PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ସାର୍କ ବୈଠକରେ ମୁହାଁ ମୁହିଁ ହେବେ ଭାରତ-ପାକିସ୍ତାନ ବୈଦେଶିକ ମନ୍ତ୍ରୀ,ଏହି ସବୁ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା

https://www.wionews.com

ନୂଆଦିଲ୍ଲୀ,୨୦।୯: ଆମେରିକାର ନ୍ୟୁୟର୍କ ସହରରେ ମିଳିତ ଜାତିସଂଘର ସାଧାରଣ ସଭା ସମୟରେ ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଏଥିରେ ଭାରତ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହି ବୈଠକ ୨୫ ସେପ୍ଟେମ୍ବର ମଧ୍ୟାହ୍ନ ପାଇଁ ଯୋଜନା କରାଯାଇଛି। ଏଥିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଗୋଟିଏ ଛାତ ତଳେ ଉପସ୍ଥିତ ରହିବେ।

କିନ୍ତୁ ସୂତ୍ରରୁ ଏହା ସ୍ପଷ୍ଟ ହୋଇଛି ଯେ ସାର୍କ ବୈଠକ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ଆଲୋଚାନା କିମ୍ବା  ସୌଜନ୍ୟମୂଳକ ବୈଠକ ହେବ ନାହିଁ। ଗତ ବର୍ଷ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ସଭା ଅନୁଷ୍ଠିତ ହୋଇଥିଲା। କୁହାଯାଉଛି ଯେ, ଏହି ଫୋରମରୁ ପାକିସ୍ତାନର ନାମ ନନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବେ। ଏହା ସହିତ ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସାର୍କ ମଞ୍ଚରୁ ମଧ୍ୟ ଭାରତର ବୈଦେଶିକ ମନ୍ତ୍ରୀ ପକ୍ଷ ରଖିବେ।