ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ସିଡନୀ,୨୮/ ୧୧: ୯ ମାସ ପରେ ପ୍ରଥମ ଅନ୍ତରାଷ୍ଟ‌୍ରୀୟ ମ୍ୟାଚ୍‌ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା ଟିମ୍‌ ଇଣ୍ଡିଆ। ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଯାହାଫଳରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ପରାଜିତ ହୋଇଥିଲା। ପ୍ରଥମ ଦିିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା ଦେଇଛି ଆଇସିସି।

ପ୍ରଥମ ଦିନିକିଆରେ ଧିମା ଓଭର ବୋଲିଂ କରିଥିବା କାରଣରୁ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କ ଉପରେ ୨୦ ପ୍ରତିଶତ ଜୋରିମାନା ଲଗାଇଛି ଆଇସିସି। ଆଇସିସି ମ୍ୟାଚ୍‌ ରେଫରୀ ଡେବିଡ ବୁନ ଏହି ଜୋରିାମାନା ଟିମ୍‌ ଇଣ୍ଡିଆ ଉପରେ ଲଗାଇଛନ୍ତି।

ଆଇସିସି ପକ୍ଷରୁ ଶନିବାର ଏନେଇ ଏକ ଟୁଇଟ କରାଯାଇଛି। ଆଇସିସିର ଖେଳାଳି ଓ ସହଯୋଗୀ ଷ୍ଟାଫ୍‌ ସର୍ବନିମ୍ନ ଓଭର ସ୍ପିଡ୍ ଉଲ୍ଲଂଘନ ପାଇଁ ଆଚରଣ ସଂହିତା ଅନୁଚ୍ଛେଦ ୨.୨୨ ଅନୁସାରେ ଏହି ଜୋରିମାନା ଟିମ୍‌ ଇଣ୍ଡିଆ ଉପରେ ଲଗାଇଛି ଆଇସିସି। ଜାରି ହୋଇଥିବା ବିଜ୍ଞପ୍ତିରେ ଆହୁରି ପ୍ରକାଶ ପାଇଛି ଯେ, ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଉଲ୍ଲଂଘନ ଓ ପ୍ରସ୍ତାବିତ ଜୋରିମାନାକୁ ସ୍ବୀକାର କରିଛନ୍ତି।