ଭାରତ ପାଖରେ ଆଉ ୩୦ ଦିନ, ସମ୍ଭାଳି ନପାରିଲେ ଭୟାବହ ହେବ କରୋନାର ତୃତୀୟ ଷ୍ଟେଜ୍

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ୍ ଦ୍ବାରା ଭାରତରେ ଏପର୍ଯ୍ୟନ୍ତ ୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ଯେଉଁ ସ୍ତରରେ ଭାରତରେ କରୋନା ଭାଇରସ୍ ବ୍ୟାପିଛି,ଏହି ରୋଗର ସେକେଣ୍ଡ ଷ୍ଟେଜ୍ ଅର୍ଥାତ ଦ୍ବିତୀୟ ସ୍ତର। ଭାରତ ଯଦି ଆଗାମୀ ୩୦ ଦିନ ଭିତରେ ଏହି ରୋଗକୁ ରୋକିବାରେ ସଫଳ ନହୁଏ ତେବେ ଏହା ଥାର୍ଡ ଷ୍ଟେଜ୍ ଅର୍ଥାତ ତୃତୀୟ ଷ୍ଟେଜରେ ପହଁଞ୍ଚି ସାରିଛି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ICMR) ର ମହାନିର୍ଦେଶକ ଡାକ୍ତର ବଳରାମ ଭାର୍ଗବ।

ଦ୍ବିତୀୟ ଷ୍ଟେଜ୍ କରୋନା ଭାଇରସ୍ ଅର୍ଥାତ ଏପର୍ଯ୍ୟନ୍ତ ସେହି ଲୋକଙ୍କ ଭିତରେ କରୋନା ଭାଇରସ୍ ମିଳିଛି, ଯେଉଁମାନେ କୌଣସି କରୋନା ଭାଇରସ୍  ସଂକ୍ରମିତ ଦେଶରେ ବୁଲିକି ଆସିଛନ୍ତି।  ଅର୍ଥାତ ଏପର୍ଯ୍ୟନ୍ତ ଏହି ରୋଗ ସ୍ଥାନୀୟ ସ୍ତରରେ ଜଣେ ଲୋକଠାରୁ ଅନ୍ୟଜଣକୁ ବ୍ୟାପୀନାହିଁ।

ଥାର୍ଡ ଷ୍ଟେଜ୍ ଅର୍ଥାତ ତୃତୀୟ ସ୍ତରରେ ଏହି ରୋଗ ଭାରତ ଭିତରେ ଥିବା ସଂକ୍ରମିତ ଲୋକଙ୍କୁ ଅନ୍ୟଲୋକଙ୍କୁ ବ୍ୟାପିବାରେ ଲାଗିବ। ଡାକ୍ତର ଭାର୍ବଗଙ୍କ କହିବା ଅନୁସାରେ,ସରକାରଙ୍କ ପ୍ରୟାସ ଯେ, ସେ ଏହି ରୋଗକୁ ଦ୍ବିତୀୟ ଷ୍ଟେଜରେ ରୋକି  ଦିଅନ୍ତୁ କିମ୍ବା ତୃତୀୟ ଷ୍ଟେଜକୁ ଆସିବା ସମୟକୁ ଅଳ୍ପ ଆହୁରି ବଢାଇ ଦିଅନ୍ତୂୁ। ଭାରତ ସରକାରଙ୍କ ପାଖରେ ଏବେ ତୃତୀୟ ଷ୍ଟେଜ୍ ସହ ଲଢିବା ଓ ରୋକିବା ପାଇଁ ୩୦ ଦିନର ସମୟ ବାକି ରହିଛି।

ଭାଇରସ୍ ସଂକ୍ରମଣ ତୃତୀୟ ଷ୍ଟେଜକୁ ଚାଲିଗଲେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥାଏ। ତେଣୁ ଏହାକୁ ରୋକିବାରେ ସମୟ ଲାଗିଥାଏ। ଯେତେବେଳେ ଏହାକୁ କନଟ୍ରୋଲ କରିବା ଆରମ୍ଭ ହୁଏ ସେତେବେଳେ ଲକ୍ଷାଧିକ ଲୋକ ଏହାର ଶିକାର ହୋଇଯାଇଥାନ୍ତି। ଚୀନରେ COVID-19 ଷଷ୍ଠ ଷ୍ଟେଜରେ ରହିଛି। ଯେଉଁଠି ପ୍ରତିଦିନ ଶତାଧିକ ଲୋକଙ୍କର ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି।