PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌

ଟୋକିଓ: ବିଶ୍ବ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଶାନଦାର ବିଜୟ। ଉପଅଧିନାୟକ ହରମନପ୍ରୀତ ସିଂହ ଓ ରୁପିନ୍ଦର ପାଲ ସିଂହଙ୍କ ଶାନଦାର ଗୋଲ ଓ ଗୋଲକିପର ପିଆର ଶ୍ରୀଜେଶଙ୍କ ଦମଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ହକି ଦଳ। ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇ ଭାରତୀୟ ଦଳ ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି। ହରମନପ୍ରୀତ୍‌ ସିଂହ ୨ଟି ଗୋଲ୍‌ ଦେଇଥିବା ବେଳେ ରୁପିନ୍ଦର ସିଂହ ଗୋଟିଏ ଗୋଲ ଦେଇଥିଲେ।

ଭାରତୀୟ ଦଳ ପକ୍ଷରୁ ରୂପିନ୍ଦରପଲ୍ ସିଂ ୧୦ ମିନିଟରେ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ୨୬ ମିନିଟ୍ ଓ ୩୩ ମିନିଟରେ ହରମନପ୍ରୀତ୍ ସିଂ ଦୁଇଟି ଗୋଲ୍ ଦେଇଥିଲେ । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍ ରସେଲ୍ ୬ ମିନିଟ୍ ଓ ଷ୍ଟିଫେନ୍ ଜେନେସ୍ ୪୩ ମିନିଟରେ ଦୁଇଟି ଗୋଲ୍ ଦେଇଥିଲେ । ନ୍ୟୁଜିଲାଣ୍ଡ ଖେଳ ଆରମ୍ଭରୁ ପ୍ରଥମ ଗୋଲ୍ ଦେଇ ୧-୦ରେ ଆଗୁଆ ରହିଥିଲା । ରୁପିନ୍ଦର ପେନାଲ୍ଟି ଟ୍ରାକରେ ଗୋଲ୍ ଦେଇ ୧-୧ର ବାରବର ସ୍ଥିତିକୁ ଆଣିଥିଲେ ।

ଏଫ୍‌ଆଇଏଚ୍‌ ମାନ୍ୟତା ତାଲିକାର ଚତୁର୍ଥ ସ୍ଥାନରେ ଥିବା ଭାରତୀୟ ପୁରୁଷ ଦଳ ଅଷ୍ଟମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇଛି। ଉଭୟ ଖେଳାଳି ଗ୍ରୁପ୍-ଏରେ ସ୍ଥାନ ପାଇଛନ୍ତି। ଶୃଙ୍ଖଳିତ ତଥା ଚତୁର ରଣ କୌଶଳ ପ୍ରୟୋଗ କରି ଖେଳୁଥିବା ନ୍ୟୁଜିଲାଣ୍ଡକୁ ହରାଇବାରେ ସଫଳ ହୋଇଛି ଭାରତ। ରିଓ ଅଲିମ୍ପିକ୍ସ ପରଠାରୁ ଉଭୟ ଦଳ ପରସ୍ପରକୁ ୧୧ଥର ଭେଟ ହୋଇଥିଲେ। ଏଥିରୁ ଭାରତ ୮ଥର ବିଜୟ ହାସଲ କରିଛି । ଏହି ୧୧ଟି ମ୍ୟାଚ୍‌ରେ ଭାତର ମୋଟ୍‌ ୩୪ଟି ଗୋଲ୍‌ ସ୍କୋର କରିଛି।

ଗ୍ରୁପ୍‌-ଏରେ ଭାରତକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ଡିଫେଣ୍ଡିଂ ଅଲିମ୍ପିକ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଆୟୋଜକ ଜାପାନ ଓ ସ୍ପେନ୍‌ ରହିଛନ୍ତି । ଉଭୟ ଗ୍ରୁପ୍‌ର ୪ଟି ଲେଖାଏଁ ଦଳ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ।