PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଜିଡିପିରୁ ୭.୩% ଧୋଇନେଲା କରୋନା, ଆଶଙ୍କା ତୁଳନାରେ କମ୍‌ ହ୍ରାସ

ନୂଆଦିଲ୍ଲୀ ୦୧/୦୬: ଦୁଇ ବର୍ଷ ଧରି ମହାମାରୀ ପଞ୍ଝାରେ ଫସି ରହିଛି ଅର୍ଥନୀତି । ପ୍ରଥମ ଲହରୀରୁ ମୁକୁଳିବା ପାଇଁ ମୁଣ୍ଡ ଟେକୁଥିବାବେଳେ ଦ୍ୱିତୀୟ ଲହରୀ ପୁଣି ଥରେ ବାଟ ଘେରିଛି । କରୋନା ମାଡ଼ରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ୭.୩% ଧୋଇଯାଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ୨୦୧୯-୨୦ରେ ଏହା ୪% ବଢ଼ିଥିଲା । 

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ରିପୋର୍ଟ ଅନୁସାରେ, ଗତ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ କିନ୍ତୁ ଦେଶର ଜିଡିପି ୧.୬% ବୃଦ୍ଧି ପାଇଛି । ଏହା ଦର୍ଶାଉଛି ଯେ, କରୋନାର ଦ୍ୱିତୀୟ ଲହରୀ ପୂର୍ବରୁ ଅର୍ଥନୀତି ସୁଧାର ପଥରେ ଥିଲା । 

୨୦୨୦-୨୧ରେ ଦେଶର ଅର୍ଥବ୍ୟବସ୍ଥା ଖସିବା ନେଇ ଆଶଙ୍କା ପ୍ରକାଶ କରାଯାଇଥିଲା । ବିଶେଷ କରି ଅର୍ଥବ୍ୟବସ୍ଥା ଉପରେ କରୋନାର ବଡ଼ ପ୍ରଭାବ ପଡ଼ିଥିଲା। ଏହାକୁ ଆଖି ଆଗରେ ରଖି ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଅର୍ଥବ୍ୟବସ୍ଥାକୁ ନେଇ ଭିନ୍ନ ଭିନ୍ନ ଅନୁମାନ କରିଥିଲେ ।

ଗତ ଆର୍ଥିକବର୍ଷ ଗ୍ରସ୍‌ ଭାଲ୍ୟୁ ଆଡେଡ୍‌(ଜିଭିଏ)ରେ ୬.୨% ହ୍ରାସ ଘଟିଛି । ଜିଭିଏ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ମାପିବା ପାଇଁ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ । ଏ ବର୍ଷ ଫେବ୍ରୁଆରୀରେ ଜାରି ଅଗ୍ରିମ ଅନୁମାନରେ ସରକାର ପୂର୍ବାନୁମାନ କରିଥିଲେ ଯେ, ୨୦୨୦-୨୧ରେ ଦେଶର ଜିଡିପି ୮% ଖସିବ । ଉକ୍ତ ତୁଳନାରେ ହ୍ରାସ ପରିମାଣ କମ୍‌ ରହିଛି ।

ଗତ ଆର୍ଥିକବର୍ଷର ଅନ୍ତିମ ତ୍ରୟମାସ(ଜାନୁଆରୀ-ମାର୍ଚ୍ଚ)ରେ ନିର୍ମାଣ କ୍ଷେତ୍ର ୧୪% ବଢ଼ିଛି । ୟୁଟିଲିଟି ଶିଳ୍ପର ଅଭିବୃଦ୍ଧି ୯.୧% ରହିଛି । ପ୍ରକାଶଯୋଗ୍ୟ, ୟୁଟିଲିଟିରେ ଗ୍ୟାସ, ବିଦ୍ୟୁତ୍‌ ଏବଂ ଜଳ ଯୋଗାଣ ଆଦି ଅନ୍ତର୍ଭୁକ୍ତ । ଏହି ଦୁଇଟି କ୍ଷେତ୍ରର ଉତ୍ତମ ପ୍ରଦର୍ଶନ ଯୋଗୁ ଗତ ଆର୍ଥିକବର୍ଷ ଜିଡିପିରେ ଅନୁମାନ ତୁଳନାରେ କମ୍‌ ହ୍ରାସ ଘଟିଛି । ଅନ୍ୟପକ୍ଷରେ, ସେବା କ୍ଷେତ୍ର(ହୋଟେଲ, ବ୍ୟାପାର ଏବଂ ପରିବହନ) କ୍ଷେତ୍ର ୨.୩% ସଙ୍କୁଚିତ ହୋଇଛି ।
ଚତୁର୍ଥ ତ୍ରୟମାସରେ ଅର୍ଥନୀତିର ଅନେକ ମାପଦଣ୍ଡରେ ସୁଧାର ଦେଖାଦେଇଛି । ସୁଧାର ପଥରେ ଥିବା ଅର୍ଥନୀତି ଆଗରେ ଦ୍ୱିତୀୟ ଲହରୀ ଆହ୍ୱାନ ଛିଡ଼ା କରିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଅନୁମାନ କରାଯାଇଛି, ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସ ଅଭିବୃଦ୍ଧି ଅଙ୍କ କମିବ । ସୁଧାର ପଥରେ ଥିବା ଅର୍ଥନୀତିର ପଥରୋଧ କରିଛି ଦ୍ୱିତୀୟ ଲହରୀ । ଏଭଳି କ୍ଷେତ୍ରରେ ଏପ୍ରିଲ-ଜୁନ୍‌ ତ୍ରୟମାସରେ ଅଭିବୃଦ୍ଧି ଖସିବ । କିନ୍ତୁ ପ୍ରଭାବ ପ୍ରଥମ ତ୍ରୟମାସ ମଧ୍ୟରେ ସୀମିତ ରହିବ ବୋଲି ପୂର୍ବରୁ ବିଶେଷଜ୍ଞମାନଙ୍କ ପକ୍ଷରୁ ଅନୁମାନ କରାଯାଇଛି ।

ଆର୍‌ବିଆଇ ଏହାର ବାର୍ଷିକ ରିପୋର୍ଟରେ ପ୍ରକାଶ କରିଥିଲା ଯେ, ପ୍ରଥମ ଲହରତୁଳନାରେ ଦ୍ୱିତୀୟ ଲହରର ପ୍ରଭାବ ଅର୍ଥନୀତି ଉପରେ କମ୍‌ ରହିବ । ତେବେ ଚାହିଦା ଉପରେ ଦ୍ୱିତୀୟ ଲହରର ପ୍ରଭାବ ରହିବ ବୋଲି ଅନୁମାନ କରାଯାଇଛି । ନିଯୁକ୍ତି ଏବଂ ଆୟ ସଙ୍କୁଚିତ ହେବା ଦ୍ୱାରା ଘରୋଇ ଚାହିଦା କମିବା ନେଇ ଆଶଙ୍କା କରାଯାଇଛି ।