PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ପାକିସ୍ତାନ କହିଥିବା ଆଉ ଏକ ମିଛ ଧରାପଡ଼ିଲା, ଭାରତକୁ ବଦନାମ କରିବା ପାଇଁ କରିଥିଲା ଏମିତି କାମ

ନୂଆଦିଲ୍ଲୀ ୨୬।୩: ଭାରତ ପାକିସ୍ତାନର ଆଉ ଏକ ମିଛ ଉପରୁ ପରଦା ହଟାଇ ଦେଇଛି। ପାକିସ୍ତାନ ରାଷ୍ଟ୍ରୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଇସ୍‌ଲାମ୍‌ବାଦ୍‌ରେ ପହଞ୍ଚିବାକୁ ଥିବା ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ଉଡ଼ାଣ ପାଇଁ ଭାରତ ମଞ୍ଜୁରୀ ଦେଇ ନ ଥିଲା ବୋଲି ଅଭିଯୋଗ କରିଥିଲା। ମଙ୍ଗଳବାର ଭାରତ ସରକାର ଏହି ଅଭିଯୋଗର ଜବାବ ଦେଇଛନ୍ତି।

ଭାରତ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି କି, ଡିଜିସିଏ ତରଫରୁ ମାଲେସୀୟ ପ୍ରଧାନମନ୍ତ୍ରୀଙ୍କ ମହାଥିର ମହମ୍ମଦଙ୍କ ବିମାନକୁ ଭାରତୀୟ ବାୟୁସୀମାରେ ଉଡ଼ାଣ ପାଇଁ ମଞ୍ଜୁରୀ ଦିଆଯାଇଥିଲା, କିନ୍ତୁ ପାକ୍‌ ନିଜର ବାୟୁସୀମାକୁ ବ୍ଲକ୍‌ କରିଥିଲା।

ପାକିସ୍ତାନ ମିଡିଆରେ ପ୍ରକାଶ କି, ମହାଥିରଙ୍କ ବିମାନ ଇସ୍‌ଲାମ୍‌ବାଦ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବହୁ ସମୟ ଲାଗିଥିଲା। କାରଣ ଭାରତ ବାୟୁସୀମା ବ୍ୟବହାର କରିବା ପାଇଁ ମଞ୍ଜୁରୀ ଦେଇ ନଥିଲା। ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହିତ ଜଡ଼ିତ ଥିବା ସୂତ୍ରରୁ ପ୍ରକାଶ, ଏହି ସମସ୍ତ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ଅଟେ। ସତ୍ୟ  ଏହା ହେଉଛି କି, ପାକିସ୍ତାନୀ ବାୟୁସେନା ସେହି ସବୁ ବିମାନର ଉଡାଣକୁ  ବ୍ଲକ୍‌ କରି ଦେଇଛି ଯାହା ଭାରତ ଦେଇ ଯାଇଥାଏ। ଫଳରେ ଡାଇରେକ୍ଟର ଜେନେରାଲ ଅଫ ସିଭିଲ୍‌ ଏଭିଏସନ୍‌(ଡିଜିସିଏ) ପକ୍ଷରୁ ମଞ୍ଜୁରୀ ମିଳିବା ପରେ ବି ମାଲେସୀୟ ବିମାନକୁ ଲମ୍ବା ରାସ୍ତା ଦେଇ ଯିବାକୁ ପଡ଼ିଥିଲା।

 

ସମ୍ବନ୍ଧିତ ଖବର