ନୂଆ ଜର୍ସିରେ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ ୧୫/୯: ଆଜି ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଯାଇଛି । ଅଧିନାୟକ ବିରାଟ କୋହଲି, ଉପଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ନୂଆ ଜର୍ସିର ଉନ୍ମୋଚନ କରିଥିଲେ । ଭାରତୀୟ ଜର୍ସିରେ ଓପୋର ସ୍ଥାନ ନେଇଛି ‘ବାୟଜୁସ’ ବ୍ରାଣ୍ଡ । ଚୀନ କମ୍ପାନୀ ଓପୋ ଟିମ୍‌ ଇଣ୍ଡିଆ ପ୍ରାୟୋଜକରୁ ଓହରିଯାଇଥିଲା । ପ୍ରତି ମ୍ୟାଚ୍‌ ପାଇଁ ବିସିସିଆଇକୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡ଼ୁଥିବାରୁ କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଥିଲା ।

୨୦୧୭ରେ ଭିଭୋ କମ୍ପାନୀକୁ ପଛରେ ପକାଇ ଓପୋ ୫ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ପ୍ରାୟୋଜକ ଭାର ଗ୍ରହଣ କରିଥିଲା । ଯାହାକି ୨୦୨୨ ମାର୍ଚ୍ଚ ୩୧ତାରିଖରେ ଶେଷ ହେବାର ଥିଲା । ବିସିସିଆଇ ସହ ଓପୋ ୧୦୭୯କୋଟି ଟଙ୍କାରେ ଚୁକ୍ତି କରିଥିଲା ।

   ସମ୍ବନ୍ଧିତ ଖବର


ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ଅଲଗା ଅଲଗା ନମ୍ବର ଥିବା ଜର୍ସି କାହିଁକି ପିନ୍ଧୁଥିଲେ ସେହଓ୍ବାଗ? ପ୍ରଥମ ଥର ଖୋଲିଲେ ରାଜ୍

IPL-2020: ଆଜି ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ କଡ଼ା ମୁକାବିଲା, ଉଭୟ ଦଳ ପାଇଁ ‘କର ବା ମର’ ସ୍ଥିତି

ଆଜି ଠାରୁ ଭାରତରେ ବନ୍ଦ ହୋଇଯିବ ଏହି ମୋବାଇଲ ଆପ୍‌, ଆଉ ଚାଲିବନି ପବଜି ଗେମ୍…

କପିଳଙ୍କ ୨୯ ସେକେଣ୍ଡର ଭିଡିଓ ବାର୍ତ୍ତା: ମୁଁ ସୁସ୍ଥ ଅନୁଭବ କରୁଛି..

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର