ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ: ଶଙ୍କରାଚାର୍ଯ୍ୟ

ପୁରୀ, ୨୧ ।୧(ବ୍ୟୁରୋ): ବିଶ୍ୱରେ କୋରାନ ଆଧାରରେ ଅନେକ ମୁସଲମାନ ଦେଶ ଗଢ଼ିଉଠିଛି । ବାଇବେଲ ଆଧାରରେ ବି ଅନେକ ଖ୍ରୀଷ୍ଟିଆନ ରାଷ୍ଟ୍ର ହୋଇଛି । ଏହି ପୃଷ୍ଠଭୂମିରେ ହିନ୍ଦୁ ଧର୍ମ ଆଧାରରେ କାହିଁକି ଭାରତ ହିନ୍ଦୁ ରାଷ୍ଟ୍ର ରୂପେ ପ୍ରତିଷ୍ଠିତ ହୋଇ ପାରିବ ନାହିଁ ବୋଲି ଗୋବର୍ଦ୍ଧନ ପୀଠ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରାଜନେତାଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଥିଲେ , ମୁସଲମାନଙ୍କ ନାମରେ ଦେଶ ବିଭାଜନ ହୋଇଛି । ଦେଶ ସ୍ୱାଧୀନ ହେବା ପରେ ଦେଶରେ ମୁସଲମାନ, ଖ୍ରୀଷ୍ଟିଆନ ସମ୍ପ୍ର୍ରଦାୟର ବୁଦ୍ଧିଜୀବୀମାନେ ରାଷ୍ଟ୍ରପତି, ମୁଖ୍ୟବିଚାରପତି, ରାଜ୍ୟପାଳ ଆଦି ପଦବିରେ ଅଧିଷ୍ଠିତ ହୋଇଛନ୍ତି । ଭାରତ ହିନ୍ଦୁ ରାଷ୍ଟ୍ର ଘୋଷଣା ହେଲେ ବି ଏଭଳି ବ୍ୟବସ୍ଥାକୁ ବଜାୟ ରଖାଯାଇପାରିବ ।
ମହୋଦଧି ନିତ୍ୟ ସନ୍ଧ୍ୟା ଆରତିର ୧୨ତମ ବାର୍ଷିକୋତ୍ସବରେ ଉଦ୍‌ବୋଧନ ଦେଇ ଜଗତଗୁରୁ କହିଥିଲେ ଇଂରେଜଙ୍କଠାରୁ ଦେଶ ସ୍ୱାଧୀନତା ପାଇବା ପରେ ଦେଶର ନେତାଙ୍କ ହୃଦୟରେ ଖ୍ରୀଷ୍ଟିଆନ୍‌ତନ୍ତ୍ର ରାଜ କରୁଛି । ଶାସନ ତନ୍ତ୍ରର ଏଭଳି ମନୋଭାବ ଯୋଗୁଁ ଦେଶରେ ରାଷ୍ଟ୍ରଧର୍ମ ହିନ୍ଦୁ ଧର୍ମକୁ ଦିଶାହୀନ କରିବାକୁ ଷଡଯନ୍ତ୍ର କରାଯାଉଛି । ଏହା ସତ୍ତେ୍ୱ ଦେଶରେ ରାମଲାଲାଙ୍କ ଦିବ୍ୟ ମନ୍ଦିର ତାଙ୍କର ଜନ୍ମସ୍ଥାନରେ ଅବଶ୍ୟ ନିର୍ମାଣ ହେବ । ହିନ୍ଦୁ ସମେତ ସମସ୍ତ ଧର୍ମର ସହଯୋଗର ଏହି ଭବ୍ୟ ମନ୍ଦିର ନିର୍ମାର ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଶ୍ରୀମନ୍ଦିର ସୁପରିଚାଳନା ସମ୍ପର୍କରେ ଶଙ୍କରାଚାର୍ଯ୍ୟ କହିଥିଲେ ଶାସନତନ୍ତ୍ର ଶ୍ରୀମନ୍ଦିରକୁ ନିୟନ୍ତ୍ରଣ କରିବାରୁ ନିବୃତ୍ତ ରହୁ । ରାଜନେତାମାନେ ଶ୍ରୀମନ୍ଦିରକୁ ଏକ ଧର୍ମନିରପେକ୍ଷ ଅନୁଷ୍ଠାନ ରୂପେ ବିବେଚନା କରିବା ଛାଡ଼ନ୍ତୁ । ଏଭଳି ଷଡ଼ଯନ୍ତ୍ରକୁ ଧର୍ମଗୁରୁମାନେ ପ୍ରତିହତ କରିବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି । ହିନ୍ଦୁ ଆଧ୍ୟାତ୍ମିକ ମାର୍ଗରେ ଶ୍ରୀମନ୍ଦିର ପରିଚାଳନା କରିବାକୁ ଧର୍ମଗୁରୁଙ୍କ ପରାମର୍ଶ, ମାର୍ଗଦର୍ଶନ ରାଜତନ୍ତ୍ର ତଥା ଶାସନତନ୍ତ୍ର ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଥିଲେ ।
ମହୋଦଧି ଆରତି ପାଇଁ ପୁରୀକୁ ସର୍ବଶ୍ରେଷ୍ଠ ସ୍ଥାନ ରୂପେ ବାଛି ନେବାକୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ ଭଗବାନ ମାର୍ଗଦର୍ଶନ ଦେଇଥିଲେ । ଏଡି ମହୋଦଧିରେ ଗଙ୍ଗା, ଯମୁନା. ସରସ୍ୱତୀ ଆଦି ପ୍ରମୁଖ ତୀର୍ଥ ନଦୀ ମିଶିଛନ୍ତି । ଭଗବାନଙ୍କ ଆଦେଶ, ମାର୍ଗଦର୍ଶନରେ ଏବେ ପୁରୀ ମହୋଦଧି ତଟରେ ମହାଦଧି ଆଳତି ଆରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ ।
ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ଆଦି ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ରର ଗୁରୁତ୍ୱ, ମହିମା, ଗାରିମା ସବୁ ଜାଣିଥିଲେ । ଅ।।ଦି ଶଙ୍କରାଚାର୍ଯ୍ୟ ପୁରୀରେ ପଦାର୍ପଣ କରିବା ପରେ ଜାଣିଥିଲେ ଏଠାରେ ଚତୁର୍ଦ୍ଧାମୂର୍ତ୍ତି ଅନୁପସ୍ଥିତ ଅଛନ୍ତି । ମଠର ତତ୍କାଳୀନ ସ୍ୱାମୀ ପଦ୍ମପାଦ ଠାକୁରଙ୍କୁ ସନ୍ଧାନ କରିବାକୁ ଆଦେଶ ଦେଇଥିଲୋ । ଆଦି ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନରେ ଚତୁର୍ଦ୍ଧାମୂତ୍ତି ପୁନଃ ପ୍ରତିଷ୍ଠା ହୋଇଥିଲେ । ବୈଦିକ ରୀତିରେ ଶ୍ରୀମନ୍ଦିରରେ ପୁନଃ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଗୋବର୍ଦ୍ଧନ ମଠର ତତ୍କାଳୀନ ସ୍ୱାମୀ ତଥା ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରଥମ ପଟ୍ଟଶିଷ୍ୟ ସ୍ୱାମୀ ପଦ୍ମପାଦଙ୍କୁ ମଠର ପ୍ରଥମ ଶଙ୍କରାଚାର୍ଯ୍ୟ ରୂପେ ଆଦି ଶଙ୍କରାଚାର୍ଯ୍ୟ ଅଧିଷ୍ଠିତ କରାଇଥିଲେ । ସେତେବେଳେ ଗୋବର୍ଦ୍ଧନ ପୀଠର ପ୍ରତିଷ୍ଠା କରିଥିଲୋ । ସେ କହିଥିଲେ ଧର୍ମ ହିଁ ସମସ୍ତ ମାର୍ଗର ମୁଖ୍ୟ ପ୍ରବେଶ ପଥ । ସମସ୍ତ ସମସ୍ୟାର ସମାଧାନ ।
ଗୋବର୍ଦ୍ଧନ ପୀଠରେ ମହାତ୍ମ୍ୟ, ଗୁରୁତ୍ୱ ସଂପର୍କରେ ଅନେକ ପ୍ରଶ୍ନ ଉଠୁଛି । ଲୋକଙ୍କ ଠିକ ଜ୍ଞାନ ବି ନାର୍ହି । ତେଣୁ ଶ୍ରୀମନ୍ଦିର, ଗୋବର୍ଦ୍ଧନ ପୀଠ ଏବଂ ମୁକ୍ତି ମଣ୍ଡପ ସଂପର୍କରେ ଏକ ପୁସ୍ତକ ଉନ୍ମୋଚନ ହେବ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖ।।ର୍ଜୀ ଏଠାରେ ଶଙ୍କର ସଦନମ ଉଦଘାଟନ କରିବେ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ଏହି ପୁସ୍ତକ ଉନ୍ମୋଚନ କାଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।
ପ୍ରାରମ୍ଭରେ ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ମହାମନ୍ତୀ ଜିତେନ୍ଦ୍ର ମହାପାତ୍ର ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ମହୋଦଧି ଆଳତି ଧର୍ମିକ ସମାବେଶରେ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ, ମହନ୍ତ ରାମଚରଣ ଦାସ, ପଣ୍ଡିତ ଝମନ ଶାସ୍ତ୍ରୀ, ପଣ୍ଡିତ ଅଶୋକ ମହାପାତ୍ର, ଡ ବଦ୍ରିନାଥ ପଟ୍ଟନାୟକ, ସ୍ୱାମୀ ସଚ୍ଚିଦାନନ୍ଦଜୀ ମହାରାଜ, ସୀମା ତିୱାରୀ, ଡ ପ୍ରଫୁଲ ରଥ, ଡ ହରେକୃଷ୍ଣ ଶତପଥୀ, ମହୋଦଧି ଆଳତି କମିଟି ଅଧ୍ୟକ୍ଷ ଇଂ ପ୍ରଶାନ୍ତ ଆଚାର୍ଯ୍ୟ, ଜନାର୍ଦ୍ଦନ ପାଟ୍ଟଯୋଷୀ ମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ଶଙ୍କରାଚାର୍ଯ୍ୟ ମଠ ପ୍ରବକ୍ତା ମନୋଜ ରଥ ଏବଂ ମହେଦଧି ଆଳତିର ସଭାପତି ସୁନିଲ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସନ୍ଧ୍ୟା ସାଢ଼େ ଛଅଟା ମହୋଦଧି ଆରତି ମହାପର୍ବ ସମ୍ପନ୍ନ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.