବି ଭାରତୀୟ ସେନାର ଏହି ଦୁଇ ଟ୍ୟାଙ୍କ  ନିଜର ପରାକ୍ରମଣରେ ତିଳେ ବି ଉଣା କରିବେ ନାହିଁ। ଏମାନଙ୍କ  ସହିତ ସେନାର  ମନୋବଳ ବି ଉଷ୍ମ ହୋଇ ରହିଛି।  ଶୀତ ଦିନକୁ ଦୃଷ୍ଟିରେ ରଖି ସେନାକୁ ସ୍ବତନ୍ତ୍ର ଗରମ ପୋଷାକ ଯୋଗାଇ ଦିଆଯାଇଛି। ଭାରତୀୟ ସେନା ଏମିତି ପୋଜିସନ ନେଇ ରହିଛି କେବଳ ଚୁଟ୍‌କି ରେ ସିଗନାଲ ମିଳିଲେ ଏଲଏସିରେ  ନିଜର  ପରାକ୍ରମ ଦେଖାଇପାରିବ । ଏମିତି କିଛି କହିଛନ୍ତି ସେଠାରେ ମୁତୟନ ଥିବା ସୈନ୍ୟମାନେ।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ