PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଜାତିସଂଘ ସୁରକ୍ଷା ପରିଷଦରେ ଚୀନ୍‌ର ଚାଲ୍‌କୁ ପ୍ରତ୍ୟାଖ୍ୟାନ କଳା ଭାରତ, କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ କରିଥିଲା ପ୍ରୟାସ

ନୂଆଦିଲ୍ଲୀ – ଜାତିସଂଘର ସୁରକ୍ଷା ପରିଷଦରେ ଚୀନ୍‌ର ଚାଲ୍‌କୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଚୀନ୍‌ ପୁଣି ପାକିସ୍ତାନର ସମର୍ଥନରେ ଜାତିସଂଘର ସୁରକ୍ଷା ପରିଷଦରେ ଓକିଲାତି କରିଥିଲା । ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏଥିରେ ଚୀନ୍‌ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ ବୋଲି ଭାରତ କହିଛି ।

zeenews.india.com

ଚୀନ୍‌ ଜାତିସଂଘର ସୁରକ୍ଷା ପରିଷଦରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଏଥିରେ ସେ ଅସଫଳ ହୋଇଛି । ଏହା ପୂର୍ବରୁ ମଧ୍ୟ ଚୀନ୍‌ କାଶ୍ମୀର ପ୍ରସଙ୍ଗ ଜାତି ସଂଘର ସୁରକ୍ଷା ପରିଷଦରେ ଉଠାଇବା ପାଇଁ ଚେଷ୍ଟା କରି ଅସଫଳ ହୋଇଥିଲା । ଅନ୍ତର୍ଜାତୀୟ ସ୍ତରରେ ତାକୁ ବିଶେଷ କିଛି ସଫଳତା ମିଳି ନଥିଲା ।

ଚୀନ୍‌ ଅନେକ ବର୍ଷ ଧରି ପାକିସ୍ତାନର ସମର୍ଥନ କରିଆସୁଛି । ଅଗଷ୍ଟ ୫ ତାରିଖରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି । ଭାରତର ଏହି ପଦକ୍ଷେପକୁ ପାକିସ୍ତାନ ବାରମ୍ବାର ବିରୋଧ କରିଆସୁଛି । ଏହାକୁ ପାକିସ୍ତାନ ବେଆଇନ ବୋଲି କହିବା ସହ ଏହା ବିରୋଧରେ ବାରମ୍ବାର ସ୍ୱର ଉତ୍ତୋଳନ କରିଆସୁଛି ।
ଚୀନ୍‌ ଲଦାଖରେ ଅତିକ୍ରମଣ ବା ନିୟନ୍ତ୍ରଣ ରେଖା ନିକଟରେ ବାରମ୍ବାର ଉତ୍ତେଜନା ସୃଷ୍ଟି କରିବା ଭଳି ପଦକ୍ଷେପ ନେଉଛି । ଗଲଓ୍ୱାନରେ ରକ୍ତାକ୍ତ ସଂଘର୍ଷ ଏହାର ଅନ୍ୟ ଏକ ଉଦାହରଣ ।

ଗତକାଲି ଚୀନ୍ ବିଦେଶମନ୍ତ୍ରାଳୟର ପ୍ରବକ୍ତା କାଶ୍ମୀରେ ପ୍ରସଙ୍ଗ ଉପରେ ନଜର ରଖିଥିବା ପ୍ରକାଶ କରିଥିଲେ । ଭାରତର ପଦକ୍ଷପକୁ ସେ ବେଆଇନ୍‌ ବୋଲି କହବା ସହ ଏଥିରେ ଦେଖିଚାହିଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲା ।

ସମ୍ବନ୍ଧିତ ଖବର