PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଅସ୍ତ୍ରବିରତି ଉଲଂଘନର କଡ଼ା ଜବାବ୍ ଦେଲା ଭାରତ, ଓଲଟା ପତାକା ବାନ୍ଧି ବିପଦ ସଙ୍କେତ ଦେଲେ ପାକ୍ ସୈନିକ

ଶ୍ରୀନଗର,୨୪।୩: ଜମ୍ମୁ-କଶ୍ମୀରର ପୁଞ୍ଛ ଓ ନୌସେରା ସେକ୍ଟରରେ ନିୟନ୍ତ୍ରଣ ରେଖା (ଏଲଓସି)ରେ ପାକିସ୍ତାନ ପଟୁ ଲଗାତାର ଭାବରେ ଅସ୍ତ୍ରବିରତି ଉଲଂଘନ ଜାରି ରହିଛି। ଭାରତୀୟ ସେନା ମଧ୍ୟ ପାକିସ୍ତାନର ପାଲଟା ଜବାବ୍ ଦେଇଛି। ଭାରତୀୟ ସେନା ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ଅଖନୁର ସେକ୍ଟରରେ ଥିବା ପାକିସ୍ତାନର ଏକ ପୋଷ୍ଟ ନଷ୍ଟ ହୋଇଯାଇଛି। ସେନା ପକ୍ଷରୁ ଏହାର ଏକ ଭିଡିଓ ପୋଷ୍ଟ କରାଯାଇଛି। ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ନୀତି ଉଲଂଘନ ଯୋଗୁଁ ଭାରତର ଜଣେ ଯବାନ ଆଜି ଶହୀଦ ହୋଇଛନ୍ତି।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତୀୟ ସୈନିକ ପାକିସ୍ତାନ ପୋଷ୍ଟକୁ ଧ୍ବଂସ କରିବା ପରେ ଏଲଓସି ନିକଟରେ ପାକିସ୍ତାନର ପତାକା ଓଲଟା ବନ୍ଧା ଯାଇଥିବାର ଦେଖିବାକୁ ମିଳିଥିଲା। ଏହା ହେଉଛି ବିପଦର ସଙ୍କେତ, ଯାହା ପାକିସ୍ତାନ ସେନା ଏଭଳି କରି ଦର୍ଶାଇଛି। ମିଳିଥିବା ଖବର ଅନୁସାରେ ପାକିସ୍ତାନୀ ସୈନିକ ଗତ ଶନିବାର ରାତିରେ ପ୍ରଥମେ ଅସ୍ତ୍ରବିରତି ଉଲଂଘନ କରି ଶାହପୁରରେ ଗୁଳିମାଡ କରିଥିଲେ। ଏହି ଗୁଳିକାଣ୍ଡ ଆଜି ସକାଳ ପର୍ଯ୍ୟନ୍ତ ଚାଲିଥିଲା।  ଗତ ୪ ଦିନ ଧରି ପାକିସ୍ତାନ ପଟୁ ଲାଗି ରହିଥିବା ଅସ୍ତ୍ରବିରତି ଉଲଂଘନ ଯୋଗୁଁ ୨ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି।

ସମ୍ବନ୍ଧିତ ଖବର