୭୦ ବର୍ଷ ପୁରୁଣା ନିଜାମ ଫଣ୍ଡ ମାମଲା, ପାକିସ୍ତାନକୁ ହରାଇ ଶତାଧିକ କୋଟି ଟଙ୍କା ଜିତିଲା ଭାରତ

ଲଣ୍ଡନ,୧୪।୨: ହାଇଦ୍ରାବାଦର ନିଜାମଙ୍କ ଟଙ୍କା ସମ୍ପର୍କିତ ୭୦ ବର୍ଷ ପୁରାତନ ମାମଲାର ରାୟ ଶେଷରେ ଆଜି ଆସିଛି। ଲଣ୍ଡନର ଏକ ବ୍ୟାଙ୍କରେ ପ୍ରାୟ ୭ ଦଶକରୁ ଅଧିକ ଦିନ ଶତାଧିକ କୋଟି ଟଙ୍କା ଫଶି ରହିଥିଲା। ଏବେ ବ୍ରିଟେନରେ ଭାରତୀୟ ଦୂତାବାସକୁ ଲକ୍ଷାଧିକ ପାଉଣ୍ଡ ନିଜର ଭାଗରେ ମିଳିଛି। ଏହାଛଡା ପାକିସ୍ତାନକୁ ମଧ୍ୟ ଭାରତକୁ ୨୬ କୋଟି ଟଙ୍କା ଦେବାକୁ ପଡିଛି। ଏହି ଟଙ୍କା ଭାରତ ପକ୍ଷରୁ ଏହି କେସ୍ ଲଢିବାରେ ଖର୍ଚ୍ଚ କରାଯାଇଥିବା ଅର୍ଥର ୬୫ ପ୍ରତିଶତ ଅଟେ।

ଲଣ୍ଡନରେ ଥିବା ଭାରତ ସରକାରଙ୍କ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି ଯେ, ବ୍ରିଟେନ୍ ହାଇ କମିଶନଙ୍କୁ ୩୫ ମିଲିୟନ ପାଉଣ୍ଡ(୩୨୫ କୋଟି ଟଙ୍କା) ନିଜ ଅଂଶ ଭାବରେ ମିଳିଛି। ଏହି ଅର୍ଥ ୨୦ ସେପ୍ଟେମ୍ବର ୧୯୪୮ରେ ନ୍ୟାସନାଲ ଓ୍ବେଷ୍ଟମିନିଷ୍ଟର ବ୍ୟାଙ୍କ ଆକାଉଣ୍ଟରେ ଫଶିକି ରହିଛି। ପାକିସ୍ତାନ ମଧ୍ୟ ଏହି ଟଙ୍କା ଉପରେ ନିଜର ଦାବି କରିଥିଲା।

ଗତ ବର୍ଷ ଅକ୍ଟୋବରରେ ହାଇକୋର୍ଟ ଭାରତ ଓ ମୁକର୍ରମ ଜାହ(ହାଇଦ୍ରାବାଦର ୮ମ ନିଜାମ)ଙ୍କ ପକ୍ଷରେ ରାୟ ଦେଇଥିଲେ। ମୁକର୍ରମ ଓ ତାଙ୍କର ସାନ ଭାଇ ମୁଫ୍ପଖମ ଜାହ ପାକିସ୍ତାନ ବିରୋଧ ଲଣ୍ଡନ ହାଇକୋର୍ଟରେ ଗତ ୬ ବର୍ଷ ପୂର୍ବେ ଏହି ମକଦ୍ଦମା ଲଢିଥିଲେ। ବ୍ୟାଙ୍କ ପୂର୍ବରୁ ଏହି ଟଙ୍କା କୋର୍ଟକୁ ଟ୍ରାନ୍ସଫର କରିଦେଇଥିଲେ। ଅଧିକାରୀଙ୍କ କହିବା ଅନୁସାରେ ପାକିସ୍ତାନ ମଧ୍ୟ ଭାରତ ଦ୍ବାରା ଲଣ୍ଡନ ହାଇକୋର୍ଟରେ ଏଭଳି କେସ୍ ଉପରେ ଆସିଥିବା ଖର୍ଚ୍ଚର ୬୫ ପ୍ରତିଶତ ଅର୍ଥ। ବାକି ରହିଥିବା ଅର୍ଥ ଯାହା ଭାରତ ନିଜେ ଦେଇଥିଲା, ଏବେ ତାହା ଉପରେ କଥାବାର୍ତ୍ତା ଚାଲିଛି।

୭୦ ବର୍ଷ ପୁରୁଣା ବିବାଦ ୧ ମିଲିୟନ ପାଉଣ୍ଡ ଓ ୧ ଗିନ୍ନିର ରହିଛି, ଯାହାକି ୨୦ ସେପ୍ଟେମ୍ବର ୧୯୪୮ର ହାଇଦ୍ରାବାଦ ସରକାରଙ୍କୁ ତତ୍କାଳୀନ ଅର୍ଥମନ୍ତ୍ରୀ ମାଇନ୍ ନଓ୍ବାଜ ଜଙ୍ଗ ପଠାଇଛନ୍ତି। ଏହାପରେ ଏହି ଟଙ୍କା ହାଇଦ୍ରାବାଦ ରାଜ୍ୟର ତତ୍କାଳୀନ ଅର୍ଥମନ୍ତ୍ରୀ ବ୍ରିଟେନରେ ତତ୍କାଳୀନ ପାକ ହାଇକମିଶନର ହବିବ ଇବ୍ରାହିମ ରହିମଟୁଲାକୁ ଟ୍ରାନ୍ସଫର ହୋଇଥିଲେ। ଏହି ଘଟଣା ହାଇଦ୍ରାବାଦ ରାଜ୍ୟକୁ ନିଜ କବଜାରେ ନେବା ସମୟରେ ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ଅର୍ଥ ବଢି ୩୫ ମିଲିୟନ ପାଉଣ୍ଡ ହୋଇଯାଇଛି। ଭାରତ ଏହି ଟଙ୍କାରେ ଏହା କହି ନିଜେ ଦାବି କରିଛି ଯେ, ୧୯୬୫ରେ ନିଜାମ ଏହି ଟଙ୍କା ଭାରତକୁ ଦେଇଥିଲେ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା