ପାକ୍ ସୀମାରେ ବଡ ଯୁଦ୍ଧାଭ୍ୟାସ ପ୍ରସ୍ତୁତି କରୁଛି ଭାରତ, ଟ୍ୟାଙ୍କ-ତୋପ ସମେତ ଭାଗ ନେବେ ୪୦ ହଜାର ସୈନିକ

ନୁଆଦିଲ୍ଲୀ ୧୩/୧୧: ପାକିସ୍ତାନ ତରଫରୁ ବଢୁଥିବା ବିପଦକୁ ଦେଖି ଭାରତୀୟ ସେନା ନିଜ ପଶ୍ଚିମୀ ସୀମା ନିକଟରେ ଖୁବ୍ ଶୀଘ୍ର ବଡ ଯୁଦ୍ଧାଭ୍ୟାସ୍ କରିବାକୁ ଯାଉଛି । ଏହି ଯୁଦ୍ଧାଭ୍ୟାସରେ ଭାରତୀୟ ସେନାର ୪୦ ହଜାର ଯବାନଙ୍କ ସହିତ ବଡ ସଂଖ୍ୟାରେ ଟ୍ୟାଙ୍କ, ତୋପ ଓ ଲଢୁଆ ହେଲିକପ୍ଟର ଦେଖିବାକୁ ମିଳିବ ।

ଏହି ଯୁଦ୍ଧାଭ୍ୟାସକୁ ସିନ୍ଧୁ ସୁଦର୍ଶନ- VII ନାମ ଦିଆଯାଇଛି । ଯେଉଁଥିରେ ସେନାର ୨୧ ତମ କୋରର ଯୁଦ୍ଧ ପ୍ରସ୍ତୁତି ପରଖା ଯିବ । ଏହା ବ୍ୟତୀତ ଏହା ମଧ୍ୟ ଦେଖାଯିବ ଯେ ଶତ୍ରୁ ଅଞ୍ଚଳରେ ଆକ୍ରମଣ କରିବା ନେଇ ଆମେ କେତେ ପ୍ରସ୍ତୁତ ଅଛୁ ।

ଏହି ଯୁଦ୍ଧାଭ୍ୟାସ୍ ରାଜସ୍ଥାନର ବାଡମେଡ ଓ ଜେସଲମେରରେ ୧୩ରୁ ୧୮ ନଭେମ୍ବର ମଧ୍ୟରେ ହେବ । ସେନା ଏହି ସମୟରେ ସୈନ୍ୟ ଯୁଦ୍ଧାଭ୍ୟାସର ପରୀକ୍ଷଣ କରିବ । ଜଣେ ଅଧିକାରୀଙ୍କ ସୂନଚା ଅନୁସାରେ ଏଥିରେ ଟ୍ୟାଙ୍କ, ତୋପ ଶକ୍ତିକୁ ପରୀକ୍ଷା କରାଯିବ । ଏହା ଫଳରେ ଜଣା ପଡିବ ଯେ ଯୁଦ୍ଧ ସ୍ଥିତିରେ ଏହା କେତେ ପ୍ରଭାବଶାଳୀ ରହୁଛି ।

ଏହି ଯୁଦ୍ଧାଭ୍ୟାସର ପ୍ରଥମ ଚରଣ ଅକ୍ଟୋବରରେ ପୋଖରଣରେ ଆୟୋଜିତ କରାଯାଇଥିଲା । ସେଠାରେ ଭାରତୀୟ ସେନାର ଟ୍ୟାଙ୍କ ଓ ତୋପୋ ନିଜ ଫାୟାର ପାୱରର ଜବରଦସ୍ତ ପ୍ରଦର୍ଶନ କରିଥିଲା । ଏହି ଅଭ୍ୟାସରେ ଟି-୭୨ ଟ୍ୟାଙ୍କ, ବିଏମପି ବାହନ, ଏମ ୭୭୭ ଆର୍ଟିଲରୀ ଗନ୍,  ଆର୍ମୀ ଏୟର ଡିଫେନ୍ସ, ଆପାଚେ, ଚିନୁକ ଲଢୁଆ ହେଲିକପ୍ଟର ସହିତ ଏଚଏଏଲ ର ଏଏଲଏଚ୍ ରୁଦ୍ର ହେଲିକପ୍ଟର ମଧ୍ୟ ଭାଗ ନେବ ।

ପ୍ରଥମ ଥର ପାଇଁ କୌଣସି ଯୁଦ୍ଧଭ୍ୟାସରେ ଭାରତୀୟ ସେନାର କେ-୯ ବଜ୍ର ପ୍ରୋପେଲ୍ଡ ଆର୍ଟିଲରୀ ସାମିଲ କରିବ । ଏହା ନଭେମ୍ବର ୨୦୧୮ରେ ସେନାରେ ସାମିଲ କରାଯାଇଥିଲା । ଅନ୍ୟପଟେ ଭାରତ ଓ ଆମେରିକାର ସେନା ୧୩ରୁ ୨୧ ନଭେମ୍ବର ମଧ୍ୟରେ ବିଶାଖାପାଟଣମରେ ‘ଟାଇଗର ଟ୍ରଫ’ ନାମକ ଯୁଦ୍ଧଭ୍ୟାସରେ ଭାଗ ନେବେ । ଏଥିରେ ଭାରତର ସ୍ଥଳ, ଜଳ ଓ ବାୟୁସେନାର ୧୨୦୦ ଯବାନ ଓ ୫୦୦ ଆମେରିକୀୟ ଯବାନ ସାମିଲ ହେବେ ।

   ସମ୍ବନ୍ଧିତ ଖବର


ଗୋଟେ ବର୍ଷରେ ୨୩ଜଣ ପିଲାଙ୍କର ବାପା ହେଲେ ଯୁବକ ! କହିଲେ, ତାଙ୍କୁ କାହିଁକି ମହିଳାମାନେ ପସନ୍ଦ କରୁଛନ୍ତି

ଭଲ ଖବର- ସିଙ୍ଗାପୁରରେ କୋଭିଡ୍‌ ଆଣ୍ଟିବଡି ସହ ଜନ୍ମ ହେଲା ଶିଶୁ

ଦେଶର ସବୁ ରେଳ ଷ୍ଟେସନରୁ ଉଭାନ ହେବ ପ୍ଲାଷ୍ଟିକ୍‌ କପ୍ – ଏବେ ‘କୁଲହଡ’ରେ ଚା’ ପିଇବେ ଯାତ୍ରୀ

ଯୋଗୀ କହିଲେ ହାଇଦ୍ରାବାଦର ନାମ ହେବ ‘ଭାଗ୍ୟନଗର’, ଓଓ୍ଵେସି କହିଲେ ନାମ…

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ମ୍ୟାଚ୍‌ ହାରିବା ସହ ସିରିଜ ହାରିଲା ଟିମ୍‌ ଇଣ୍ଡିଆ, ଦ୍ବିତୀୟ ଦିନିକଆରେ ୫୧ରନରେ ବିଜୟୀ ହେଲା ଅଷ୍ଟ୍ରେଲିଆ