ସୀମାରେ ଟ୍ୟାଙ୍କ୍ ମୁତୟନ: ପଞ୍ଜାବ, ରାଜସ୍ଥାନରେ ଭାରତର ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ,୩୦ ।୩(ଏଜେନ୍ସି): ଭାରତୀୟ ସେନା ଦୁଇ ଦନି ଭତିରେ ରାଜସ୍ଥାନ, ପଞ୍ଜାବ ଏବଂ ଜମ୍ମୁ-କାଶ୍ମୀର ସଂଲଗ୍ନ ସୀମାରେ ନିଜର ଷ୍ଟ୍ରାଇକ୍ ୟୁନିଟର ସମସ୍ତ ୟୁନିଟଗୁଡ଼ିକୁ ମୁତୟନ କରିଥିବାର ସୂଚନା ମିଳିଛି । ବ୍ୟାପକ ପରିମାଣରେ ଟ୍ୟାଙ୍କ୍, ସାଞ୍ଜୁଆ ଯାନ, ତୋପ, ମଲ୍ଟି-ବ୍ୟାରେଲ ରକେଟ ଲଞ୍ଚର ଏବଂ ମିସାଇଲ ସୀମାକୁ ନିଆଯାଉଥିବାର ଦେଖାଯାଇଛି । ୟୁପିର କାନପୁର ଏବଂ ଝାନସୀରୁ ଟ୍ୟାଙ୍କ୍ ୟୁନିଟଗୁଡ଼ିକୁ ନିଆଯାଇଛି । ସେହିପରି ମଧ୍ୟପ୍ରଦେଶ ଏବଂ ୟୁପିରୁ ଆର୍ମର୍ଡ ରେଜିମେଣ୍ଟଗୁଡ଼ିକୁ ସୀମା ନିକଟକୁ ନିଆଯାଇଛି । ପୂର୍ବରୁ ଭାରତୀୟ ସେନା ହରିଆଣାର ଅମ୍ବାଲା ଏବଂ ୟୁପିର ମଥୁରା ସ୍ଥିତ ନଜିର ଷ୍ଟ୍ରାଇକ୍ କର୍ପସର କେତେକ ୟୁନଟିକୁ ସୀମାରେ ନିୟୋଜିତ କରିଥିଲା ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର ଅବୋହର ଏବଂ ରାଜସ୍ଥାନର ବାରମେର ଓ ବିକାନୀର ସଂଲଗ୍ନ ସୀମା ନିକଟରେ ଭାରତୀୟ ସେନା ଅତିରିକ୍ତ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ମୁତୟନ କରିଛି । ଜମ୍ମୁ-କାଶ୍ମୀର ସୀମାରେ ବି ଟ୍ୟାଙ୍କ୍ ଏବଂ ଅନ୍ୟ ୟୁନଟିଗୁଡ଼କିୁ ମୁତୟନ କରାଯାଇଛି । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ପଶ୍ଚିମ ସୀମାକୁ ବାରମ୍ବାର ଗସ୍ତ କରିବା ସହ ବିଭିନ୍ନ ସେକ୍ଟରକୁ ଯାଇ ଯୁଦ୍ଧ ପ୍ରସ୍ତୁତରି ସମୀକ୍ଷା କରୁଛନ୍ତି । ଏମିତିକି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ବି ଅନେକ ଥର ରାଜସ୍ଥାନ, ପଞ୍ଜାବ ସୀମାକୁ ଯାଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କରିସାରିଛନ୍ତି ।
ପାକ୍ ସେନା ପୂର୍ବରୁ ଭାରତ ସଂଲଗ୍ନ ସୀମାର କେତେକ ସମ୍ବେଦନଶୀଳ ସ୍ଥାନ ଯେପରକି ସାମ୍ବା ଏବଂ ଅମତୃସର ସେକର୍ଟରେ ଅତରିକ୍ତି ସୈନିକ ଏବଂ ଯୁଦ୍ଧ ସରଞ୍ଜାମ ମୁତୟନ କରିଥିଲା । ସିଏ ମଧ୍ୟ ସୀମାବର୍ତ୍ତୀ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯାଇଛି । ପାକ୍ ସେନା ମଧ୍ୟ ଭାରତୀୟ ସୀମା ନିକଟରେ ଚୀନ୍ ନିର୍ମିତ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏବଂ ରାଡାର ମୁତୟନ କରିଛି । ତା’ଛଡ଼ା ଅନେକଗୁଡିଏ ଏଫ-୧୬ ଯୁଦ୍ଧବିମାନକୁ ବି ଭାରତୀୟ ସୀମାକୁ ଲାଗି କରିଥିବା ଅଞ୍ଚଳରେ ସଜାଗ ରଖାଯାଇଛି । ପାକିସ୍ତାନର ଏଭଳି ପଦକ୍ଷେପରୁ ସିଏ କିଛି ହରକତ କରିବା ପାଇଁ ଯୋଜନା କରୁଥିବାର ସନ୍ଦେହ କରାଯାଉଛି । ତା’ର ଏଭଳି ଯୋଜନାକୁ ପଣ୍ଡ କରିବା ପାଇଁ ଭାରତୀୟ ସେନା ବି ଆବଶ୍ୟକ ପ୍ରସ୍ତୁତି କରୁଛି ।
ଭାରତର ବାୟୁସେନାର ଯୁଦ୍ଧବିମାନଗୁଡିକ ସଜାଗ ଅଛନ୍ତି ଏବଂ ନିୟମିତ ପଇଁତରା ମାରୁଛନ୍ତି । ପଶ୍ଚିମ ସୀମାରେ ବାୟୁସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆକାଶ ଏବଂ ଇସ୍ରାଏଲ ନିର୍ମିତ ବାରାକ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିଛି । ଭାରତୀୟ ନୌସେନାର ୭୦ଟି ଯୁଦ୍ଧଜାହାଜ ଏବଂ ଅନେକ ବୁଡ଼ାଜାହାଜ ମଧ୍ୟ ଆରବସାଗରରେ ମୁତୟନ ହୋଇଛନ୍ତି । ବିମାନବାହୀ ଯୁଦ୍ଧଜାହାଜ ଏବଂ ଆଣବିକ ବୁଡ଼ାଜାହାଜ ମଧ୍ୟ ମୁତୟନ କରାଯାଇଛି । ଦୁଇ ଦେଶର ଏଭଳି ସାମରିକ ପ୍ରସ୍ତୁତିରୁ ଆଗାମୀ ଦିନରେ ଉଭୟଙ୍କ ଭିତରେ ଯୁଦ୍ଧ ଲାଗିଯିବା ଅସମ୍ଭବ ନୁହେଁ ବୋଲି ମନେ କରାଯାଉଛି ।
ବାଲାକୋଟରେ ଭାରତ ଦ୍ୱାରା ବିମାନ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ କି ଏହା ଏକ ପାଇଲଟ ପ୍ରୋଜେକ୍ଟ ଥିଲା । ଅସଲ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ବାକି ଅଛି । ତେଣୁ ମୋଦିଙ୍କ ସେଇ ବୟାନକୁ ଏବେ ସେନାର ପ୍ରସ୍ତୁତି ସହ ଯୋଡ଼ି କରି ଦେଖାଯାଉଛି । ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଲଗାମ କଷୁ ନଥିବାରୁ ଭାରତ ସେମାନଙ୍କୁ ନିପାତ କରିବା ପାଇଁ ନିଜେ ଏକ ବଡ଼ ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଅନୁମାନ କରାଯାଉଛି ।