PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

କମୁଛି ସଂକ୍ରମଣ: ଆସନ୍ତାକାଲି ଠାରୁ ଆଜି ୮.୨ ପ୍ରତିଶତ ସଂକ୍ରମଣ କମ, ଦିନକରେ ୪୩୯ ଜଣଙ୍କର ମୃତ୍ୟୁ

pic-indiatv

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଦୈନିକ ସଂକ୍ରମଣ କମୁଥିବା ବେଳେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର କରିଯାଉଛି। ଗତ ୨୪ ଘଣ୍ଟାରେ ଭାରତରେ ୩,୦୬,୦୬୪ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ଅପେକ୍ଷା ଆଜି ୮.୨ ପ୍ରତିଶତ ସଂକ୍ରମଣ କମିଛି ବୋଲି କେନ୍ଦ୍ର ବିଭାଗ କହିଛି। ଆଜିର ଆକ୍ରାନ୍ତଙ୍କ ମିଶାଇଲେ ଦେଶର ସକ୍ରିୟ କରୋନା ମାମଲା ୨୨,୪୯,୩୩୫ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୫,୪୩,୩୨୮ ହୋଇଛି। ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୨୦. ୭୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୧୭.୦୩ ପ୍ରତିଶତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ୫ ରାଜ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କର୍ଣ୍ଣାଟକରୁ ସର୍ବାଧିକ ୫୦,୨୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେରଳରୁ ୪୫,୪୪୯, ମହାରାଷ୍ଟ୍ରରୁ ୪୦,୮୦୫, ତାମିଲନାଡୁ ୩୦,୫୮୦ ଓ ଗୁଜରାଟରେ ୧୬,୬୧୭ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରରେ ୪୩୯ ଜଣଙ୍କର ମୃତ୍ୟୁ ହୋଇଛି।

ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୪,୮୯,୮୪୮ ହୋଇଛି। ସେହିପରି ଦିନକରେ ୧୪,୭୪,୭୫୩ କୋଭିଡ୍ ଟେଷ୍ଟ କରାଯାଇଥିବା ଏପର୍ଯ୍ୟନ୍ତ ୭୧.୬୯ କୋଟି ଲୋକଙ୍କର କୋଭିଡ୍ ଟେଷ୍ଟ କରାଗଲାଣି।।

ଗତାକାଲି ଦେଶରେ ୩,୩୩,୫୩୩ ସଂକ୍ରମିତ ଚିହ୍ନଟ ହୋଇଥିଲା। ଏହା ପରଦିନ ସଂକ୍ରମଣ ସଂଖ୍ୟା ଠାରୁ ୪୧୭୧ କମ ଥିଲା। ଏପଟେ ଦେଶରେ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ବେଳେ ଓମିକ୍ରନ ଭ୍ୟାରିଏଣ୍ଟ ଏବେ ଗୋଷ୍ଟୀ ସଂକ୍ରମଣ ସ୍ତରରେ ପହଞ୍ଚିଲାଣି। କେତେକ ମେଟ୍ରୋ ସିଟିରେ ଓମିକ୍ରନ ତାର ପ୍ରଭାବ ବିସ୍ତାର କରି ଚାଲିଥିବା ବେଳେ ତୀବ୍ର ଗତିରେ ସଂକ୍ରମଣ ହେଉଛି। କୋଭିଡ ସମ୍ପର୍କିତ ତଥ୍ୟ ଉପରେ ଯାଞ୍ଚ ଓ ଗବେଷଣା କରିବା ପାଇଁ ଗଠନ କରାଯାଇଥିବା ସରକାରୀ ସଂସ୍ଥା INSACOG ଏପରି ସୂଚନା ଦେଇଛି। ସଂସ୍ଥା ଆହୁରି ମଧ୍ୟ କହିଛି ଯେ ଓମିକ୍ରନ ସବ୍ ଭ୍ୟାରିଏଣ୍ଟ BA.2 ମଧ୍ୟ ଦେଶର ଅନେକ ସ୍ଥାନରେ ଚିହ୍ନଟ କରାଯାଇଛି।

ସମ୍ବନ୍ଧିତ ଖବର