ବନ୍ଦେ ଭାରତ: ସିଙ୍ଗାପୁରରୁ ୨୩୪ ଲୋକଙ୍କୁ ନେଇ ଦିଲ୍ଲୀ ଆସିଲା ପ୍ରଥମ ବିମାନ, ଓହ୍ଲାଇବା ମାତ୍ରେ ଉପହାରରେ ଦିଆଗଲା ଏହା

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ଭିତରେ ବିଦେଶରେ ଫଶି ରହିଇବା ଭାରତୀୟଙ୍କୁ ଆଣିବାର କାମ ଆରମ୍ଭ ହୋଇଯାଇଛି। ଏବେ ସିଙ୍ଗାପୁରରୁ ପ୍ରାୟ ୨୩୧ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ରେସକ୍ୟୁ ବିମାନ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଁଞ୍ଚିଥିଲେ।

ବିଦେଶରେ ଫଶିଥିବା ଭାରତୀୟ ଯାତ୍ରୀଙ୍କୁ ସ୍ବଦେଶ ଫେରାଇବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅପରେସନ୍ ‘ବନ୍ଦେ ଭାରତ ମିଶନ’ ର ଆରମ୍ଭ ହୋଇଛି। ଏହି ମିଶନ୍ ଅନୁସାରେ, ଏୟାର ଇଣ୍ଡିଆ ସିଙ୍ଗାପୁରରୁ ଆସିଥିବା  AI-381 ଶୁକ୍ରବାର ସକାଳେ ଦିଲ୍ଲୀ ଏୟାରପୋର୍ଟ ପହଁଞ୍ଚି ଯାଇଛି। ବିମାନବନ୍ଦରରେ ପହଁଞ୍ଚିବା ମାତ୍ରେ ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ତାଙ୍କୁ  ଗିଫ୍ଟରେ ‘ଫେସ୍ ସିଲଡ୍’ ଦିଆଯାଇଥିଲା। ଯାହାଦ୍ବାରା ସେ ନିଜର ଓ ଏୟାରପୋର୍ଟରେ ଥିବା କରୋନା ଓ୍ବାରିୟରଙ୍କୁ କରୋନା ଭାଇରସରୁ ସୁରକ୍ଷା କରି ପାରିବେ।

କରୋନା ସଂକ୍ରମଣର ସମ୍ଭାବନାକୁ ଦେଖି ଦିଲ୍ଲୀ ଏୟାରପୋର୍ଟ ଉପରେ ସୁରକ୍ଷାର ସ୍ବତନ୍ତ୍ର ବ୍ୟବସ୍ଥା  କରାଯାଇଥିଲା। ଏୟାରପୋର୍ଟର ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବିମାନରୁ ବାହାରି ଏୟାରୋବ୍ରିଜରେ ଦାଖଲ ହେବା ମାତ୍ରେ ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଏଠାରେ ଯାତ୍ରୀଙ୍କୁ ସ୍ବାସ୍ଥ୍ୟ ଏବଂ ଯାତ୍ରା ବିବରଣୀ ସମ୍ପର୍କିତ ଏକ ଫର୍ମ ପୂରଣ କରାଯାଇଥିଲା।  ଏହି ପକ୍ରିୟା ପୂରଣ ହେବାପରେ, ଏହି ସମସ୍ତ ଯାତ୍ରୀଙ୍କ ଇମିଗ୍ରେସନ୍ ପକ୍ରିୟା ପୂରଣ କରାଯାଇଥିଲା। ଇମିଗ୍ରେସନ୍ ପରେ ଯାତ୍ରୀଙ୍କୁ ସେଲଫ୍ ଡିକ୍ଲେରାନ୍ସ ଫର୍ମ ସହିତ ପାସପୋର୍ଟକୁ ଆଇଏସଏଫଙ୍କୁ ଦିଆଯାଇଥିଲା।  ଏହାପରେ ୩୦ ଜଣ ଲେଖାଏଁ ଯାତ୍ରୀଙ୍କ ଏକ ବ୍ୟାଙ୍କ ନେଇ ସିଆଇଏସ୍ଏଫ୍ ଦିଲ୍ଲୀ ସରକାରଙ୍କ ଦ୍ବାରା ତିଆରି କରାଯାଇଥିବା ମେଡିକାଲ ସେଣ୍ଟରରେ ପହଁଞ୍ଚାଯାଇଥିଲା। ସେଠାରେ ପାରମ୍ଭିକ ମେଡିକାଲ ଟେଷ୍ଟ ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନକୁ ପଠାଯାଇଥିଲା।

   ସମ୍ବନ୍ଧିତ ଖବର


ଦୀପାବଳି ପୂର୍ବରୁ କିଣନ୍ତୁ ଦେଶର ସବୁଠୁ ଶସ୍ତା ବାଇକ୍, ଯାହାର ମୂଲ୍ୟ ମାତ୍ର ଏତିକି ଟଙ୍କା

ଏବେ କାଶ୍ମୀରରେ ଭାରତର ଅନ୍ୟ ରାଜ୍ୟର ଲୋକ କିଣିପାରିବେ ଜମି

ଚୀନ୍‌ର ମୁଣ୍ଡ ବିନ୍ଧା ଆରମ୍ଭ:ଭାରତ – ଆମେରିକାର ମନ୍ତ୍ରୀ ସ୍ତରୀୟ ଆଲୋଚନା ପରେ ଚୀନ୍‌ ଦେଉଛି ପରୋକ୍ଷ ଧମକ

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତ ବାଦ ପଡ଼ିବା ପରେ ପ୍ରଶ୍ନ କଲେ ଗାଭାସ୍କର, କହିଲେ-ଯିଏ ନେଟ୍‌ ପ୍ରାକ୍ଟିସ୍‌ କରୁଛି…

ଲଦାଖ ନିର୍ବାଚନ: ୧୫ ଆସନରେ ବିଜେପିର ବିଜୟ , କଂଗ୍ରେସ ହାତରେ ୯…

ହୋଟେଲରେ ପ୍ରେମିକା ସହ ମଉଜ କରୁଥିବା ସମୟରେ ପହଞ୍ଚିଗଲେ ପତ୍ନୀ, ଆଉ ତା ପରେ…