ଜାହାଜରେ ଶସ୍ତା ତେଲ ସାଇତି ରଖୁଛି ଭାରତ : ସଞ୍ଚୟ କରିବ ୨୫ହଜାର କୋଟି

ନୂଆଦିଲ୍ଲୀ: ସମ୍ପ୍ରତି ଅଶୋଧିତ ତୈଳ ଦର ୧୮ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଏହାର ପୁରା ଫାଇଦା ଉଠାଇଛି ଭାରତ । ବିତ୍ତୀୟ ଚାପକୁ ଲାଘବ କରିବା ପାଇଁ ଏହା ଶସ୍ତାରେ ପ୍ରଚୁର ତେଲ କିଣିଦେଇଛି । ଏବେ ଚାହିଦା କମିଥିବାରୁ ଭବିଷ୍ୟତ ବ୍ୟବହାର ପାଇଁ ସାମୁଦ୍ରିକ ଜାହାଜରେ ତେଲ ସାଇତି ରଖୁଛି । ଶସ୍ତା ତେଲ ମହଜୁଦ ରଖି ଏହା ୨୫,୦୦୦ କୋଟି ଟଙ୍କା ସଞ୍ଚୟ କରିବ । ଏହି ଅର୍ଥକୁ ଭାରତ ସରକାର କଲ୍ୟାଣମୂଳକ ଯୋଜନାଗୁଡିକରେ ବ୍ୟୟ କରିବେ ବୋଲି ଜଣାଯାଇଛି ।

କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଶସ୍ତା ଦରରେ ଭାରତୀୟ ତୈଳ କମ୍ପାନିଗୁଡିକ ପ୍ରାୟ ୭୦ ଲକ୍ଷ ଟନ୍‌ ତେଲ ସଂଗ୍ରହ କରିଛନ୍ତି । ଆମର ପ୍ରାୟ ୨୦% ଚାହିଦାକୁ ସଂରକ୍ଷିତ ରଖାଯାଇଛି । ଶସ୍ତା ଦରରେ ତେଲ କିଣିବା ଦ୍ୱାରା ଭାରତର ଆମଦାନି ବିଲ୍‌ ହ୍ରାସ ପାଇଛି । ଏ ବାବଦ ସଞ୍ଚୟ ହୋଇଥିବା ଅର୍ଥକୁ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରାଯାଇପାରିବ ।ଭାରତର ମୋଟ ମହଜୁଦ କ୍ଷମତା ୩.୮ କୋଟି ଟନ୍‌ ବା ୨୮ କୋଟି ବ୍ୟାରେଲ୍‌ ରହିଛି । ଏହା ଆମର ବାର୍ଷିକ ଚାହିଦାର ୧୮ରୁ ୨୦% । ତେବେ ଦେଶ ଏହାର ୨୦% ଚାହିଦାକୁ ମହଜୁଦ କରିସାରିଛି ବୋଲି ପ୍ରଧାନ କହିଛନ୍ତି । ଭାରତ ଦିନକୁ ପ୍ରାୟ ୪୫ ଲକ୍ଷ ବ୍ୟାରେଲ ତେଲ ବ୍ୟବହାର କରିଥାଏ । କରୋନା ଭୂତାଣୁ ଯୋଗୁ ପରିବହନ ଏବଂ ଶିଳ୍ପ କାରବାର ବ୍ୟାହତ ହୋଇଥିବାରୁ ଏଥିରେ ହ୍ରାସ ଘଟିଛି ।

ସୂଚନାଯୋଗ୍ୟ, ଫେବ୍ରୁଆରୀରେ ତେଲ ଦର କମିବା ଆରମ୍ଭ ହେଲା । ଶସ୍ତାରେ ତେଲ ସଂଗ୍ରହ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରାଳୟ ମାର୍ଚ୍ଚରେ ଅର୍ଥ ମନ୍ତ୍ରାଳୟଠାରୁ ୩,୧୮୪ କୋଟି ଟଙ୍କା ଲୋଡିଥିଲା । ୨୦୨୦-୨୧ ଆର୍ଥିକବର୍ଷର ବଜେଟ୍‌ ସହାୟତା ବାଦ୍‌ ଏହି ଅର୍ଥ ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ମାଗିଥିଲା । ବଳି ପଡୁଥିବା ଷ୍ଟୋରେଜ୍‌ କ୍ଷମତାକୁ ପୂରଣ କରିବା ପାଇଁ ତେଲ କିଣିବା ନିମନ୍ତେ ପଟ୍ରୋଲିୟମ୍‌ ମନ୍ତ୍ରାଳୟ ଏହି ଟଙ୍କା ଲୋଡିଥିଲା । ଦେଶର ବର୍ଦ୍ଧିତ ଚାହିଦା ପୂରଣ କରିବା ପାଇଁ ଭାରତ ଏହି ତେଲକୁ ସାଇତିଥିଲା । କିନ୍ତୁ କରୋନା ଲକ୍‌ଡାଉନ୍‌ ମଧ୍ୟରେ ଭାରତର ତ÷ଳ ଚାହିଦା ପ୍ରାୟ ୭୦% ହ୍ରାସ ଘଟିଛି । ଏଭଳି କ୍ଷେତ୍ରରେ ଭାରତ ଆଉ ଅଧିକ ତେଲ କିଣୁନାହିଁ । ଗଭୀର ସମୁଦ୍ରରେ ଜାହାଜରେ ତେଲ ମହଜୁଦ ରଖୁଛି, ଯାହାକି ଭବିଷ୍ୟତରେ କାର୍ଯ୍ୟରେ ଆସିବ । ସ୍ଥିତିକୁ ନେଇ ବିଶ୍ଳେଷଣ କରିବା ପାଇଁ ପେଟ୍ରୋଲିୟମ୍‌ ମନ୍ତ୍ରୀ ପ୍ରଧାନ ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)କୁ ଆହ୍ୱାନ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର